କୋଣାର୍କ ବୁଲି ଆସିବେ ବ୍ରିକ୍ସ ସମ୍ମିଳନୀ ପ୍ରତିନିଧି
କୋଣାର୍କ ବୁଲି ଆସିବେ ବ୍ରିକ୍ସ ସମ୍ମିଳନୀ ପ୍ରତିନିଧି ; ରାମଚଣ୍ଡିରେ ଦେଖିବେ ବିପର୍ଯ୍ୟୟ ପରିଚାଳନା ଓ ଉଦ୍ଧାର କାର୍ଯ୍ୟ
କୋଣାର୍କ – ମଙ୍ଗଳବାର ଅପରାହ୍ନ ୪ଘଟିକା ସମୟରେ ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନର ରାଜେଶ ପ୍ରଭାକର ପାଟିଲ ବ୍ରିକ୍ସ ଆନ୍ତର୍ଜାତୀୟ ସମ୍ମିଳନୀର ଅବ୍ୟବହିତ ପୂର୍ବରୁ କୋଣାର୍କ ସୂର୍ଯ୍ୟ ମନ୍ଦିର, ବ୍ଯାଖ୍ଯାନ କେନ୍ଦ୍ର ଓ ରାମଚଣ୍ଡୀ ଠାରେ ଥିବା ଓସୁଆଲି କେନ୍ଦ୍ର ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଖବରରୁ ପ୍ରକାଶ ଯେ ଆସନ୍ତା କାଲି ଠାରୁ ପୁରୀ ଠାରେ ଆନ୍ତର୍ଜାତୀୟ ବ୍ରିକ୍ସ ସମ୍ମିଳନୀ ଆରମ୍ଭ ହେବାକୁ ଯାଉଛି। ଏହି ସମ୍ମିଳନୀରେ ବ୍ରାଜିଲ, ଚାଇନା, ରୁଷିଆ, ଯୁଏଇ, ସାଉଦିଆରବ ସମେତ ୧୧ ଗୋଟି ଦେଶର ପ୍ରତିନିଧି ଦଳ ଯୋଗ ଦେଉଥିବା ବେଳେ ସେମାନଙ୍କ ରାମଚଣ୍ଡୀ, କୋଣାର୍କ ସୂର୍ଯ୍ୟ ମନ୍ଦିର ଓ ବ୍ଯାଖ୍ଯାନ କେନ୍ଦ୍ର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ବ୍ରିକ୍ସ ପ୍ରତିନିଧି ମଣ୍ଡଳୀ ସଦସ୍ୟଙ୍କ କୋଣାର୍କ ଓ ରାମଚଣ୍ଡୀ ଗ୍ରସ୍ତ ପୂର୍ବରୁ ସ୍ବତନ୍ତ୍ର ରିଲିଫ କମିଶନର ରାଜେଶ ପ୍ରଭାକର ପାଟିଲ ଉକ୍ତ ସ୍ଥାନ ପରିବର୍ତ୍ତନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। କୋଣାର୍କ ସୂର୍ଯ୍ୟ ମନ୍ଦିର, ବ୍ଯାଖ୍ଯାନ କେନ୍ଦ୍ର ପରିଦର୍ଶନ କରିବା ପରେ ବ୍ରିକ୍ସ ପ୍ରତିନିଧି ମଣ୍ଡଳୀ ଓ ବିଶେଷଜ୍ଞ କମିଟି ରାମଚଣ୍ଡୀ ଠାରେ ଥିବା ଓସୁଆଲି ଠାରେ ଆଗ୍ନିକ ମାନଙ୍କ ଦ୍ଵାରା ଉଦ୍ଧାର ଶୈଳୀ ଓ ଜଳକ୍ରୀଡା ର ବିଭିନ୍ନ ବୈଷୟିକ ଜ୍ଞାନ କୌଶଳକୁ ଉପଯୋଗୀତା ଓ କାର୍ଯ୍ୟକାରୀ ସମ୍ପର୍କରେ ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ସ୍ବତନ୍ତ୍ର ରିଲିଫ କମିଶନର ଶ୍ରୀ ପାଟିଲ କୋଣାର୍କ ଓ ରାମଚଣ୍ଡୀ ଗ୍ରସ୍ତ ଅବସରରେ ମତବ୍ୟକ୍ତ କରିଛନ୍ତି। ଏହି ଗ୍ରସ୍ତ ସମୟରେ ପର୍ଯ୍ୟଟନ ବିଭାଗ ସହ ନିର୍ଦ୍ଦେଶକ ସରୋଜ କାନ୍ତ ପ୍ରଧାନ, ଜିଲ୍ଲା ଆପଦକାଳୀନ ଅଧିକାରୀ ଅନୁସର୍ଭ ଗନ୍ତାୟତ, ଗୋପ ତହସିଲଦାର ଜୟଦ୍ରଥ ଆଚାର୍ଯ୍ୟ, କୋଣାର୍କ ପର୍ଯ୍ୟଟନ ଅଧିକାରୀ ମାମିନି ପରିଡା ଓ କୋଣାର୍କ ଥାନା ଅଧିକାରୀ ପ୍ରଶାନ୍ତ କୁମାର ପଢିଆରୀଙ୍କ ସମେତ ଓଡିଶା ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ କର୍ତୃପକ୍ଷଙ୍କ ପଦାଧିକାରୀ ମାନେ ଉପସ୍ଥିତ ଥିଲେ।
