ନାରୀ ଅଧିକାର ଅଭିଯାନ
ବ୍ରହ୍ମଗିରି ବିଜୁ ମହିଳା ଜନତା ଦଳ ଆହ୍ୱାନ ରେ ବିଶାଳ “ନାରୀ ଅଧିକାର ଅଭିଯାନ ” ରାଲି ଅନୁଷ୍ଠିତ ହୋଇଯାଇଅଛି l
ଆଜି ପୂର୍ବାହ୍ନ ୧୦ ଘଟିକା ସମୟରେ ବ୍ରହ୍ମଗିରି ବିଜୁ ମହିଳା ଜନତା ଦଳ ତରଫରୁ ଏକ ବିଶାଳ ମହିଳା ରାଲି ବିଜୁ ମହିଳା ଜନତା ଦଳର ରାଜ୍ୟ ଉପସଭାପତି ଶ୍ରୀମତୀ ପ୍ରମିଳା ମଲ୍ଲିକ, ରାଜ୍ୟ ମହିଳା କମିଶନ ର ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ ମିନତୀ ବେହେରା, ପୁରୀ ଜିଲ୍ଲାପରିଷଦ ର ଅଧ୍ୟକ୍ଷା ଶ୍ରୀମତୀ ସ୍ୱପ୍ନାରାଣୀ ସ୍ୱାଇଁ, ବ୍ରହ୍ମଗିରି ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ରତ୍ନମାଳା ବେହେରା, ଉପାଧ୍ୟକ୍ଷା ମାଳିନୀ ଦଳାଇ, ଦଳର ବରିଷ୍ଠ ନେତ୍ରୀ ମାନସୀ ହରିଚନ୍ଦନ, କସ୍ତୁରୀବାଳା ସ୍ୱାଇଁ, ପୁଷ୍ପାଞ୍ଜଳି ରଣା, ସସ୍ମିତା ସାହୁ, ରାଧାରାଣୀ ବିଶ୍ୱାଳ ଙ୍କ ନେତୃତ୍ୱରେ ବାହାରି ଏକ ବିଶାଳ ଶୋଭାଯାତ୍ରା ବ୍ରହ୍ମଗିରି ବ୍ଲକ ପର୍ଯ୍ୟନ୍ତ ଯାଇଥିଲା l

ମହିଳା ମାନଙ୍କୁ ଲୋକସଭା ଓ ବିଧାନସଭା ରେ ୩୩ ପ୍ରତିଶତ ସଂରକ୍ଷଣ, ରାଜ୍ୟ ଓ ବ୍ରହ୍ମଗିରି ରେ ବଢିଚାଲିଥିବା ନାରୀମାନଙ୍କ ପ୍ରତି ଦୁଷ୍କର୍ମ, ନିର୍ଯାତନା, ରାଜ୍ୟରେ ଚରମ ଆଇନଶୃଙ୍ଖଳା ପରିସ୍ଥିତି ଓ ତିନିମାସ ଧରି ବରିଷ୍ଠ ନାଗରିକ, ଭିନ୍ନକ୍ଷମ ଓ ବିଧବା ମହିଳା ମାନେ ଭତ୍ତା ପାଇବାରୁ ବଞ୍ଚିତ ହେଉଥିବା ପ୍ରତିବାଦରେ ବ୍ଲକ ଠାରେ ବିକ୍ଷୋଭ କରାଯାଇଥିଲା l
ଡବଲ ଇଞ୍ଜିନ ସରକାର ଓଡ଼ିଶାର ନାରିଜାତିକୁ ଡବଲ ଧୋକା ଦେଇଥିବା ବିଜେଡିର ରାଜ୍ୟ ଉପସଭାପତି ସଞ୍ଜୟ ଦାସ ବର୍ମା ପ୍ରତିବାଦ ସମାବେଶରେ କହିଥିବାବେଳେ ପ୍ରବାଦପୁରୁଷ ବିଜୁ ବାବୁ ମହିଳାମାନଙ୍କୁ ତ୍ରିସ୍ତରୀୟ ପଞ୍ଚାୟତରାଜ ବ୍ୟବସ୍ଥାରେ ସଂରକ୍ଷଣ ଦେଇଥିବାବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମହିଳା ମାନଙ୍କୁ ତ୍ରିସ୍ତରୀୟ ପଞ୍ଚାୟତରାଜ ବ୍ୟବସ୍ଥାରେ ମହିଳା ମାନଙ୍କୁ ୫୦ ପ୍ରତିଶତ ସଂରକ୍ଷଣ କରି ଗ୍ରାମ୍ୟ ଭିତ୍ତିଭୂମି କୁ ସୁଦୃଢ କରିବା ସହିତ ଓଡ଼ିଶାର ମାତୃଜାତିକୁ ପ୍ରକୃତ କ୍ଷମତା ଅର୍ପଣ କରିଥିଲେ l ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦୁରୁଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଫଳରେ ସାତ ଲକ୍ଷ ମହିଳା ଗ୍ରୁପ ରାଜ୍ୟରେ ଗଠନ ହୋଇ ଆଜି ମିଶନଶକ୍ତି ଏକ ବିରାଟ ନୀରବ ଆନ୍ଦୋଳନ ରେ ପରିଣତ ହୋଇଚି l ଡବଲ ଇଞ୍ଜିନ ସରକାରଙ୍କର ଉପମୁଖ୍ୟମନ୍ତ୍ରୀ ଓଡ଼ିଶାର ମା ମାନଙ୍କୁ ସଶକ୍ତ କରିବା