ବଦଳିଲେ ରଘୁନାଥ ଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା

ଗଣିଆ -ନୟାଗଡ଼ ଜିଲ୍ଲା ଗଣିଆରେ ଥିବା ରଘୁନାଥ ଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ସଲିଲା ସେଠୀଙ୍କୁ ବଦଳି ଦାବି କରି ବିଦ୍ୟାଳୟର ୧୨ ଜଣ କର୍ମଚାରୀ ଧାରଣାରେ ବସି ରହିଥିଲେ । କଲେଜ ସମ୍ମୁଖରେ ଦୀର୍ଘ ଦିନ ହେବ ସେମାନେ ଧାରଣାରେ ବସିବା ସହିତ ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଇଥିଲେ । ଅଧ୍ୟକ୍ଷା ସେମାନଙ୍କୁ ମାନସିକ ନିର୍ଯାତନା ଦେଉଥିବା ନେଇ ଅଭିଯୋଗ ହୋଇଥିଲା । ତେବେ ଜିଲ୍ଲାପାଳ ମଧୁମିତା ରଥ ଅଧ୍ୟକ୍ଷା ଏବଂ କର୍ମଚାରୀ ମାନଙ୍କୁ ଡାକି ଉଭୟଙ୍କ କଥା ଶୁଣିଥିଲେ ।

ତେବେ ଶୁକ୍ରବାର ଦିନ ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ତଥା ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାର ଓ ତହସିଲଦାର ଐଶ୍ୱର୍ଯ୍ୟା ପୃଷେଠ୍ କଲେଜ ପରିସରରେ ପହଞ୍ଚି ଧାରଣାରେ ବସିଥିବା କର୍ମଚାରୀ ମାନଙ୍କୁ ଉଠାଇବା ସହିତ ଅଧ୍ୟକ୍ଷାଙ୍କୁ ପଦରୁ ବିଚ୍ୟୁତ କରାଯାଇଥିବା ପ୍ରକାଶ କରିଥିଲେ । ନୂତନ ଅଧ୍ୟକ୍ଷ ଭାବେ ଦଶପଲ୍ଲା ବିଏସ କଲେଜର ସଂସ୍କୃତ ପ୍ରଫେସର ରମେଶ କୁମାର ଦାଶଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି । ଏହି ଖବର ଜଣାପଡିବା ପରେ କର୍ମଚାରୀ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିବା ବେଳେ ନୂତନ ଅଧ୍ୟକ୍ଷଙ୍କୁ ସେମାନେ ଶୁଭେଚ୍ଛା ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *