କଳା ବ୍ଯାଚ୍ ପରିଧାନ କରି ଧାରଣା ପେନସନ୍,ପ୍ରୋଟେକ୍ସନ ଓ ଏକ୍ରେଡିସନ୍ ଦାବି

ଫୁଲବାଣୀ ରେ କନ୍ଧମାଳ ଜିଲ୍ଲା ସାମ୍ବାଦିକ ୟୁନିୟନ ପକ୍ଷରୁ କଳା ବ୍ଯାଚ୍ ପରିଧାନ କରି ଧାରଣା ପେନସନ୍,ପ୍ରୋଟେକ୍ସନ ଓ ଏକ୍ରେଡିସନ୍ ଦାବି ।ଫୁଲବାଣୀ,୦୨/୦୫/୨୦୨୬, କନ୍ଧମାଳ ଜିଲ୍ଲା ସାମ୍ବାଦିକ ୟୁନିୟନ ପକ୍ଷରୁ ସାମ୍ବାଦିକ ମାନଙ୍କ ବହୁତ ଦିନର ଦାବି ପେନସନ୍, ପ୍ରୋଟେକ୍ସନ, ଓ ଏକ୍ରେଡିସନ୍ ଦାବିରେ କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା ର ସମସ୍ତ ସାମ୍ବାଦିକମାନେ ମିଳିତ ଭାବେ କଳାବ୍ଯାଚ୍ ପରିଧାନ କରିଧାରଣା ଦେଇଥିଲେ। ଓଡିଶା ସାମ୍ବାଦିକ ୟୁନିଅନ (ଓୟୁଜେ)ର ସଭାପତି ଶ୍ରୀ ପ୍ରସନ୍ନ ମହାନ୍ତିଙ୍କ ଆହ୍ବାନ ରେ, କନ୍ଧମାଳ ଜିଲ୍ଲା ସାମ୍ବାଦିକ ୟୁନିୟନ (କେଡିୟୁଜେ) ପକ୍ଷରୁ ଆଜି ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଜିଲ୍ଲା ସଭାପତି ଶ୍ରୀ ସୁଜିତ୍ କୁମାର ବେହେରାଙ୍କ ନେତୃତ୍ବରେ ଏହି କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ପ୍ରଶାନ୍ତ କୁମାର ବେହେରାଙ୍କ ଦେଖରେଖରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ବରିଷ୍ଠ ସଦସ୍ୟ ଶ୍ରୀ ଅଶୋକ କୁମାର ମହାନ୍ତି,ଶ୍ରୀ ପ୍ରତାପ କେଶର ବେହେରା,ଶ୍ରୀ ଆଦିତ୍ୟ ପ୍ରସାଦ ତ୍ରିପାଠୀ,ଶ୍ରୀ ଫିଲି ମୋହନ ନାୟକ, ସେ ପ୍ରଧାନ,ଶ୍ରୀଶିବପ୍ରସାଦତ୍ରିପାଠୀ, ଶ୍ରୀରଞ୍ଜନକୁମାରଦାସ, ଗୌରହରି ବେହେରା, ଶ୍ରୀ ଅଜିତ କୁମାର ମହାରଣା, ଶ୍ରୀ ବଳଦେବ ବେହେରା,ଶ୍ରୀ ଭ୍ରମର ବେହେରା,ଶ୍ରୀ ପାର୍ଥସାରଥୀ ବିଶ୍ଵାଳ,ଶ୍ରୀ ବିଶ୍ବରଂଜନ ସାମନ୍ତରାୟ, ଶ୍ରୀ ରମେଶଚନ୍ଦ୍ର ପ୍ରଧାନ, ଶ୍ରୀ ପ୍ରଶାନ୍ତ କୁମାର ପଣ୍ଡା, ଶ୍ରୀ ହୁରଞ୍ଜନ ସେଠୀ, ଶ୍ରୀ କାହ୍ନା ପଟ୍ଟନାୟକ ତଥା ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ଶତାଧିକ ସାମ୍ବାଦିକ ଯୋଗ ଦେଇଥିଲେ। ଶେଷରେ ସାମ୍ବାଦିକ ମାନଙ୍କର ଦିର୍ଘଦିନର ପେନସନ୍,ପ୍ରୋଟେକ୍ସନ ଓ ଏକ୍ରେଡିସନ୍ ଆଦି ପ୍ରମୁଖ ଦାବି ସମେତ ଅନ୍ୟାନ୍ୟ ଦାବି ସମ୍ବଳିତ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନବ୍ ଚରଣ ମାଝୀଙ୍କ ଉଦେଶ୍ୟରେ କନ୍ଧମାଳ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା। ସାମ୍ବାଦିକ ମାନଙ୍କର ଏହି ଦିର୍ଘଦିନର ଦାବି ରାଜ୍ୟ ସରକାର ପୁରଣ ନ କରି କାଳ କ୍ଷେପଣ ନିତି ଆପଣେଇ ଥିବା ଯୋଗୁଁ ଆଜି ରାଜ୍ୟର ସମସ୍ତ ଜିଲ୍ଲାରେ ଏହି ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ସରକାର ଏହି ଦାବି ପୂରଣ ନ କଲେ ଆଗାମି ଦିନରେ ଏହି ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ବେହେରା କହିଛନ୍ତି ।

Leave a Reply

Your email address will not be published. Required fields are marked *