ଶୈକ୍ଷିକ ସମୀକ୍ଷା ବୈଠକ
ପୁରୀ ତା – ୨୬ /୦୫ /୨୬ ରିଖ ମଙ୍ଗଳବାର, ଜିଲ୍ଲା ସମଗ୍ର ଶିକ୍ଷା ସଭାଗୃହରେ ଚଳିତ ୨୦୨୬–୨୭ ଶିକ୍ଷା ବର୍ଷର ପ୍ରଥମ ଶୈକ୍ଷିକ ସମୀକ୍ଷା ବୈଠକ ଜିଲ୍ଲା ଶିକ୍ଷାଅଧିକାରୀ ଶ୍ରୀ ଦୀପକ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶୈକ୍ଷିକ ସଂଯୋଜକ ଶ୍ରୀ ସୁଶୀଲ କୁମାର ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ବିଗତ ତିନି ବର୍ଷର ମାଟ୍ରିକଫଳର ବିଶ୍ଲେଷଣ କରାଯାଇଥିଲା । ଚଳିତ ବର୍ଷର ମାଟ୍ରିକ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଦଶମ ୩.O କାର୍ଯ୍ୟକ୍ରମ ମାଧ୍ୟମରେ A 1 ଗ୍ରେଡ଼ ସଂଖ୍ୟା ବୃଦ୍ଧି, ଶତ ପ୍ରତିଶତ କୃତକାର୍ଯ୍ୟ ଓ ସମସ୍ତ ପଞ୍ଜିକୃତ ଛାତ୍ର ଛାତ୍ରୀ ପରୀକ୍ଷାଦେବା ସୁନିଶ୍ଚିତ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଗଲା। ଶୈକ୍ଷିକ ମାନବୃଦ୍ଧି ନିମନ୍ତେ ଏକ ବିସ୍ତୃତ ବିବରଣୀ ଶ୍ରୀ ସୁଶୀଲ ମହାପାତ୍ର ଉପସ୍ଥାପନ କରିଥିଲେ । ଏହା ଉପରେ ଦିନସାରା ପର୍ଯ୍ୟାପ୍ତ ଆଲୋଚନା କରାଯିବା ସହ ସୁଚିନ୍ତିତ ମତାମତ ଗ୍ରହଣ କରାଯାଇଥିଲା ଯେଉଁଥିରେ ଅତିରିକ୍ତ ଜିଲ୍ଲା ଶିକ୍ଷାଅଧିକାରୀ ଶ୍ରୀ ଦ୍ୱିତିକାନ୍ତ ପ୍ରଧାନ, ଶ୍ରୀ ଗୋବିନ୍ଦ ଚନ୍ଦ୍ର ହେମ୍ବ୍ରମ, ଶିକ୍ଷକ- ପ୍ରଶିକ୍ଷକ ଶ୍ରୀ ସ୍ୱାଧୀନ ପ୍ରଧାନ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ରମେଶ ଚନ୍ଦ୍ର ପଣ୍ଡା , ସତ୍ୟବାଦୀ ଦାଶ ଏବଂ ବରିଷ୍ଠ ଶିକ୍ଷକ / ଶିକ୍ଷୟତ୍ରୀମାନେ ଅଂଶଗ୍ରହଣ କରିଥିଲେ। ଜିଲ୍ଲାରେ ଖାନ ଏକାଡେମୀର କାର୍ଯ୍ୟକାରିତା ଉପରେ ସଂଯୋଜକ ଶ୍ରୀ ସନ୍ତୋଷ କୁମାର ଚୌଧୁରୀ ଏକ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ପରିଶେଷରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପାଢୀ, ଜିଲ୍ଲାପାଳ ମହାଶୟ ଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିବା ସହ , ଦଶମ 3.0 ର ସଫଳତାର ସହିତ କାର୍ଯକାରୀ କରିବା ଉପରେ ଗୁରୁତ୍ୱ।ରୋପ କରିଥିଲେ । ଏହା ସହ ନୂତନ ଭାବେ ଜିଲ୍ଲା ଶୈକ୍ଷିକ କମିଟି ଗଠନ, ବରିଷ୍ଠ ଶିକ୍ଷକ / ଶିକ୍ଷୟତ୍ରୀମାନଙ୍କ ମତକୁ ଆଧାର କରି ଏକ ନୂତନ କାର୍ଯ୍ୟପନ୍ଥା ସ୍ଥିର କରିବାପାଇଁ ଗୃହକୁ ପରାମର୍ଶ ଦେଇଥିଲେ l ବିଷୟ ଭିତ୍ତିକ ଶିକ୍ଷକ /ଶିକ୍ଷୟତ୍ରୀ ମାନଙ୍କୁ ଆଭାସୀ ବୈଠକ ଦ୍ୱାରା ପ୍ରଶିକ୍ଷଣ ପ୍ରଦାନ, ପ୍ରତି ମାସରେ ଗୋଷ୍ଠୀଶିକ୍ଷାଧିକାରୀମାନଙ୍କ ଦ୍ୱାରା ବ୍ଲକ ସ୍ତରୀୟ ଶୈକ୍ଷିକ ସମୀକ୍ଷା ବୈଠକ ଆୟୋଜନ ତଥା ପ୍ରତି ଶନିବାର ଦିନ A1 ଗ୍ରେଡ଼ ଆଶାୟୀ ଛାତ୍ରଛାତ୍ରୀମାନଙ୍କୁ ନେଇ ପ୍ରତି ବ୍ଲକରେ ବିଷୟଭିତ୍ତିକ ସଂଶୟ ମୋଚନ କ୍ଳାସ ଆୟୋଜନ କରିବାନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଗଲା । ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ବିଜ୍ଞାନ ନିରୀକ୍ଷକ ଉମାକାନ୍ତ ମିଶ୍ର ଏବଂ ଶିକ୍ଷାବିଜ୍ଞାନ ସଂଯୋଜକ ରମେଶ ବଲ୍ଲଭ ସାହୁ ପରିଚାଳନା କରିଥିଲେ । ପରିଶେଷରେ ଅତିରିକ୍ତ ଶିକ୍ଷା ଅଧିକାରୀ ଶ୍ରୀ ଦ୍ୱିତିକାନ୍ତ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।
