ଠାକୁରାଣୀଙ୍କ ଜଳଶାୟୀ

ଦୋଳମଣ୍ଡପ ସାହି, ଜେନାରୀଗଛ ଛକ ସ୍ଥିତ ମାଆ ରାମଚଣ୍ଡୀ ଠାକୁରାଣୀଙ୍କ ଜଳଶାୟୀ ନୀତି ପବିତ୍ର ଜଳକ୍ରୀଡା ଏକାଦଶୀ ତିଥିରେ ଅନୁଷ୍ଠିତ ହୋଇଯାଇଛି | ସକାଳୁ ମାଆଙ୍କ ଦ୍ୱାର ଫିଟିବା ପରେ ମଙ୍ଗଳଆଳତି ଓ ଅବକାଶ ନୀତି ପରେ ଶଙ୍ଖୁଡି ଭୋଗ କରାଯାଇଥିଲା | ପରେ ମାଆଙ୍କ ଆସ୍ଥାନରେ ମାଟି ପ୍ରଲେପ କରାଯାଇଥିଲା | ଶିବନାରାୟଣ ଦାଶ, ରଞ୍ଜନ ଦାଶ, ତ୍ରିଲୋଚନ ମିଶ୍ର, ରବିନାରାୟଣ ପାଣିଗ୍ରାହୀ, ଅକ୍ଷୟଚନ୍ଦ୍ର କର ଓ ରାମନାରାୟଣ ଦାଶ ଗରାରେ ନିକଟସ୍ଥ କୂଅରୁ ଜଳତୋଳି ଆଣି ମାଆଙ୍କ ଆସ୍ଥାନ ନିକଟରେ ରଖା ଯାଇଥିଲା | ଜଳରେ ଚନ୍ଦନ, ଅଗୁର, କର୍ପୁର, ଚୂଆ,କେଶର ଓ ବିଭିନ୍ନ ପ୍ରକାରର ସୁବାସିତ ମିଶ୍ରଣ କରାଯାଇ ମାଆଙ୍କ ମସ୍ତକରେ ଢଳା ଯାଇଥିଲା | ଅପରାହ୍ନରେ ଜଳ ନିଷ୍କାସନ କରାଯାଇ ମାଆଙ୍କୁ ଚନ୍ଦନ ବେଶରେ ସଜ୍ଜିତ କରାଯାଇଥିଲା | ପରେ ସନ୍ଧ୍ୟା ଆଳତି କରାଯାଇ ପ୍ରସ୍ତୁତ କରାଯାଇଥିବା ବିଭିନ୍ନ ପ୍ରକାରର ସୁସ୍ୱାଦୁ ବ୍ୟଞ୍ଜନ ଭୋଗ କରାଯାଇ ରାତ୍ର ପହୁଡ଼ କରାଯାଇଥିଲା | ମନ୍ଦିର ପୂଜକ ପିନାକ ଦାଶ ଓ ସୋମନାଥ ଦାଶ ସମସ୍ତ ନୀତିକାନ୍ତି ସମାପନ କରିଥିଲେ | ସ୍ଥାନୀୟ ଅଂଚଳର ଭକ୍ତ ମାଆଙ୍କ ଦିବ୍ୟଦୁର୍ଲଭ ବେଶ ଓ ଜଳଶାୟୀ ନୀତି ଦର୍ଶନ କରି ଆଶିଷ ଲାଭ କରିଥିଲେ | ଏହି ଅବସରରେ ମନ୍ଦିରକୁ ଉଜ୍ଜଳ ଆଲୋକ ମାଳାରେ ସଜ୍ଜିତ କରାଯାଇଥିଲା | ମନ୍ଦିର ପରିଚାଳନା କମିଟି ସମ୍ପାଦକ ମାଗୁଣି ପୃଷ୍ଟି, ସହ ସମ୍ପାଦକ ରାଜେନ୍ଦ୍ର ପାତ୍ର, ଗୋବିନ୍ଦ ଦତ୍ତ ଓ କୋଷାଧକ୍ଷ ବୁଲୁ ପଢ଼ିଆରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ |

Leave a Reply

Your email address will not be published. Required fields are marked *