ବ୍ରିକ୍ସ (BRICS) ସମ୍ମିଳନୀ

ପ୍ରେସ୍ ନୋଟ୍

ଆଜି ଓଡ଼ିଶା ପୁଲିସର ଡିଜି ଶ୍ରୀ Y. B. Khurania ବ୍ରିକ୍ସ (BRICS) ସମ୍ମିଳନୀ ସମ୍ବନ୍ଧୀୟ ସୁରକ୍ଷା ଓ ପ୍ରସ୍ତୁତି ବ୍ୟବସ୍ଥାର ସମୀକ୍ଷା ଉଦ୍ଦେଶ୍ୟରେ ପୁରୀର Taj Puri Resort & Spa ଠାରେ ପହଞ୍ଚି ଅନୁଧ୍ୟାନ କରିଥିଲେ। ଏହି ଅବସରରେ ପୁରୀ ଏସ୍ପି ଶ୍ରୀ Prateek Singh ଏବଂ ଅନ୍ୟାନ୍ୟ ବରିଷ୍ଠ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ। ଡିଜି ମହୋଦୟ ସମ୍ମିଳନୀ ସ୍ଥଳ, ଟ୍ରାଫିକ୍ ପରିଚାଳନା, ଭିଆଇପି ମୁଭମେଣ୍ଟ ଓ ସାମଗ୍ରିକ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ। ବ୍ରିକ୍ସ ସମ୍ମିଳନୀକୁ ସୁରକ୍ଷିତ ଏବଂ ସୁଚାରୁ ଭାବେ ସମ୍ପନ୍ନ କରିବା ପାଇଁ ପୁରୀ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଥିବା ବେଳେ ୮ ପ୍ଲାଟୁନ୍ ଫୋର୍ସ ମୁତାୟନ କରାଯାଇଛି। ଏହାସହ ଆବଶ୍ୟକ ସ୍ଥାନଗୁଡ଼ିକରେ ଅତିରିକ୍ତ ପୁଲିସ ବଳ ନିୟୋଜିତ ହୋଇ ସମସ୍ତ ସୁରକ୍ଷା ମାନଦଣ୍ଡକୁ ସୁନିଶ୍ଚିତ କରାଯାଇଛି। ପୁରୀ ପୁଲିସ ବ୍ରିକ୍ସ ସମ୍ମିଳନୀର ସଫଳ ଆୟୋଜନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବାବେଳେ ସମସ୍ତ ବ୍ୟବସ୍ଥାର ନିରନ୍ତର ତଦାରଖ ଜାରି ରହିଛି।

Leave a Reply

Your email address will not be published. Required fields are marked *