ଗ୍ଲୋବାଲ ଲିଡରସିପ୍ ସମ୍ପର୍କୀତ ସେମିନାରଆୟୋଜିତ
ଭୁବନେଶ୍ୱରରେ ଆଇସିଏଆଇ(ICAI)ଦ୍ୱାରା ଗ୍ଲୋବାଲ ଲିଡରସିପ୍ ସମ୍ପର୍କୀତ ସେମିନାର ଆୟୋଜିତ
ଭୁବନେଶ୍ୱର : ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଚାର୍ଟାର୍ଡ ଆକାଉଣ୍ଟାଣ୍ଟସ୍ ଅଫ୍ ଇଣ୍ଡିଆ(ICAI)ର Global Trade and Ser-vices Commitee “ICAI Global Orbit: From GCCs to Global Leader-ship” ଶୀର୍ଷକ ଏକ ଦିନିକିଆ ସେମିନାର ମେ ଫେୟାର କନ୍ଭେନ୍ସନ୍ଠାରେ ସଫଳତାର ସହ ଅୟୋଜିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ICAI ଭୁବନେଶ୍ଵର (ଇଆଇଆର୍ସି) ଦ୍ଵାରା ଆୟୋଜିତ ହୋଇଥିଲା।ଉଦ୍ଘାଟନୀ ଅଧିବେସନ ପାରମ୍ପରିକ ପ୍ରଦୀପ ପ୍ରଜ୍ଜ୍ଵଳନ ସହ ଆରମ୍ଭ ହୋଇଥିଲା । ICAI ଭୁବନେଶ୍ଵର ଅଧ୍ୟକ୍ଷ ସିଏ ଡଃ. ଗୌତମ ଲେଙ୍କା ସ୍ଵାଗତ ଭାଷଣ ଦେଇଥିବା ସହ ଭାରତୀୟ ଚାର୍ଟାର୍ଡ ଆକାଉଣ୍ଟାଣ୍ଟମାନଙ୍କ ପାଇଁ ବିଶ୍ଵସ୍ତରୀୟ ସୁଯୋଗ ବୃଦ୍ଧି ପାଇବାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । Global Trade and Services Commiteeର ଅଧ୍ଯକ୍ଷ । ସିଏ ସଞ୍ଜୀବ ସାଙ୍ଘି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଭାରତୀୟ ବୃଦ୍ଧିଗତମାନେ ଆନ୍ତର୍ଜାତୀୟ ସ୍ତରରେ ନିଜର ସ୍ଥାନ ସୃଷ୍ଟି କରିବାକୁ ଆହ୍ୱାନ ଦେଇଥିଲେ।ଅତିଥି ଭାବେ ଓଡିଶା ସରକାରଙ୍କ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଡଃ. ମୁକେଶ ମହାଲିଙ୍ଗ ଭିଡିଓ ବାର୍ତ୍ତା ମାଧ୍ୟମରେ ସମସ୍ତଙ୍କୁ ସମ୍ବୋଧିତ କରିଥିଲେ। ସେ ICAIର ଏହି ପ୍ରୟାସକୁ ପ୍ରଶଂସା କରି ନୂତନ ପ୍ରଯୁକ୍ତି ଓ ନବୀନତାକୁ ଆପଣେଇବାକୁ ଉତ୍ସାହିତ କରିଥିଲେ।ସେମିନାରର ବିଭିନ୍ନ ପ୍ରାସଙ୍ଗିକ ବିଷୟ ଉପରେ ବକ୍ତାମାନେ ଆଲୋଚନା କରିଥିଲେ। ଏଥିରେ ଗ୍ଲୋବାଲ କ୍ଲାଇଣ୍ଟ ଆକର୍ଷିତ କରିବାର ପ୍ରକ୍ରିୟା, ଗ୍ଲୋବାଲ ଆଉଟ୍ସୋସିଂର ସୁଯୋଗ ଓ ଅସୁବିଧା, ଘରୋଇ ଓ ଆନ୍ତର୍ଜାତୀୟ ନେଟ୍ୱର୍କି ସମ୍ପର୍କୀତ ନିୟମାବଳୀ ଏବଂ କ୍ଲାଉଡ୍ ଆକାଉଣ୍ଟିଙ୍ଗ୍ର ଭୂମିକା ଭଳି ବିଷୟ ସମୂହ ଉପରେ ଆଲୋଚନା କରାଯାଇଥିଲା। ସିଏ ଚେତନ ବେଣୁଗୋପାଳ, ସିଏ ଦେବାୟନ ପାତ୍ର, ଜୋହୋ କର୍ପୋରେସନର ନାରାୟଣନ୍ କେ.ପି, ସିଏ ANZ ର ବିଧି ଆଶିକୀ ମୋଦୀ ଏବଂ ସିଏ ଅଙ୍କିତ ଚୁଘ ପରି ବକ୍ତାମାନେ ନିଜ ନିଜର ଅଭିଜ୍ଞତା ବାଣ୍ଟିଥିଲେ।ବିଶେଷ ଭାବେ AI Tools for Global CAs ବିଷୟ ଉପରେ ଆଲୋଚନା କରାଯାଇ ପାରମ୍ପରିକ Excel ଠାରୁ AI ଆଧାରିତ ପରିବର୍ତ୍ତନ ଉପରେ ଆଲୋକପାତ କରାଯାଇଥିଲା।ପରିଶେଷରେ ICAI ଭୁବନେଶ୍ଵର ସଚିବ ସିଏ ସୌମ୍ୟ ସୁନୀଲ ସାହୁ ଧନ୍ୟବାଦ ଜ୍ଞାପନ କରି ଉପସ୍ଥିତ ସମସ୍ତ ଅତିଥି, ବକ୍ତା ଓ ଅଂଶଗ୍ରହଣକାରୀଙ୍କୁ କୃତଜ୍ଞତା ଜଣାଇଥିଲେ। ଏହି ସେମିନାର ଜ୍ଞାନ ବିନିମୟ ପାଇଁ ଏକ ଗୁରୁତ୍ବପୂର୍ଣ ପ୍ଲାଟଫର୍ମ ସାବ୍ୟସ୍ତ ହେବା ସହିତ ICAIର ସଦସ୍ୟମାନଙ୍କର ବିଶ୍ୱସ୍ତରୀୟ ପ୍ରସ୍ତୁତି ପାଇଁ ମାଇଲଷ୍ଟୋନ୍ ସାବ୍ୟସ୍ତ ହୋଇଛି।
