ମହାପ୍ରଭୁଙ୍କ ଚନ୍ଦନ ଜାତରେ ନାଉରିଆ ସେବକ

ଶ୍ରୀକ୍ଷେତ୍ରରେ ଚାଲିଛି ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା। ପ୍ରବଳ ଗ୍ରୀଷ୍ମରୁ ଦାଉରୁ ରକ୍ଷା ପାଇବା ପାଇଁ ନରେନ୍ଦ୍ର ପୁଷ୍କରିଣୀର ଶୀତଳ ଜଳରେ ଜଳକ୍ରୀଡ଼ା କରୁଛନ୍ତି ମହାପ୍ରଭୁ। ମଦନମୋହନ, ଭୂଦେବୀ, ଶ୍ରୀଦେବୀଙ୍କ ସହ ପଞ୍ଚୁପାଣ୍ଡବ | ଏହି ଜଳକ୍ରୀଡା କାର୍ଯ୍ୟରେ ମହାପ୍ରଭୁଙ୍କ ସେବାରେ ଅନେକ ସେବକ ଲାଗିରହିଥିବାବେଳେ ନାଉରିଆ ମାନେ ପ୍ରମୁଖ ସେବା କାର୍ଯ୍ୟ ନିଭାଇଥାନ୍ତି l ମୁଁ କାଳିଆର ନାଉରିଆ ଓଃ କି ଭାଗ୍ୟ ମୋର ଯିଏ ସଂସାରକୁ ଚଳାଉଛି ତାଙ୍କୁ ଆମେ ନୌକାରେ ନେଇ ନୌକା ବିହାର କରୁଛୁ କେବଳ ଭାଗ୍ୟରେ ଥିଲେ ମିଳିଥାଏ ବୋଲି କହିଛନ୍ତି ନାଉରିଆ | ସେ ହିଁ ନାବ, ସେ ନାବିକ। ଆମେ ସିନା କାତ ଧରୁ, ତାଙ୍କ ଡଙ୍ଗା ସେ ଚଲାନ୍ତି | ଏ ହେଉଛି ମହାପ୍ରଭୁଙ୍କୁ ଜଳକ୍ରୀଡ଼ା କରାଇବାକୁ କାତ ଧରୁଥିବା ପ୍ରତିଟି ଟି ନାଉରିଆ (ଚାପ ଦଳାଇ)ଙ୍କ ଅନ୍ତରର କଥା । ମହାପ୍ରଭୁ ବିମାନରେ ଝୁଲିଝୁଲି ପହଞ୍ଚିବା ଆଗରୁ ନାବକୁ ଶ୍ରଦ୍ଧାର ସହ ଜଳ ସିଞ୍ଚି ଡ଼ଙ୍ଗା ସଫା କରିଦିଅନ୍ତି। ଆଦେଶ ପାଇବା କ୍ଷଣି ବାଉଁଶ ଓ କାତ ଧରି ଡଙ୍ଗାକୁ ଚଳାଇଥାନ୍ତି | ଢେର ବର୍ଷ ହେଲା ନନ୍ଦା, ଭଦ୍ରା (ଡଙ୍ଗା)ଙ୍କ ସହ ତାଙ୍କର ଭାବ ନନ୍ଦା ଭଦ୍ରା ବି ଯେମିତି ତାଙ୍କ ନିର୍ଦ୍ଦେଶକୁ ଗୋଟା ପଣେ ମାନନ୍ତି। ସବୁ ନାଉରିଆ ପୁରୀଜିଲା ବ୍ରହ୍ମଗିରିର ବାସିନ୍ଦା । ପେସା ଚାଷ ପାଇଁ ଲଙ୍ଗଳ ଧରନ୍ତି, କିନ୍ତୁ ଏହି ୨୧ ଦିନ ହାତରେ ଶୋଭା ପାଏ କାତ l ଅକାତ ଅକାତ ପାଣିରେ କାତ ଧରି ମହାପ୍ରଭୁଙ୍କୁ ସାଙ୍ଗରେ ଧରି ଜଳକ୍ରୀଡା କରିଥାନ୍ତି l ୧୯୯୮ ମସିହାରେ ଚାପ ଖେଳ ବେଳେ ଜୋର ପବନ ବହିଲା । ସେବକ କହିଲେ, ଆଉ ବୋଧେ ଯିବା