ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି ନେଇ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ପ୍ରତିବାଦ

ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି ନେଇ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ପ୍ରତିବାଦ କରାଯାଇଛି। ରତ୍ନଭଣ୍ଡାର
ଗଣତି ମଣତି ଜାରୀ ରହିଥିବାବେଳେ ଶତ ପ୍ରତିଶତ ଗଣତି ୧୯୭୮ ମସିହା ତାଲିକା ଅନୁସାରେ ସବୁ ଠିକ୍ ଅଛି ବୋଲି ମିଛ କୁହାଯାଇଥିବାରୁ ଏହି ପ୍ରତିବାଦ କରାଯାଇଛି।ଭିତର ରତ୍ନଭଣ୍ଡାରର ଚାବି ହଜିବା ଘଟଣା ନେଇ ପୂର୍ବତନ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲଙ୍କ ଗୁରଫ ଓ ବର୍ତ୍ତମାନର ମୁଖ୍ୟ ପ୍ରଶାସକଙ୍କୁ ବହିଷ୍କାର ଦାବୀ କରିଛି ସେନା।ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ପୂର୍ବରୁ ତିନୋଟି ଅଳଙ୍କାର ମିସିଂ ଥିବା କହି ପରେ ମୁଁ ଏପରି କହିନାହିଁ ବୋଲି କହିଲେ।ଅନ୍ୟ ପଟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସବୁ ଠିକ୍ ଥିବା କହୁଛନ୍ତି ।କାହା କଥାରେ ତାଳ ମେଳ ରହୁ ନାହିଁ ।ପୂର୍ବରୁ ରାଜ୍ୟ ସରକାର ଓ ରଘୁବିର ଦାସ କମିଶନ ଭିତର ରତ୍ନଭଣ୍ଡାର ଚାବି ନାହିଁ ବୋଲି କରିସାରିଛନ୍ତି ।କିନ୍ତୁ ପୂର୍ବତନ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ଚାବି ରେକର୍ଡ ରୁମ୍ ରେ ଥିବା କହିଥିଲେ।ମିଥ୍ୟା କଥା କହି ସେ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଧାର୍ମିକ ଭାବନା କୁ ଆଘାତ ଦେଇଥିବାରୁ ତାଙ୍କୁ ଗିରଫ କରିବା ପାଇଁ ଦାବୀ କରିଛି ଶ୍ରୀ ଜଗନ୍ନାଥ ସେନା।ରତ୍ନଭଣ୍ଡାର ଗଣତି ମଣତି ନ ସାରି ସବୁ କିଛି ଠିକ୍ ଅଛି ଓ ପୂର୍ଣ୍ଣତା ଅଛି ବୋଲି କହୁଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ ଅରବିନ୍ଦ ପାଢୀଙ୍କ ତୁରନ୍ତ ବହିଷ୍କାର ପାଇଁ ମଧ୍ୟ ଦାବୀ କରିଛି ସେନା।

Leave a Reply

Your email address will not be published. Required fields are marked *