ବିଜେଡି ଜନସାଧାରଣଙ୍କ ସ୍ଵର ହେବ !

ବିଜେଡି ଜନସାଧାରଣଙ୍କ ସ୍ୱର ହେବ। ଜନସାଧାରଣଙ୍କ ସ୍ବାର୍ଥ,ସୁରକ୍ଷା ,ଆଇନ ଶୃଙ୍ଖଳା ପରିସ୍ଥିତି ରକ୍ଷା ଓ ଶାନ୍ତି ପାଇଁ ବିଜେଡି ସଦାସର୍ବଦା ଲୋକଙ୍କ ସହ ରହିବ। ପୂର୍ବତନ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ପୁରୀ ସମେତ ସମଗ୍ର ରାଜ୍ୟରେ ବିଜେଡି ଲୋକଙ୍କ ସ୍ବାର୍ଥ ,ସୁରକ୍ଷା ପାଇଁ ସବୁବେଳେ ଥିଲା ଆଉ ରହିବ । ଆଜି ବିଜେପି ଶାସନରେ ଆଇନଶୃଙ୍ଖଳା କୋମାରେ । ରାଜ୍ୟରେ ବଢୁଥିବା ଅପରାଧକୁ ରୋକିବାରେ ବିଫଳ ବିଜେପି ସରକାର ବିରୁଦ୍ଧରେ ପୁରୀ ଜିଲ୍ଲା ବିଜେଡି ପକ୍ଷରୁ ବିକ୍ଷୋଭ ଓ ପ୍ରତିବାଦ ସହ ଏସପିଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି।ସ୍ଥାନୀୟ ସୁବାଷ ବୋଷ ଛକରୁ ଶୋଭାଯାତ୍ରା ବାହାରି ଏସପିଙ୍କ କାର୍ଯ୍ୟଳୟ ନିକଟରେ ପହଞ୍ଚିଥିଲା ।ସେଠାରେ ପୋଲିସ ସେମାନଙ୍କୁ ଅଟକାଇଥିଲେ । ଫଳରେ ଠେଲା ପେଲା ପରିସ୍ଥିତି ଉପୁଜିଥିଲା।ଶତାଧିକ ବିଜେଡି କର୍ମୀ ବ୍ୟାରିକେଡ଼ ଭାଙ୍ଗି ଧସେଇ ପଶିଥିଲେ। ପରେ ବିଜେଡି ପ୍ରତିନିଧି ଦଳ ଏସପିଙ୍କ ଭେଟି ଜିଲ୍ଲାର ଆଇନଶୃଙ୍ଖଳା ପରିସ୍ଥିତି ନେଇ ଆଲୋଚନା କରିଥିଲା।ଓଡ଼ିଶା ଏକ ଶାନ୍ତିପ୍ରିୟ ରାଜ୍ୟ ଥିଲା। କିନ୍ତୁ ଡବଲ ଇଞ୍ଜିନ ସରକାର ଆସିବା ପର ଠାରୁ ପୁରୀ ଜିଲ୍ଲା ସମେତ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଛି ।।କଣାସରେ ପନିକିରେ ହାଣି ବୁଲେଟ ଚଢ଼ାଇବା ଘଟଣା ,ବ୍ରହ୍ମଗିରିରେ ୬ ବର୍ଷର ନାବାଳିକା ସହ ଦୁଷର୍ମ ,ବ୍ରହ୍ମଗିରି ବାଲିହରଚଣ୍ଡିରେ ଗଣ ଦୁଷ୍କର୍ମ ,ବଳଙ୍ଗାରେ ନାବାଳିକାକୁ କିରୋସିନ ଢ଼ାଳି ପୋଡ଼ିବା ଜିଲ୍ଲାର ଆଇନଶୃଙ୍ଖଳା ପରିସ୍ଥିତିକୁ ବିପର୍ଯ୍ୟସ୍ତ କରିଦେଇଛି। ଆଗକୁ ବିଶ୍ଵପ୍ରସିଦ୍ଧ ରଥଯାତ୍ରା।ରଥଯାତ୍ରାରେ ଲକ୍ଷାଧିକ ଭକ୍ତ ଶ୍ରଦ୍ଧାଳୁଙ୍କ ଭିଡ ହେବ। ଏବେର ଆଇନ ଶୃଙ୍ଖଳା ସ୍ଥିତିକୁ ନେଇ ରଥଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠାଇଛି ବିଜେଡି।

Leave a Reply

Your email address will not be published. Required fields are marked *