ସମ୍ଭବ ହେବ ନାହିଁ। କୂଳରେ ଲଗେଇଦିଅ| ମାତ୍ର ଆମେ ମହାପ୍ରଭୁଙ୍କୁ ସ୍ମରଣ କରି ଡଙ୍ଗା ବାହିଲୁ। ସତେ ଯେମିତି ମହାପ୍ରଭୁ ପରୀକ୍ଷା କରୁଥିଲେ। ହଠାତ ପବନ ବନ୍ଦ ହେଲା। ଚାପ ଖେଳ ସୁରୁଖୁରୁରେ ସମ୍ପନ୍ନ ହେଲା ବୋଲି କହିଛନ୍ତି ନାଉରିଆ ସେବକ l Byte -ଦୁର୍ଯ୍ୟଧନ ଦଳାଇ,ନାଉରିଆ Byte -ବାଳକୃଷ୍ଣ ଦଳାଇ,ନାଉରିଆ Vo2-ମହାପ୍ରଭୁଙ୍କ ଚାପରେ ମୋଟ ୮ ଜଣ ଚାପ ଦଳାଇ ଓ ଜଣେ କୈବର୍ତ୍ତ ସେବକ ନିୟୋଜିତ ରହିଛନ୍ତି l ନନ୍ଦାରେ ୪, ଭଦ୍ରାରେ ୪ ଜଣ ଚାପ ଦଳାଇ ନିୟୋଜିତ | ବଜନ୍ତ୍ରୀରେ ବାଦ୍ୟକାରମାନଙ୍କୁ ବାହିବାର ଭାର ନେଇଛନ୍ତି ଜଣେ କୈବର୍ତ୍ତ ସେବକ l ଚାପ ଡଙ୍ଗାରେ ମହାପ୍ରଭୁ ବିରାଜମାନ କରିବା ପରେ ମୁଣ୍ଡିଆଟେ ପକାଇ ଡଙ୍ଗା ଚଳାନ୍ତି। ନାବର ପଛ ପାର୍ଶ୍ଵରେ ଷ୍ଟିୟରିଂ ରହିଛି। ଏହା ଡଙ୍ଗାର ମୋଡ଼ ବଦଳାଇଥାଏ। ପଛରେ ଚାପ ବାହକ ଡଙ୍ଗାର ଦିଗ ଦେଖାନ୍ତି। ସାମ୍ନାରେ ନାବର ଗତି କେତେ ରହିବ ତାହା ସାମ୍ନା ବାଲା ଚାପ ଦଳାଇ ନିର୍ଦ୍ଧାରଣ କରନ୍ତି | ବର୍ଷକୁ ମାତ୍ର ଏକୋଇଶି ଦିନ ସେବା କିଛି ପରିବାର ବଂଶଗତ ଭାବେ ପିଢ଼ି ପରେ ପିଢ଼ି ଏହି ସେବାରେ ରହି ଆସୁଛନ୍ତି ବୋଲି କହିଛନ୍ତି ନାଉରିଆ |Byte – ବ୍ରଜକିଶୋର ଦଳାଇ, ନାଉରିଆ Byte -ପ୍ରସନ୍ନ ଦଳାଇ, ନାଉରିଆ Fvo -ଘଣ୍ଟୁଆଙ୍କ ଘଣ୍ଟ ନାଦ ଏବଂ ଭକ୍ତଙ୍କ ହରିବୋଲ ଓ ହୁଳହୁଳିରେ ଧ୍ୱନିରେ କମ୍ପୁଛି ନରେନ୍ଦ୍ର ପୁଷ୍କରଣୀ। ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଥିବା ବାହାର ଚନ୍ଦନ ଯାତ୍ରା ଆଜି ସପ୍ତମ ଦିନରେ ପହଞ୍ଚିଛି। ୨୧ ଦିନ ଧରି ନରେନ୍ଦ୍ର ପୁଷ୍କରଣୀରେ ଚାପ ଖେଳିବେ ମହାପ୍ରଭୁ।

Leave a Reply

Your email address will not be published. Required fields are marked *