କାକଟପୁରରେ ଅସହାୟ ନାବାଳକକୁ ବାଡେଇବା ଘଟଣା

କାକଟପୁରରେ ଅସହାୟ ନାବାଳକକୁ ବାଡେଇବା ଘଟଣା;
୪ ଶିଶୁଙ୍କୁ ଉଦ୍ଧାର କଲା ଶିଶୁ ସୁରକ୍ଷ୍ୟା କାର୍ଯ୍ୟାଳୟ

ପୁରୀ- ପୁରୀ ଜିଲ୍ଲା କାକଟପୁର ବସଷ୍ଟାଣ୍ଡ ରେ ଜଣେ ଅସହାୟ ନାବାଳକକୁ ନିର୍ଯ୍ୟାତନା ତଥା ମାଡ ମାରୁଥିବା ଭିଡ଼ିଓ ସୋସିଆଲ ମିଡିଆରେ ଘୁରି ବୁଲିଥିଲା। ଯାହାକୁ ନେଇ ପୁରୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶରେ କାକଟପୁର ଥାନା ଅଧିକାରୀ ବସନ୍ତ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ପୋଲିସ ଜଣେ ବ୍ୟକ୍ତିଙ୍କୁ ଥାନାକୁ ଆଣି ତଦନ୍ତ କରିବା ସହ କୋର୍ଟରେ ହାଜର କରାଇଥିଲେ। ସାମାଜିକକର୍ମୀ ତଥା ସାମ୍ବାଦିକ ଜ୍ଞାନ ରଞ୍ଜନ ବିଶ୍ଵାଳ ଙ୍କ ସୋସିଆଲ ମିଡ଼ିଆରେ ଅଭିଯୋଗ ଅନୁଯାୟୀ ଏହାକୁ ଗୁରୁତ୍ତ୍ଵ ସହ ନେଇ ଶିଶୁ ମଙ୍ଗଳ କମିଟିଙ୍କ ନିର୍ଦେଶ କ୍ରମେ ଜିଲ୍ଲା ଶିଶୁ ସୁରକ୍ଷ୍ୟା କାର୍ଯ୍ୟାଳୟର ଆଇନ ପରିବିକ୍ଷ୍ୟ ଅଧିକାରୀ ସନ୍ତୋଷ ସାହୁ, ଚାଇଲଡ ହେଲ୍ପ ଲାଇନ ପରିଚାଳକ କୃଷ୍ଣ ଚନ୍ଦ୍ର ମିଶ୍ର ଓ କାକଟପୁର ଥାନା ମହିଳା ଶିଶୁ ଡେସ୍କ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଉକ୍ତ ପୀଡ଼ିତ ନାବାଳକ ସମେତ ଚାରିଜଣ ଶିଶୁ ଙ୍କୁ ଏକ ବସ୍ତିରୁ ଉଦ୍ଧାର କରିଥିଲେ। ବର୍ତମାନ ଶିଶୁମାନେ ପୁରୀ ଓପନ ସେଲଟର ରେ ରହିଛନ୍ତି। ଏନେଇ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶିଶୁ ମଙ୍ଗଳ କମିଟି ଅଧକ୍ଷ୍ୟ ମହାବୀର ରୁଦ୍ର ନାରାୟଣ ସାହୁ ସୂଚନା ଦେଇ ଥିବା ବେଳେ ଥାନା ଅଧିକାରୀ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଙ୍କୁ ପୃଥକ ପୃଥକ ରିପୋର୍ଟ ମାଗିଛନ୍ତି l

Leave a Reply

Your email address will not be published. Required fields are marked *