ଚିକିଟି ସମ୍ବାଦ ସାହିତ୍ୟଘରର ବାର୍ଷିକୋତ୍ସବ ପାଳିତ
ଚିକିଟି, 27/5 ନୂତନ ଚିନ୍ତାଧାରା ଓ ସୃଜନଶୀଳତାର ଜନ୍ମସ୍ଥଳୀ ହେଉଛି ସାହିତ୍ୟ ସଭା। ଏହି ମତ ପ୍ରକାଶ ପାଇଥିଲା ସୁନାପୁର ବେଳା ଭୂମିରେ ଅନୁଷ୍ଠିତ ହୋଇଥିବା ସମ୍ବାଦ ସାହିତ୍ୟଘର ଚିକିଟିର ଏକାଦଶତମ ବାର୍ଷିକୋତ୍ସବରେ ମଞ୍ଚାସୀନ ଥିବା ଅତିଥିମାନଙ୍କ ବକ୍ତବ୍ୟରୁ। ଅନୁଷ୍ଠାନର ସଭାପତି ଶ୍ରୀ ଦୁର୍ଗାପ୍ରସାଦ ମହାରଣାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଅଛି ଚିକିଟି ସମ୍ବାଦ ସାହିତ୍ୟଘରର ସମାବର୍ତ୍ତନ ଦିବସ। ମୁଖ୍ୟ ଅତିଥି ଭାବରେ ମଞ୍ଚାସୀନ ଥିଲେ ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ମନୋରଞ୍ଜନ ଦ୍ୟାନ ସାମନ୍ତରା,ସମ୍ମାନିତ ଅତିଥି ରୂପେ ସମଦୃଷ୍ଟି ପତ୍ରିକାର ସମ୍ପାଦକ ଶ୍ରୀ ବିଘ୍ନେଶ୍ୱର ସାହୁ, ଆଭା ପତ୍ରିକାର ସମ୍ପାଦିକା ଶ୍ରୀମତୀ ଗୌରପ୍ରିୟା ଦାସ,ବ୍ରହ୍ମପୁର ସାହିତ୍ୟ ପରିଷଦର ସଭାପତି କବି ସୁଶାନ୍ତ ଦାସ, ଏବଂ ଅଧ୍ୟାପକ ତ୍ରିଲୋଚନ ଦାଶ।ଉକ୍ତ ସଭାରେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ ସଂହିତା ମହାନ୍ତି, ପ୍ରତିବର୍ଷ ପରି ସ୍ଵାଧୀନତା ସଂଗ୍ରାମୀ ଦିବାକର ପଟ୍ଟନାୟକ ସ୍ମୃତି ସମ୍ମାନ ସାମାଜିକ ଅନୁଷ୍ଠାନ ଗୋପବନ୍ଧୁ ସେବା ସମିତି, ଚିକିଟିଙ୍କୁ ପ୍ରଦାନ କରାଯାଇଥିଲା ସେହିପରି ସାହିତ୍ୟିକ ଇଂ ଉମେଶ ଚରଣ ପାଢୀ ସ୍ମୃତି ସମ୍ମାନ କବି ଶ୍ରୀ ତ୍ରିପତି ପ୍ରଧାନ ପାଇଥିଲେ।ଉକ୍ତ ସଭାରେ ଅତିଥି ପରିଚୟ ପ୍ରଦାନ କରିଥିଲେ ଅଧ୍ୟାପକ ଡ. ଅଶୋକ କୁମାର ପଣ୍ଡା ସଭା ପରିଚାଳନା କରିଥିଲେ ସଭାପତି ଶ୍ରୀ ମହାରଣା ସମ୍ପାଦକୀୟ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ଅନୁଷ୍ଠାନର ସଂଯୋଜକ ଶ୍ରୀ ବିଭୂଧେନ୍ଦ୍ର ପାଢୀ,ଡ. ସଞ୍ଜୟ କୁମାର ପଣ୍ଡାଙ୍କ ସମ୍ପାଦନାରେ ପ୍ରସ୍ତୁତ ସମ୍ବାଦ ସାହିତ୍ୟ ଘରର ମୁଖପତ୍ର “ଶୁଭଲଗ୍ନ।”

ଲୋକାର୍ପଣ କରାଯାଇଥିଲା। ଦ୍ଵିତୀୟ ଅଧିବେଶନ କବିତା ପାଠୋତ୍ସବ ପର୍ବରେ ୫୬ ଜଣ କବି ନିଜର ସ୍ବରଚିତ କବିତା ପାଠ କରିଥିଲେ।ଏହି ଅଧିବେଶନରେ ମଞ୍ଚାସୀନ ଥିଲେ ଡ. ଦେବଦତ୍ତ ଚୌଧୁରୀ, ଡ.ମନୋଜ କୁମାର ଭୋଇ,ଡ. ଶୁଭେନ୍ଦୁ ମେହେର, ଶ୍ରୀମତୀ ଜୟଶ୍ରୀ ପଟ୍ଟନାୟକ, ଅଧ୍ୟାପକ ଶ୍ରୀ ପ୍ରକାଶ ଚନ୍ଦ୍ର ବେହେରା ଏବଂ ବିଜୟ କୁମାର ପାଢ଼ୀ।ମଞ୍ଚାସୀନ ଅତିଥିବୃନ୍ଦ ଓଡ଼ିଆ କବିତାର ଅତୀତ ବର୍ତ୍ତମାନ ଓ ଭବିଷ୍ୟତ ସମ୍ପର୍କରେ ଆଲୋକପାତ କରିଥିଲେ। ପଠିତ ସମସ୍ତ କବିତାକୁ ସଂଯୋଜନା କରିଥିଲେ ସୁଶ୍ରୀ ସାଗରିକା ଆଚାର୍ଯ୍ୟ ଏବଂ ଜୟଶ୍ରୀ ପଟ୍ଟନାୟକ।ସୁନାପୁର ଅଞ୍ଚଳର ବଦାନ୍ୟ ବ୍ୟକ୍ତିଙ୍କ ସହାୟତା ସହ ଅନୁଷ୍ଠାନର କୋଷାଧ୍ଯକ୍ଷ ଶ୍ରୀ ରମାକାନ୍ତ ବେହେରା, ପୂର୍ବତନ ସଭାପତି ଶ୍ରୀ ନିଗମାନନ୍ଦ ପଣ୍ଡା ଶ୍ରୀ ମନୋଜ କୁମାର କୁଣ୍ଡ, ଶ୍ରୀ ଶିବରାମ ସାହୁ,ଶ୍ରୀ କୁରେଶୁ ମହାରଣାଙ୍କ ପାଇଁ କାର୍ଯ୍ୟକ୍ରମ ସଫଳ ରୂପାୟନ ହୋଇଥିଲା।
