ନୟାଗଡ଼ ଜାତୀୟ ନିରାପଦ ମାତୃତ୍ଵ ଦିବସ
ନୟାଗଡ଼ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଜାତୀୟ ନିରାପଦ ମାତୃତ୍ଵ ଦିବସ ଅନୁଷ୍ଠିତ ହୋଇଯାଇଅଛି ।ଏହି ସଭାରେ ଡାକ୍ତର ମକରନ୍ଦ ବେଉରା (ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ) ସଭାପତିତ୍ୱ କରିଥିଲେ ।ଡାକ୍ତର ପୁଷ୍ପା ନିଳୀମା ଲାକ୍ରା (ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ )ଡ଼ାକ୍ତର ସୁଭାଷ ଚନ୍ଦ୍ର ନାୟକ ( ସ୍ବାସ୍ଥ୍ୟ ଓ ପରିବାର ଅଧିକାରି ) ଆଶା ଦିଦି ,ଅଙ୍ଗନବାଡ଼ି ଯୋଗଦାନ କରିଥିଲେ।ଏହି ସଭାରେ ୨୫ ଜଣ ଗର୍ଭବତୀ ଓ ପ୍ରସ୍ତୁତି ଉପସ୍ଥିତ ଥିଲେ ।ଗର୍ଭବତୀର ଯତ୍ନ ,ପ୍ରତିଷେଧକ ଟୀକା ସହିତ ସୁଷମ ଖାଦ୍ୟ ବିଷୟରେ ଆଲୋଚନା କରିଥିଲେ।ଗର୍ଭ ସମୟରେ କ’ଣ କ’ଣ ବିପଦ ସଂକେତ ଘଠିଥାଏ ସେ ଉପରେ ଆଲୋଚନା କରିଥିଲେ।ତେଣୁ ସମସ୍ତେ ସଚେତନତା ହୋଇ ଚିକିତ୍ସା କରିବା ଆବଶ୍ୟକ। ନିରାପଦ ମାତୃତ୍ଵ ପାଇଁ ସଚେତନତା ନିହିତ ଆବଶ୍ୟକ ଅଟେ। ଶେଷରେ ପ୍ରଶ୍ନ ଉତ୍ତର ମାଧ୍ୟମରେ ସଙ୍ଗେ ସଙ୍ଗେ ପୁରସ୍କୃତ କରାଯାଇଥିଲା। ଏହା ପରେ ଗର୍ଭବତୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ,ରକ୍ତ ପରୀକ୍ଷା, କ୍ୟାଲସିୟମ ବଟିକା ବଣ୍ଟନ,ଓଜନ ଆଦି କରାଯାଇଥିଲା।ସୃତିଲତା ବିଶ୍ୱାଳ କାଯ୍ୟକ୍ରମକୁ ପରିଚାଳନା କରିଥିଲେ।
