ଏସ୍ପି ପ୍ରେସମିଟ

ଏସ୍ପି ପ୍ରେସମିଟଜଗତସିଂହପୁର । ପାରାଦୀପ ସ୍ଥିତ ଅଠର ବାଙ୍କୀ ଠାରେ ଟ୍ରକରୁ ମୋବାଇଲ ଚୋରି ଘଟଣାକୁ ନେଇ ଜନୈକ ଯୁବକଙ୍କୁ କିଛି ବ୍ୟକ୍ତି ହାତ ଗୋଡ଼ ବାନ୍ଧି ମାଡ଼ ମାରିବା ସହ ନଣ୍ଡା କରିବା ଘଟଣା କୁ ମୁଖ୍ୟମନ୍ତ୍ରୀଙ୍କ ଜିଲାର ଘଟଣା ବୋଲି ଦର୍ଶାଇ ସୋସିଆଲ ମିଡିଆରେ ଭାଇରାଲ ହେବା ଘଟଣାର ପର୍ଦାଫାସ କରିଛି ଜଗତସିଂହପୁର ପୋଲିସ । ଏହି ବାବଦରେ ଆଜି ଜଗତସିଂହପୁର ଏସ୍ପି ଅଙ୍କିତ ବର୍ମା ଆୟୋଜିତ ଏକ ପ୍ରେସମିଟ ରେ ଯୋଗ ଦେଇ ଗତ 24 ତାରିଖରେ ଏହି ଘଟଣା ପାରାଦୀପ ସ୍ଥିତ ଅଠର ବାଙ୍କୀ ଠାରେ ଘଟିଥିବାର କହିଥିବାର କହିଛନ୍ତି । ଆରପଟେ ଏହି ଘଟଣାରେ ପୀଡିତ ଯୁବକଙ୍କୁ ଉଦ୍ଧାର କରିବା ସହ ଏଥିରେ ସମ୍ପୃକ୍ତ 5 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବାର ସୂଚନା ଦେଇଛନ୍ତି । କିଛି ବ୍ୟକ୍ତି ମନ୍ଦ ଉଦେଶ୍ୟ ରଖି ସୋସିଆଲ ମିଡିଆରେ ଅପ ପ୍ରଚାର କରୁଥିବା ବେଳେ ଏଥିରୁ ସମସ୍ତେ ନିବୃତ୍ତ ରହିବାକୁ ଏସ୍ପି ଅପିଲ କରିଛନ୍ତି ।

Leave a Reply

Your email address will not be published. Required fields are marked *