ସରକାରୀ ଯୋଜନା ନାଁ ରେ ବାଟମାରଣା !

ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ଗାଁ ଗହଳିର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସତ ! କିନ୍ତୁ ପ୍ରକୃତରେ ଏହା ପ୍ରକଳ୍ପ କାର୍ଯ୍ୟରେ ଖର୍ଚ୍ଚ ହେଉଛି ନା କେବଳ କାଗଜ କଲମ ରେ ତାହା ସୀମିତ ରହୁଛି ଏହି ଦୃଶ୍ୟ ଦେଖିଲେ ଜାଣିପାରିବେ ଆପଣ ମାନେ ! କାନ୍ଥ ବାଡରେ ଫଳକ ଲେଖି ଫଟୋ ଉଠେଇ ବିଲ୍ କରିନେଇଥିବା ଅଭିଯୋଗ ହୋଇଛି ।ଏ ଦୃଶ୍ୟ ହେଉଛି ପୁରୀଜିଲ୍ଲା ଡେଲାଙ୍ଗ ବ୍ଲକ ମୁନିଦା ଗ୍ରାମପଞ୍ଚାୟତର ଦୃଶ୍ୟ ! ଏହି ପଞ୍ଚାୟତ କାର୍ଯ୍ୟାଳୟର କାନ୍ଥ ସାରା ମରାଯାଇଛି ଫଳକ ଲେଖା ! ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହେବା ସହ କୌଣସି କାମ ନ ହୋଇ ଫଳକ ମରାଯାଇ ଟଙ୍କା ଉଠି ଆତ୍ମସାତ କରାଯାଇଥିବା ଅଭିଯୋଗ ଆଣୁଛନ୍ତି ମୁନିଦା ପଂଚାୟତ ବାସି ! ଡେଲାଙ୍ଗ ବ୍ଲକ ମୁନୀଦା ପଞ୍ଚାୟତ ର ମୋହନପୁର ଅଙ୍ଗନବାଡି କେନ୍ଦ୍ର ,ଶଙ୍ଖପାଟ ଅଙ୍ଗନବାଡି କେନ୍ଦ୍ର ଓ ମୁନିଦା ଗାଁ ର ଅଙ୍ଗନବାଡି କେନ୍ଦ୍ରର ଉନ୍ନତିକରଣ ବାବଦରେ 50 ହଜାର ଲେଖାଏ 3 ଟି ଅଙ୍ଗନବାଡି କେନ୍ଦ୍ର ପାଇଁ ଏକ ଲକ୍ଷ ପଚାଶ ହଜାର ଟଙ୍କା ଖର୍ଚ୍ଚ କରାଯାଇଚି ବୋଲି ପଞ୍ଚାୟତର ପାଚେରୀରେ ଲେଖା ଯାଇଛି | କିନ୍ତୁ ବାସ୍ତବରେ ଚିତ୍ର ଓଲଟା | ସେହିଭଳି ପଞ୍ଚାୟତ କାର୍ଯ୍ୟାଳୟ ରଙ୍ଗ ମାରିବା ପାଇଁ ୭୨ ହଜାରରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିବା ପଞ୍ଚାୟତ କାର୍ଯ୍ୟଳୟ କାନ୍ଥରେ ଲେଖା ହୋଇଛି ସତ କିନ୍ତୁ ପ୍ରକୃତରେ ସେଭଳି କୌଣସି କାର୍ଯ୍ୟ ଅଙ୍ଗନବାଡ଼ିରେ ହୋଇନଥିବା ଅଂଚଳବାସି ଅଭିଯୋଗ ଆଣିଛନ୍ତି ! ଏହି ଟଙ୍କା ସବୁ ଫଲ୍ସ ବିଲ୍ କରାଯାଇ ଆତ୍ମସାତ କରାଯଇଛି ବୋଲି ଆସୁଛି ସଂଗୀନ ଅଭିଯୋଗ ! ଯଦି ଏହି ଅଭିଯୋଗ ସତ୍ୟ ହୋଇଥାଏ ତେବେ ସରକାରୀ ବାବୁଙ୍କ କାର୍ଯ୍ୟଦକ୍ଷତା ଉପରେ ନିଶ୍ଚିତ ପ୍ରଶ୍ନ ଉଠିବା ସ୍ୱାଭାବିକ ! କୌଣସି କାର୍ଯ୍ୟ ନ ହୋଇ କେମିତି କରାଗଲା ବିଲ୍ଲ ! ଠିକାଦାର ସରକାରୀ ବାବୁ ବ୍ଲକ ଯନ୍ତ୍ରୀଙ୍କ ମିଲି ଭଗତରେ କରାଯାଇନି ତ ଫଲ୍ସ ବିଲ୍ଲ ? ସ୍ଥାନୀୟ ବୁଦ୍ଧିଜୀବୀଙ୍କ ଠାରୁ ଆରମ୍ଭ କରି ବିରୋଧୀ କରିଲେଣି ଅଭିଯୋଗ । ଦାବି ଉଠିଲାଣି ଭିଜିଲାନ୍ସ ରେ କରାଯାଉ ତଦନ୍ତ । ଏହି ବାବଦରେ ଆମେ ସ୍ଥାନୀୟ ସରପଞ୍ଚଙ୍କର ପ୍ରତିକ୍ରିୟା ନେବାପାଇଁ ଚେଷ୍ଠା କରିଥିଲୁ ହେଲେ ଏ ବାବଦରେ ସେ କିଛି କହିବେ ନାହିଁ ବୋଲି ସ୍ପଷ୍ଟ ମନା କରିଦେଇଥିବା ବେଳେ ଡେଲାଙ୍ଗ ବିଡ଼ିଓ ସମୀର ବେହେରା କହିଛନ୍ତି ଅଭିଯୋଗ ପରେ ତଦନ୍ତ କରାଯାଇ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ।

Leave a Reply

Your email address will not be published. Required fields are marked *