ମେ ୨୦୨୬ ମାସରେ ପୁରୀ ପୋଲିସର ଆଉ ଏକ ସଫଳତା
ମେ ୨୦୨୬ ମାସରେ ପୁରୀ ପୋଲିସର ଆଉ ଏକ ସଫଳତା — ପୋକ୍ସୋ ମାମଲାରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତଆଜି ତାରିଖ ୨୧.୦୫.୨୦୨୬ ରେ ମାନ୍ୟବର Addl. District & Sessions Judge-cum-Special Court under POCSO Act, Puri ଙ୍କ ଅଦାଲତରେ TR No.-85/22 ସମ୍ବନ୍ଧୀୟ ମାମଲାର ଶୁଣାଣି ସମ୍ପନ୍ନ ହୋଇଥିଲା । ଉକ୍ତ ମାମଲାରେ ଅଭିଯୁକ୍ତ ସୁବାଶିଷ ତ୍ରିପାଠୀ ଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି ।ଏହି ମାମଲାଟି ବାଳିଆପଣ୍ଡା ଥାନା କେସ୍ ନଂ-୦୯/୨୦୨୨ ସହ ସମ୍ପର୍କିତ । ମାନ୍ୟବର ଅଦାଲତ ଅଭିଯୁକ୍ତଙ୍କୁ ନିମ୍ନଲିଖିତ ଦଣ୍ଡାଦେଶ ପ୍ରଦାନ କରିଛନ୍ତି —• ଧାରା 354 IPC ଅନୁଯାୟୀ ୨ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ₹୧,୦୦୦/- ଜରିମାନା, ଜରିମାନା ଅନାଦାୟରେ ଅତିରିକ୍ତ ୧୫ ଦିନ ସଶ୍ରମ କାରାଦଣ୍ଡ ।• ଧାରା 354A IPC ଅନୁଯାୟୀ ୨ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ₹୧,୦୦୦/- ଜରିମାନା, ଜରିମାନା ଅନାଦାୟରେ ଅତିରିକ୍ତ ୧୫ ଦିନ ସଶ୍ରମ କାରାଦଣ୍ଡ ।• POCSO Act ର ଧାରା ୮ ଅନୁଯାୟୀ ୩ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ₹୧,୦୦୦/- ଜରିମାନା, ଜରିମାନା ଅନାଦାୟରେ ଅତିରିକ୍ତ ୧୫ ଦିନ ସଶ୍ରମ କାରାଦଣ୍ଡ । ଏହି ସଫଳତା ପାଇଁ ଜିଲ୍ଲା ଅଭିଯୋଜନ ନିର୍ଦେଶାଳୟ, ପୁରୀ, PP ପୁରୀ ତଥା ପୁରୀ ପୋଲିସର ସମନ୍ୱିତ ପ୍ରୟାସ ବିଶେଷ ଭୂମିକା ଗ୍ରହଣ କରିଛି ।ପୁରୀ ଏସ୍.ପି ଶ୍ରୀ ପ୍ରତୀକ ସିଂଙ୍କ ନେତୃତ୍ୱରେ ପୋଲିସ ଟିମ୍ ର ସଫଳ କାର୍ଯ୍ୟଦକ୍ଷତା ଫଳରେ ଏହି ଦୋଷସିଦ୍ଧି ସମ୍ଭବ ହୋଇପାରିଛି ।
