ବୟୋବୃଦ୍ଧ ଭୋଟର ଉଦୟ ନାଥଙ୍କୁ ସମ୍ମାନିତ କଲେ ଅତିରିକ୍ତ ଜିଲ୍ଲାପାଳ
ବୟୋବୃଦ୍ଧ ଭୋଟର ଉଦୟ ନାଥଙ୍କୁ ସମ୍ମାନିତ କଲେ ଅତିରିକ୍ତ ଜିଲ୍ଲାପାଳ l ମାଲକାନଗିରି ମାଥିଲି ତା ୦୨/୦୬(ପ୍ରଶାନ୍ତ କୁମାର ସଗରିଆ ): ସ୍ବତନ୍ତ୍ର ସଘନ ସଂଶୋଧନ ହେଉଛି ନିର୍ବାଚନ କମିଶନଙ୍କଦ୍ୱାରା ଭୋଟର ତାଲିକାକୁ ସଠିକ୍, ଅଦ୍ୟତନ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଚଲାଯାଉଥିବା ଏକ ବିଶେଷ ଅଭିଯାନ । ଏହାର ଉଦ୍ଦେଶ୍ୟ ହେଉଛି ଭୋଟର ତାଲିକାରୁ ମୃତ, ସ୍ଥାନାନ୍ତରିତ ଅଯୋଗ୍ୟ ନାମ ବିଲୋପ କରିବା ଏବଂ ଯୋଗ୍ୟ ନାଗରିକଙ୍କ ନାମ ସମ୍ମିଳିତ କରି ଭୋଟର ତାଲିକାକୁ ଶତ ପ୍ରତିଶତ ସଠିକ୍ କରିବା । ବୁଥ ସ୍ତରୀୟ ଅଧିକାରୀ ଘରକୁ ଘର ବୁଲି ଭୋଟର ତାଲିକା ସଂଶୋଧନ କରୁଛନ୍ତି । ଆଜି ଏହି କାର୍ଯ୍ୟକ୍ରମ ଅଧୀନରେ ମାଲକାନଗିରି ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ ମାଥିଲି ବ୍ଲକର ବୟୋବୃଦ୍ଧ ଭୋଟର ଉଦୟ ନାଥ ମହାରଣାଙ୍କ ଘରକୁ ଯାଇ ପୁଷ୍ପମାଲ୍ୟ ଓ ଉପଢୌକନ ପ୍ରଦାନ ପୂର୍ବକ ଗଣତନ୍ତ୍ରକୁ ସୁଦୃଢ କରୁଥିବା ବୟସ୍କ ଭୋଟରଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ମାଥିଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ପ୍ରମୋଦ କୁମାର ପ୍ରଧାନଙ୍କ ନେତୃତ୍ୱରେ ପରିଚାଳିତ ଏହି କାର୍ଯ୍ୟକ୍ରମରେ ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ତଥା ଗ୍ରାମ ପଞ୍ଚାୟତ ବିକାଶ ଅଧିକାରୀ ସଂଜୟ ସାମଲ ସୁପରଭାଇଜର ସନ୍ତୋଷ କୁମାର ପୂଜାରୀ, ମନୋଜ କୁମାର ବେହେରା, ଦେବ ପ୍ରସାଦ ବିଶ୍ୱାଳ, ସତ୍ୟନାରାୟଣ ଦାଶ, ଦୁର୍ଗାପ୍ରସାଦ ଦାସ ଏବଂ ବି.ଏଲ୍.ଓ ଓମ୍ ପ୍ରକାଶ ଜେନା ଉପସ୍ଥିତ ଥିଲେ । ପ୍ରକାଶ ଥାଉ କି ଏହି କାର୍ଯ୍ୟକ୍ରମ ଆସନ୍ତା ଜୁନ୍ 28 ତାରିଖ ପର୍ଯ୍ୟନ୍ତ ଚାଲିବ । ନୂତନ ଭୋଟରମାନେ ମଧ୍ୟ ନିଜର ନାମ ପଞ୍ଜିକରଣ କରିପାରିବେ ।
