ମେଧାବୀ ଶିକ୍ଷାର୍ଥୀଙ୍କୁ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ସମ୍ବର୍ଦ୍ଧନା
କାକଟପୁର,୦୫.୦୫- କାକଟପୁରର ଅଗ୍ରଣୀ ଘରୋଇ ଶିକ୍ଷାନୁଷ୍ଠାନ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଚଳିତ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ମେଧାବୀ ଶିଶୁ ଭାଇ ଭଉଣୀ ମାନଙ୍କୁ ଶିଶୁ ବିଦ୍ୟା ମନ୍ଦିର ପରିସର ରେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଅଛିl ଆୟୋଜିତ ଉତ୍ସବରେ ସ୍କୁଲର ପୂର୍ବତନ ସଭାପତି ତଥା ଶୈକ୍ଷିକ ପରାମର୍ଶ ଦାତା ପ୍ରମୋଦ କିଶୋର ପୃଷ୍ଟି, ସଭାପତି ଶିକ୍ଷାବିତ ପୀତବାସ ଦୀକ୍ଷିତ, ସମ୍ପାଦକ ରବିନ୍ଦ୍ର ପ୍ରଧାନ, ଉପ ସଭାପତି ମନୋଜ ସାହୁ, ରାଜକିଶୋର ମଲ୍ଲିକ, ସହ ସମ୍ପାଦିକା ଶୁଭଦ୍ରା ସାହୁ, ପ୍ରଧାନ ଆଚାର୍ଯ୍ୟ ତନ୍ମୟ କୁମାର ପାତ୍ର, ସହ ପ୍ରଧାନା ଆଚାର୍ଯ୍ୟା ଜୟନ୍ତୀ ବାଳା ନନ୍ଦ, ବରିଷ୍ଠ ଗୁରୁଜୀ ଅନ୍ନଦା କୁମାର ବେହେରା ପ୍ରମୁଖ ଯୋଗଦେଇ କୃତିତ୍ୱ ଅର୍ଜନ କରିଥିବା ଶିଶୁ ଭାଇ ଭଉଣୀ ମାନଙ୍କୁ ଫୁଲ ତୋଡ଼ା ମିଠା ଖୁଆଇ ସମ୍ବର୍ଦ୍ଧିତ କରିଥିଲେ l ଶିଶୁ ବିଦ୍ୟା ମନ୍ଦିର ର ଏ ୧ ଗ୍ରେଡ଼ ରେ ଆଦ୍ୟାଶା ତ୍ରିପାଠୀ, ଅଭିଷେକ ବିଶ୍ୱାଳ, ସଂୟ ପ୍ରକାଶ ଜେନା, ଆଦ୍ୟାଶ୍ରୀ ପ୍ରଧାନଙ୍କ ସହିତ ସମସ୍ତ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା।l ଏହି ସମ୍ବର୍ଦ୍ଧନା ଉତ୍ସବ ରେ ଅନ୍ୟ ମାନଙ୍କ ମଧ୍ୟରେ ଶିଶୁ ବିଦ୍ୟା ମନ୍ଦିର ଗୁରୁଜୀ, ଗୁରୁମା କମଳାକାନ୍ତ, ଲକ୍ଷ୍ମୀଧର, ଦିଲ୍ଲୀପ, ସୁବର୍ଣ୍ଣ, ବ୍ରହ୍ମାନନ୍ଦ, ଜ୍ୟୋତି ରଞ୍ଜନ, ଗୀତାଞ୍ଜଳି, ବ୍ରମ୍ମୋତ୍ରୀ, ଦିବ୍ୟରୁପା, ନିବେଦିତା, ନିରୁପମା ପ୍ରମୁଖ ସହଯୋଗ କରିଥିଲେ l ପରିଶେଷରେ ଶିଶୁ ବିଦ୍ୟା ମନ୍ଦିର ର କୋଷାଧ୍ୟକ୍ଷ ସୂର୍ଯ୍ୟନାରାୟଣ ଜେନା ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l