ପରିବର୍ତ୍ତେ ଛେଳି ଚରାଇବାକୁ ପରାମର୍ଶ ଦେବା ଦୁର୍ଭାଗ୍ୟଜନକ l ନବୀନ ବାବୁ ରାଜ୍ୟରେ ମହିଳା ମାନଙ୍କୁ ସଶକ୍ତ କରିବା ସହିତ ଗଣତାନ୍ତ୍ରିକ ଅଧିକାର ପ୍ରଦାନ କରିଥିଲେ l ତାଙ୍କର ଦୃରଦୃଷ୍ଟି ସମ୍ପନ୍ନ ଚିନ୍ତାଧାରା ଓ ନିଷ୍ପତି ଫଳରେ ମାତୃଶକ୍ତି ବିଧାନସଭା ଠୁ ଆରମ୍ଭ କରି ସଂସଦ ପର୍ଯ୍ୟନ୍ତ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ତା ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ଶ୍ରୀ ଦାସ ବର୍ମା ପ୍ରକାଶ କରିଥିଲେ l
ବିଜୁ ମହିଳା ଜନତା ଦଳର ଉପସଭାପତି ତଥା ଓଡିଶା ବିଧାନସଭା ର ପୂର୍ବତନ ବାଚସ୍ପତି ଶ୍ରୀମତୀ ପ୍ରମିଳା ମଲ୍ଲିକ କହିଥିଲେ ମହିଳାମାନଙ୍କୁ ଅଧିକାର ପ୍ରଦାନ କରିବା ଓ ସଶକ୍ତ କରିବାରେ ନବୀନ ବାବୁଙ୍କର ଅବଦାନ ଓ ନେତୃତ୍ୱ ସାରା ଦେଶ ଅନୁଭବ କରୁଛି l ମିଶନଶକ୍ତିକୁ ଶକ୍ତିଶାଳୀ କରିବାରେ ତାଙ୍କର ଭୂମିକା ପଞ୍ଚାୟତରାଜ ବ୍ୟବସ୍ଥାରେ ମହିଳାମାନଙ୍କୁ ସଂରକ୍ଷଣ ବିଧାନସଭା ଓ ସଂସଦ ପର୍ଯ୍ୟନ୍ତ ୩୩ ପ୍ରତିଶତ ସଂରକ୍ଷଣ ଭଳି ଅବଦାନ ଓଡ଼ିଶାର ମାତୃଶକ୍ତି କେବେ ଭୁଲିପାରିବେ ନାହିଁ l ଡବଲ ଇଞ୍ଜିନ ସରକାର ଆସିବାପରେ ବ୍ରହ୍ମଗିରି ରେ ଦୁଷ୍କର୍ମ, ନିର୍ଯାତନା ଓ ରାଜ୍ୟରେ ଚରମ ଆଇନଶୃଙ୍ଖଳା ସୃଷ୍ଟି ହୋଇଛି l ୩୦୦ ୟୁନିଟ ମାଗଣା ବିଜୁଳି, ତିନିହଜାର ଟଙ୍କା ଭତ୍ତା, ସୁଭଦ୍ରା ଯୋଜନାରେ ପଚାଶ ହଜାର ଟଙ୍କା ସହାୟତା, ଚଷୀକୁ ଇନପୁଟ ସବସିଡ ଦେଇ ସମସ୍ତ ଧାନ କିଣିବା ପ୍ରତିଶୃତି ଆଜି ଧୋକାରେ ପରିଣତ ହୋଇଛି l ଆଜି ଯେଉଁଭଳି ଭାବରେ ହଜାର ହଜାର ମହିଳା ତୀବ୍ର ଖରାରେ ଆସି ନିଜ ଅଧିକାର ପାଇଁ ଲଢେଇ କରୁଛନ୍ତି ଏଥିରୁ ଅନୁମେୟ ବ୍ରହ୍ମଗିରି ରେ ଆଇନର ଶାସନ ନାହିଁ l କେବଳ ପିସି ଆଦାୟ ଚାଲିଛି l
ଏହି କାର୍ଯ୍ୟକ୍ରମ ରେ ବିଜୁ ଜନତା ଦଳର ବ୍ଲକ ସଭାପତି ବିଦ୍ୟାଧର ସ୍ୱାଇଁ, ପୁରୀ ସଦର ବ୍ଲକ ଅଧ୍ୟକ୍ଷ ଦିବାକର ପାତ୍ର,ଜିଲ୍ଲାପରିଷଦ ସଦସ୍ୟ ଲଷ୍ମୀଧର ସାହୁ, ଜମ୍ବେଶ୍ୱର ସାହୁ, ସନ୍ଦୀପ ଜେନା, ମୋନାଲି ମିଶ୍ର, ପୂର୍ବତନ ଅଧ୍ୟକ୍ଷା ନଳିନୀପ୍ରଭା ବରାଳ ଓ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ରାୟ,ପୂର୍ବତନ ଉପାଧ୍ୟକ୍ଷ ଯୁଧିଷ୍ଠିର ନାୟକ, ସମବାୟ ସମିତି ନିର୍ଦ୍ଦେଶକ ଭଗବାନ ନାୟକ, ରାଜ୍ୟ ବିଜୁ ଯୁବ ଜନତା ଦଳର ବରିଷ୍ଠ ଉପସଭାପତି ଜୟନ୍ତ କୁମାର ମହାନ୍ତି, ଯୁବ ନେତା ବିଜୟ ଦଳାଇ, ନନ୍ଦକିଶୋର ବିଶ୍ୱାଳ,କାର୍ତ୍ତବୀର୍ଯ୍ୟ ସ୍ୱାଇଁ, ନିରଞ୍ଜନ ପ୍ରଧାନ ବିକ୍ଷୋଭ ସମାବେଶ କୁ ପରିଚାଳନା କରିଥିଲେ l
