ଶ୍ରୀମନ୍ଦିରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିବ ନୂଆ ଡ୍ରେସକୋଡ
ଶ୍ରୀମନ୍ଦିରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିବ ନୂଆ ଡ୍ରେସକୋଡ। ୧୦ ବର୍ଷରୁ ଅଧିକ ଝିଅଙ୍କୁ ପିନ୍ଧିବାକୁ ପଡ଼ିବ ଶାଢ଼ୀ ନଚେତ୍ ଶାଲୱର କମିଜ୍। ଜିନ୍ ପ୍ୟାଣ୍ଟ,,ଟି ସାର୍ଟ କିମ୍ବା ସାର୍ଟ ପ୍ୟାଣ୍ଟ ପିନ୍ଧି ଶ୍ରୀମନ୍ଦିର ଯାଇପାରିଵେନି ଝିଅ। ପୁରୁଷଙ୍କ ପାଇଁ ରହିଛି ଧୋତି କୁର୍ତ୍ତା,, ପାଇଜାମା ଚୁଡଦାର ଓ ଗାମୁଛା। ଶ୍ରୀମନ୍ଦିରରେ ଏମିତି ଡ୍ରେସକୋଡ୍ ପାଇଁ ପ୍ରସ୍ତାବ ଦେଇଛନ୍ତି ଷ୍ଟେଟ୍ ଲ କମିଶନ। ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଶ୍ରଦ୍ଧାଳୁମାନେ କିଭଳି ଶାଳୀନତା ପୋଷାକ ପିନ୍ଧି ଯିବେ ଏଥିପାଇଁ ଷ୍ଟେଟ୍ ଲ କମିଶନ ସରକାରଙ୍କୁ ଏକ ପ୍ରସ୍ତାବ ଦେଇଛି ।

୧୯୫୫ ର ଶ୍ରୀଜଗନ୍ନାଥ ମନ୍ଦିର ନିୟମରେ ପରିବର୍ତ୍ତନ ଆଣି ଏକ ବାଧ୍ୟତାମୂଳକ ଡ୍ରେସକୋଡ୍ ଲାଗୁ କରିବାକୁ ବ୍ୟବସ୍ଥା ହେଉଛି। ଖୁବଶୀଘ୍ର ଉଭୟ ମହିଳା ଓ ପୁରୁଷଙ୍କ ପାଇଁ ଏ ଡ୍ରେସକୋଡ୍ ଲାଗୁ ହେବ। ତେବେ ଏହା ପୂର୍ବରୁ ୨୦୨୪ ମସିହାରେ ଶ୍ରୀମନ୍ଦିର ପ୍ରଶାସନ ଶାଳୀନତା ଭାବେ ପୋଷାକ ପିନ୍ଧି ନଥିବା ଭକ୍ତଙ୍କୁ ଶ୍ରୀମନ୍ଦିର ପ୍ରବେଶ ନିଷେଧ ପାଇଁ ପ୍ରସ୍ତାବ ଦେଇଥିଲା। କିଛିଦିନ ପାଇଁ ସିଂହଦ୍ୱାର ସମ୍ମୁଖରେ ପୁରୁଷ ଓ ମହିଳା ଭକ୍ତଙ୍କୁ କଡ଼ାକଡ଼ି ଯାଞ୍ଚ ମଧ୍ୟ କରାଗଲା। ହେଲେ ତାହା କାର୍ଯ୍ୟକ୍ଷମ ହୋଇପାରିନଥିଲା। ଏବେ ପୁଣି ଲ କମିଶନ ଏହି ପ୍ରସ୍ତାବ ଦେଇଛନ୍ତି। ତେଣୁ ଖୁବଶୀଘ୍ର ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଭକ୍ତଙ୍କ ଡ୍ରେସକୋଡ୍ ସମ୍ପର୍କରେ ଆଲୋଚନା କରାଯାଇ ଏହି ନିଷ୍ପତ୍ତି ନିଆଯିବ ବୋଲି ଆଶା କରାଯାଉଛି
