୩ କିମି ଚାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଗଲେ ମନ୍ତ୍ରୀ
ଭଦ୍ରକ,:-: ମଧ୍ୟପ୍ରାଚ୍ୟ ଯୁଦ୍ଧପ୍ରଭାବରେ ଦେଶରେ ଇନ୍ଧନ ସଙ୍କଟ ସୃଷ୍ଟି ପୂର୍ବରୁ ଯଥାସମ୍ଭବ ଇନ୍ଧନ ବଞ୍ଚାଇବାକୁ ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଥିଲେ। ଏନେଇ ମୁଖ୍ୟମନ୍ତ୍ରୀଙ୍କଠାରୁ ବିଭିନ୍ନ ମନ୍ତ୍ରୀମାନେ ତତ୍ପର ହୋଇଛନ୍ତି। ଗୁରୁବାର ଉଚ୍ଚଶିକ୍ଷା ଓ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବାକୁ ଚାଲି ଚାଲି ଯାଇଛନ୍ତି। ଭଦ୍ରକ ସହରର କୁଆଁସ ଘରଠାରୁ ପ୍ରାୟ ୩ କିମି ଦୂର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ମନ୍ତ୍ରୀ ଚାଲିଚାଲି ଯାଇଥିଲେ। ମନ୍ତ୍ରୀଙ୍କ ସହ ସୁରକ୍ଷା କର୍ମୀ ଓ ସମର୍ଥକ ମଧ୍ୟ ସହର ଭିତରେ ଚାଲି ଚାଲି ଯାଉଥିବା ଦେଖିବାକୁ ମିଳିଥିଲା ।

ଯେତେ ସମ୍ଭବ ଗାଡ଼ି ବ୍ୟବହାର ନ କରି ଇନ୍ଧନ ସଞ୍ଚୟ ଲାଗି ବାର୍ତ୍ତା ଦେଇଥିଲେ ମନ୍ତ୍ରୀ । ତାଙ୍କର ଏହି ଅଭିନବ ସଚେତନତା ଚର୍ଚ୍ଚା ର ବିଷୟ ହୋଇଛି। ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟରେଆଜି ଧାମନଗର ନିର୍ବାଚନମଣ୍ଡଳୀ ବିକାଶ ପରିଷଦ ବୈଠକ ଆୟୋଜିତ ହୋଇଥିଲା। ଏହି ବୈଠକରେ ମନ୍ତ୍ରୀ ନିଜ ଅଞ୍ଚଳର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ। ସକାଳେ ଏହି ବୈଠକକୁ ନିଜ ଘରୁ ଚାଲି ଚାଲି ଆସିଥିଲେ। ସାଙ୍ଗରେସୁରକ୍ଷା କର୍ମୀଙ୍କ ସମେତ ବସନ୍ତ ରାଉତ ଦେବାଂଶୁ ରାଉତଙ୍କ ସହ ୧୦ରୁ ଅଧିକ ଲୋକ ଥିଲେ। ଯିବାବେଳେ ଭଦ୍ରକ ପୋଷ୍ଟ ଅଫିସ ନିକଟରେ ବୁଦ୍ଧିଜୀବୀ ଓ ସାଧାରଣ ନାଗରିକଙ୍କ ସହ ବସି ଜିଲ୍ଲାର ବିକାଶ ସମ୍ବନ୍ଧୀୟ ଆଲୋଚନା କରିଥିଲେ।
