ମହାପ୍ରଭୁଙ୍କ ଚନ୍ଦନ ଚାପରେ ଅଭାବନୀୟ ଘଟଣା
ମହାପ୍ରଭୁଙ୍କ ଚନ୍ଦନ ଚାପରେ ଅଭାବନୀୟ ଘଟଣା। ଗତକାଲି ନବମ ଦିନରେ ଚାପ ଖେଳିପାରିଲେନି ମହାପ୍ରଭୁ। ତେବେ ଦିନ ଚାପ କାଳବୈଶାଖୀରେ ପବନ ଯୋଗୁଁ ହୋଇନଥିବା ବେଳେ ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁଁ ରାତି ଚାପ ବି ଖେଳିପାରିଲେନି ମହାପ୍ରଭୁ। ଆଉ ଗତକାଲି ରାତ୍ର ୯ଟାରୁ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଚାପ ଡ଼ଙ୍ଗା ଉପରେ ବସି ରହିଥିଲେ ସୁଦ୍ଧା କୌଣସି ପ୍ରଶାସନିକ ଅଧିକାରୀ ନ ରହିବାରୁ ସମାଧାନ ବାଟ ବାହାରି ନଥିଲା।ସେପଟେ ଚାପ ବନ୍ଦ ରହିବାରୁ ବାଧ୍ୟ ହୋଇ ସେବାୟତ ମାନେ ଦୋଳଗୋବିନ୍ଦ, ଭୁଦେବି, ଶ୍ରୀଦେବୀ ଓ ରାମକୃଷ୍ଣ ଏବଂ ପଞ୍ଚ ମହାଦେବଙ୍କୁ ଆଦି ବିଜେ ପ୍ରତିମାଙ୍କର ବାହୁଡା଼ ବିଜେ ରାତ୍ର ଗୋଟାଏରେ ଶ୍ରୀମନ୍ଦିର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିଥିଲେ।ତେବେ ସିଂହାରୀ ଓ ଶୁଦ୍ଦୁ ସୁଆରଙ୍କ ମଧ୍ୟରେ ଚାପ ଉପରେ ଦେଖାଦେଇଥିଲା ବିବାଦ। ତେବେ ଚାପରେ ୬ଜଣ ସିଂହାରୀ ରହିବା ସତ୍ତ୍ୱ ଲିପିରେ ରହିଥିବା ବେଳେ କାହିଁକି ଅଧିକ ସଂଖ୍ୟକ ସିଂହାରୀ ରହିବେ ବୋଲି ସୁଦୁ ସୁଆର ପ୍ରଶ୍ନ କରିବାରୁ ଦେଖାଦେଇଥିଲା ବିବାଦ। ଚାପକୁ ସିଂହାରୀ ନ ଯିବାରୁ ଚାପ ଡ଼ଙ୍ଗା ଉପରେ ବସିରହିଲେ ମହାପ୍ରଭୁ।
