କବିମୟ ହୋଇପଡିଲା ଶ୍ରୀକ୍ଷେତ୍ର ଅନୁରାଗ ସାହିତ୍ୟ ସଂସଦର ଚନ୍ଦନ ମଉଜ
ପୁରୀ: ସ୍ଥାନୀୟ ୟୁଥ ହଷ୍ଟେଲରେ ଶ୍ରୀକ୍ଷେତ୍ର ଅନୁରାଗ ସାହିତ୍ୟ ସଂସଦ ଓ ୱେବ ଚ୍ୟାନେଲ ଅନୁରାଗ ଟାଇମ୍ସ ପକ୍ଷରୁ ଚନ୍ଦନ ମଉଜ ଅନୁଷ୍ଠିତ ହୋଇଛି । ସାରସ୍ୱତ ସାଧକଙ୍କ ଉପସ୍ଥିତି ଏହାକୁ ବେଶ ଆକର୍ଷଣୀୟ କରିଥିଲା । ସଂସଦର ସଭାପତି ତଥା ଏନବିଟିର ପୂର୍ବତନ ଦକ୍ଷ ନିର୍ଦ୍ଦେଶକ ତଥା ପ୍ରତିଷ୍ଠିତ ସାହିତ୍ୟିକ ମାନସ ରଞ୍ଜନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏହା ସୁଚାରରୂପେ ପରିଚାଳିତ ହୋଇଥିଲା । ଓଡିଆ ବିଶ୍ୱବିଦ୍ୟାଳୟର କୂଳପତି ପ୍ରଫେସର ସତ୍ୟନାରାୟଣ ଆଚାର୍ଯ୍ୟ ମୂଖ୍ୟ ଅତିଥି ଏବଂ ରାଜେଶ ମିଶ୍ର ମୂଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । ସାହିତ୍ୟ ସାଧନା ପାଇଁ ସୁଶ୍ରୀ ହରପ୍ରିୟା ସାହୁଙ୍କ ସମେତ ସୁଦୀପ୍ତା ମିଶ୍ର, ମଣିରାମ ଜେନା, ଶୁଭନାରାୟଣ ସ୍ୱାଇଁ ଓ ଭୁବନେଶ୍ୱର ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ସଂସଦର ସମ୍ପାଦକ ବିଶ୍ୱମିତ ମିଶ୍ର, କାର୍ଯ୍ୟକାରୀ ସଭାପତି ଇଂ ସୂର୍ଯ୍ୟନାରାୟଣ ରଥ ଓ ଉପ ସଭାପତି ବିଜୟ କୃଷ୍ଣ ବ୍ରହ୍ମା ଯୋଗ ଦେଇଥିଲେ । ବିଷ୍ଣୁପ୍ରସାଦ ମହାପାତ୍ର ଓ ଶିଲ୍ପୀମାନଙ୍କ ଦ୍ୱାରା ପାରମ୍ପାରିକ ସଙ୍ଗୀତ ପରିବେଷଣ କରାଯାଇଥିଲା । ଚିତ୍ରଲେଖା ମିଶ୍ର, ବିଶ୍ୱପ୍ରୀତ ମିଶ୍ର ଓ ଧଡୁ ମହାପାତ୍ର ଏହାକୁ ପରିଚାଳନା କରିଥିଲେ । ଦ୍ୱିତୀୟାର୍ଦ୍ଧରେ ଚନ୍ଦନ ଗୀତ ଓ କବିତା ପାଠର ଆୟୋଜନ କରାଯାଇଥିଲା । ଏଥିରେ ଶୈଳବାଳା ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସୁଚେତା ମିଶ୍ର ସଭାପତିତ୍ୱ କରିଥିଲେ । ସର୍ବାଣୀ ଦାସ ଓ ସନ୍ୟାସୀ ନାୟକ ଏହାକୁ ପରିଚାଳନା କରିଥିଲେ । ଶ୍ରୀକ୍ଷେତ୍୍ରର ପ୍ରତିଷ୍ଠିତ କବିମାନେ କବିତାପାଠ କରିଥିଲେ ।
