ପୋଷା କୁକୁର ପାଇବେ ମାନପତ୍ର ଓ ସମ୍ବର୍ଦ୍ଧନା

ରାହାମା ୫/୫ ଜଗତସିଂହପୁର ଜିଲ୍ଲା ର ଏକ ସାମାଜିକ ସଂସ୍କାର ପାଇଁ କାର୍ଯ୍ୟ କରୁଥିବା ନିଆରା ଅନୁଷ୍ଠାନ “ଆସ ଆମେ ଭଲ ମଣିଷ ହେବା ” ତରଫରୁ ମଣିଷ ର ବିଶ୍ୱାସୀ ବନ୍ଧୁ ” କୁକୁର ” କୁ ମାନପତ୍ର ଏବଂ ଉପଢୌକନ ଦେଇ ସମ୍ବର୍ଦ୍ଧନା ଦେବା ପାଇଁ ସ୍ଥିର କରାଯାଇଛି ! ଅନୁଷ୍ଠାନ ର ଆବାହକ ଡ଼ ଅରୁଣ କୁମାର ପାଣି , ଶିକ୍ଷାବିତ ଡ଼ ଧୃତିଧର ଦାସ , ସାମ୍ବାଦିକ ସରୋଜ କୁମାର ନାୟକ, ସାମାଜିକ ବିପ୍ଲବୀ ପୂର୍ଣଚନ୍ଦ୍ର ମହାପାତ୍ର , ମନୋଜ ସେଠି, ବିଶ୍ବଜିତ ବେହେରା ପ୍ରମୁଖ ସୂଚନା ଦେଇଛନ୍ତି ! ଯେତେବେଳେ ଆଜି କାଲି ସମାଜ ରେ ମାନପତ୍ର ର ମାନ ରହୁ ନାହିଁ ! କାର୍ଯ୍ୟକ୍ରମ ନାମ ରେ ମାନପତ୍ର ବିକ୍ରି ଚାଲିଛି ! ସ୍ଥାନ, କାଳ, ପାତ୍ର ଭୁଲି ଲୋକଙ୍କୁ ସମ୍ବର୍ଦ୍ଧନା ଦିଆଯାଉଛି , ସେହିଭଳି ପରିସ୍ଥିତି ରେ ସମାଜ କୁ ଏଜ ସଚେତନ ବାର୍ତା ଦେବା ପାଇଁ ଏକ ଅଭିନଵ ପ୍ରତିବାଦ ଆରମ୍ଭ କରିଛନ୍ତି ଅନୁଷ୍ଠାନ ! ବାସ୍ତବ ବ୍ୟକ୍ତି ଙ୍କୁ ସମ୍ମାନ ମିଳୁ , ବେପାର ଭଳି ସମ୍ମାନ ନ ମିଳୁ , ଅପାତ୍ର ରେ ଦିଆ ନ ଯାଉ ବୋଳି ପ୍ରକାଶ କରିଛନ୍ତି ଡ଼ ପାଣି ! ସେ କହିଛନ୍ତି କୁକୁର ହେଉଛି ମଣିଷ ର ବିଶ୍ୱାସୀ ବନ୍ଧୁ, ମଣିଷ ସ୍ୱାର୍ଥ ପାଇଁ କିଛି ଵି କରିପାରେ କିନ୍ତୁ କୁକୁର ତା ମାଲିକ ପାଇଁ ଜୀବନ ଦେଇପାରେ ! କିନ୍ତୁ ତା ପରି ବିଶ୍ୱାସୀ ଜୀବ ଟିକୁ ଆମେ ଅଣଦେଖା କରୁ ! ତେଣୁ ତାକୁ ଉପଯୁକ୍ତ ସମ୍ମାନ ଦେବ ଅନୁଷ୍ଠାନ ! ଏହି ପରିପ୍ରେକ୍ଷୀରେ ସେ ଜିଲ୍ଲା ର ସମସ୍ତ ବୋଲମାନୁଥିବା ଉପକାରୀ କୁକୁର ମାନଙ୍କ ମାଲିକ ମାନଙ୍କୁ ଭେଟିବେ ଏବଂ ସେମାନଙ୍କୁ ଉପଯୁକ୍ତ ସମ୍ମାନ ଦେଵେ ବୋଲି ପ୍ରକାଶ କରିଛନ୍ତି ଏବଂ ଏହା ମାନପତ୍ର ପାଇଁ ପାଗଳ ମଣିଷ ସମାଜ କୁ ଏକ ବଡ଼ ଶିକ୍ଷା ହେବ !

Leave a Reply

Your email address will not be published. Required fields are marked *