ପୁରୀ ସାମୁଦ୍ରିକ ଜଳକ୍ରୀଡ଼ା କୁ ନେଇ ପୁରୀ ଜିଲ୍ଲାପାଳ ଙ୍କ ସମୀକ୍ଷା
ଗତ ଦୁଇଦିନ ତଳେ ମଧ୍ୟପ୍ରଦେଶର ଜବଲପୁରର ଏକ ଡ୍ୟାମ୍ ରେ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ କ୍ରୁଜ ବୁଡ଼ି ଯିବାରୁ ଅନେକ ପର୍ଯ୍ୟଟକଙ୍କର ଦୁଃଖଦ ମୃତ୍ୟୁ ଘଟିଛି। ସବୁଠାରୁ ଗୁରତ୍ୱପୂର୍ଣ୍ଣ କଥା ହେଉଛି ଉକ୍ତ କ୍ରୁଜରେ ଥିବା ପର୍ଯ୍ୟଟକ ମାନେ ଲାଇଫ ଜ୍ୟାକେଟ ପିନ୍ଧି ନଥିଲେ। ଏଣୁ କ୍ରୁଜ ବୁଡ଼ି ଯିବାରୁ ପର୍ଯ୍ୟଟକମାନେ ମୃତ୍ୟୁବରଣ କରିଥିଲେ। ତେବେ ପୁରୀ ବେଳାଭୂମିକୁ ପ୍ରତ୍ୟକଦିନ ଲକ୍ଷଲକ୍ଷ ପର୍ଯ୍ୟଟକ ଆସୁଥିବା ବେଳେ ସେମାନେ ଓ୍ବାଟର ସ୍ପୋର୍ଟସ ତଥା ସାମୁଦ୍ରିକ ଜଳକ୍ରୀଡ଼ାର ମଜା ନେଉଛନ୍ତି।ପୁରୀ ସମୁଦ୍ରରେ ୱଟର ସ୍ପରୋର୍ଟସର ଚାହିଦା ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି। ବିଶେଷ କରି ଯୁବପିଢି ମାନେ ଦୁଃସାହାସିକ ଜଳକ୍ରୀଡା ତଥା ଓ୍ବାଟର ସ୍ପୋର୍ଟସ ର ମଜା ନେବା ପାଇଁ ବେଶି ଆଗ୍ରହ ପ୍ରକାଶ କରୁଛନ୍ତି। ସମୁଦ୍ରରେ ଓ୍ବାଟର ସ୍ପୋର୍ଟସ ଯେତିକି ରୋମାଞ୍ଚକର ସେତିକି ବିପଦପୂର୍ଣ୍ଣ ମଧ୍ୟ। ଏଣୁ ଓ୍ବାଟର ସ୍ପୋର୍ଟସ ର ମଜା ନେଉଥିବା ପ୍ରତ୍ୟେକ ପର୍ଯ୍ୟଟକ ଙ୍କୁ ଲାଇଫ ଜ୍ୟାକେଟ ବ୍ୟବହାର କୁ କଡ଼ାକଡ଼ି କରାଯିବାକୁ ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି। ଏଥିସହିତ ଓ୍ବାଟର ସ୍ପୋର୍ଟସ ବେଳେ ଯଦି କୌଣସି ଅଘଟଣ ଘଟେ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଭଲ ପ୍ରଶିକ୍ଷଣ ପ୍ରାପ୍ତ ଲାଇଫ ଗାର୍ଡ ମୁତୟନ ମୁତୟନ ସହିତ ଅତ୍ୟାଧୁନିକ ରେସ୍କ୍ୟୁ ଉପକରଣ ପ୍ରଦାନ କରିବା ଏବଂ ପର୍ଯ୍ୟଟକଙ୍କୁ ସଙ୍ଗେ ସଙ୍ଗେ ମେଡିକାଲ ନେବା ପାଇଁ ବେଳାଭୂମିରେ ଆମ୍ବୁଲାନ୍ସ ବ୍ୟବସ୍ଥା ଯଥାଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ବୁଦ୍ଧିଜୀବୀ ମତପ୍ରକାଶ କରିଛନ୍ତି। ତେବେ ପର୍ଯ୍ୟଟକଙ୍କ ସୁରକ୍ଷାକୁ ନେଇ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା କହିଛନ୍ତି,,,ଓ୍ବାଟର ସ୍ପୋର୍ଟସ ପାଇଁ ନିର୍ଦ୍ଦିଷ୍ଟ ସ୍ଥାନରେ ଅନୁମତି ଦିଆଯାଇଥିବା ବେଳେ ଏଥିପାଇଁ ଗାଇଡ ଲାଇନ ମଧ୍ୟ ରହିଛି। ଏହାକୁ କଡ଼ାକଡ଼ି ପାଳନ କରିବା ପାଇଁ ଓ୍ବାଟର ସ୍ପୋର୍ଟସ ବ୍ୟବସାୟ କରୁଥିବା ସଂସ୍ଥା କୁ ନିର୍ଦ୍ଦେଶ ଦିଆଯାଇଛି। ପାଗ ଅନୁକୂଳ ନଥିଲେ ୱାଟର ସ୍ପୋର୍ଟସ କୁ ବନ୍ଦ ରଖିବା ପାଇଁ ନିୟମ ରହିଛି।ପୁରୀ ବେଳାଭୂମିରେ ପର୍ଯ୍ୟଟକ ଙ୍କ ସୁରକ୍ଷା ପାଇଁ ଆଗାମୀ ଦିନରେ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି। ପୁରୀ ଦିଗବାରେଣି ଛକରେ ଏକ ଇଣ୍ଟିଗ୍ରେଟେଡ କଣ୍ଟ୍ରୋଲ ରୁମ୍ ଖୋଲାଯାଇ ପୁରୀ ବେଳାଭୂମିକୁ ସମ୍ପୂର୍ଣ୍ଣ ସିସିଟିଭି ନଜରରେ ରଖାଯିବ। ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଓ୍ବାଚ୍ ଟାଓ୍ବାର, ରେସ୍କ୍ୟୁ ସେଣ୍ଟର, ଆମ୍ବୁଲାନ୍ସ ବ୍ୟବସ୍ଥା ସହ ଅଧିକ ଲାଇଫ ଗାର୍ଡ ମୁତୟନ କରାଯିବ।ଲୋକଙ୍କୁ ସଚେତନତା ବାର୍ତ୍ତା ଦେବା ପାଇଁ ଏଲଇଡି ସ୍କ୍ରିନ ର ବ୍ୟବସ୍ଥା ମଧ୍ୟ କରାଯିବ। ବେଳାଭୂମିରେ ସ୍ବଚ୍ଛତା ପାଇଁ ଖୁବଶୀଘ୍ର ଅତ୍ୟାଧୁନିକ ମେସିନ ସାହାଯ୍ୟ ରେ ପ୍ରତିଦିନ ସଫେଇ କରାଯିବା ସହିତ ଡ୍ରେନେଜ ବିଭାଗରେ ମଧ୍ୟ ଉନ୍ନତିକରଣ କରାଯିବ। ଆଗାମୀ ରଥଯାତ୍ରା ପୂର୍ବରୁ ସମସ୍ତ କାର୍ଯ୍ୟ ଶେଷ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।
