ଖରିଫ ଋତୁରେ ଧାନ ସଂଗ୍ରହ ପାଇଁ ଜିଲ୍ଲା ପ୍ରଶାସନର ସଚେତନତା ରଥ

ଯାଜପୁର, ୨୭/୦୫/୨୬: ଖରିଫ ୨୦୨୫-୨୬ ବିପଣନ ଋତୁରେ ରବି ଧାନ ସଂଗ୍ରହ ପାଇଁ ଚାଷୀଙ୍କ ସଚେତନତା ନିମନ୍ତେ ପ୍ରଚାର ରଥକୁ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଶିବାନନ୍ଦ ସ୍ୱାଇଁ ଉଦଘାଟନ କରିଛନ୍ତି। ଚଳିତ ଖରିଫ ବିପଣନ ବର୍ଷ ନିମନ୍ତେ ପଞ୍ଜୀକୃତ ଚାଷୀ ଭାଇ ଭଉଣୀମାନଙ୍କଠାରୁ ୩୦ ଟି ପ୍ରାଥମିକ କୃଷି ସମବାୟ ସମିତି ଜରିଆରେ ଧାନ କ୍ରୟ କରାଯାଉଛି। ପଞ୍ଜୀକୃତ ଚାଷୀମାନେ ସମ୍ପୃକ୍ତ ପ୍ରାଥମିକ କୃଷି ସମବାୟ ସମିତିର ସମ୍ପାଦକମାନଙ୍କ ସହ ଯୋଗାଯୋଗ କରି ସେମାନଙ୍କ ପଞ୍ଜୀକୃତ ମୋବାଇଲ ନମ୍ବରକୁ ଧାନ କ୍ରୟ ସମ୍ବନ୍ଧରେ ଆସିଥିବା ବାର୍ତ୍ତା (ଟୋକନ ନମ୍ବର, ତାରିଖ, ଧାନର ପରିମାଣ ଇତ୍ୟାଦି) ଅନୁସାରେ ନିର୍ଦ୍ଧାରିତ ତାରିଖ ଓ ପରିମାଣ ଅନୁଯାୟୀ ବିକ୍ରିଯୋଗ୍ୟ ବଳକା ଧାନ ବିକ୍ରି କରିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।

ଚଳିତ ଖରିଫ ଧାନ କ୍ରୟରେ ବଡ଼ଚଣା, ବିଂଝାରପୁର, ଦଶରଥପୁର, ଯାଜପୁର, କୋରେଇ, ସୁକିନ୍ଦା ବ୍ଲକର ପ୍ରାଥମିକ କୃଷି ସମବାୟ ସମିତି ଅଂଶଗ୍ରହଣ କରୁଛନ୍ତି। ଚଳିତ ଖରିଫ ବର୍ଷରେ ଜିଲ୍ଲାରେ ମୋଟ ୪୬୦୩ ଜଣ କୃଷକ ପଞ୍ଜୀକରଣ କରିଛନ୍ତି। ଏହି ପ୍ରଚାର ରଥ ଉଦଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଲା ଯୋଗାଣ ଅଧିକାରୀ ଦିଲ୍ଲୀପ ପାଣିଗ୍ରାହୀ, ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ କୃଷ୍ଣ ଚନ୍ଦ୍ର ନାୟକ , ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ, ଡିଆରସିଏସ ଅମୂଲ୍ୟ କୁମାର ସେଠୀ, ସହକାରୀ ନିବନ୍ଧକ ନିହାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *