ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ରକ୍ତଦାନ ଶିବିର

କଟକ:ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ କