ଏସ୍‌.ବି.ଡ଼ି. ସ୍କୁଲ ଯାଜପୁର ରୋଡ଼ ରେ ପ୍ରଥମ କରି ରୋବୋ ଶୋକେସ୍

ଏସ୍‌.ବି.ଡ଼ି. ସ୍କୁଲ ଯାଜପୁର ରୋଡ଼ ରେ ପ୍ରଥମ କରି ରୋବୋ ଶୋକେସ୍ ଯାଜପୁର ରୋଡ଼ ପାଟୁଳି ସ୍ଥିତ ଏସ୍‌.ବି.ଡ଼ି. ଅନ୍ତର୍ଜାତୀୟ ବିଦ୍ୟାଳୟ ରେ ପିଲାମାନଙ୍କୁ ରୋବୋଟିକ୍ସ ଏବଂ ଏ ଆଇ ବିଷୟରେ ଜ୍ଞାନ ଦେଇ ଉଭା କରିବା। ସେମାନଙ୍କୁ ଏହା କିପରି କାମ କରେ ତାହା ବୁଝିବା। ପିତାମାତାଙ୍କୁ ରୋବୋଟିକ୍ସ ବିଷୟରେ ସଚେତନତା ଏବଂ CBSE ପାଠ୍ୟକ୍ରମର ବର୍ତ୍ତମାନର ପାଠ୍ୟକ୍ରମରେ ରୋବୋଟିକ୍ସର ଗୁରୁତ୍ୱ ବିଷୟରେ ସଚେତନ କରିବା ଆଦି ଶୋକେସ୍ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମ ରେ ୧୧୬ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବା ବେଳେ ମୋଟ ୧୫ ଗୋଟି ପ୍ରକଳ୍ପ ପ୍ରଦର୍ଶନୀ କରିଥିଲେ l ଉକ୍ତ ରୋବୋ ଶୋକେସ୍ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ଯକ୍ଷ ଡ଼. କଳ୍ପତରୁ ସାହୁ, ଚେୟାୟମ୍ୟାନ ଦେବାଶିଷ ଦୀକ୍ଷିତ୍ ଏବଂ ସମସ୍ତ ଶିକ୍ଷକ, ଶକ୍ଷୟିତ୍ରୀ ଓ ବିଦ୍ୟାଳୟର ସମସ୍ତ କର୍ମଚାରୀମାନେ ଅଂଶଗ୍ରହଣ କରିଥ‌ିବା ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରି ଅଭିନନ୍ଦନ ଜଣାଇବା ସହ ଆଗାମୀ ଭବିଷ୍ୟତର ଉତରୋତ୍ବର ଉନ୍ନତି କାମନା କରିଛନ୍ତି l ଆଗକୁ ଆହୁରି ମଧ୍ୟ୍ୟ ଏହି ସ୍କୁଲ ଅନେକ କ୍ଷେତ୍ର ରେ ସଫଳତା ଅର୍ଜନ କରିବ ବୋଲି ଆଶା ରଖିଥିବା ଅଧ୍ଯକ୍ଷ ଡ଼. ସାହୁ କହିଥିଲେ

Leave a Reply

Your email address will not be published. Required fields are marked *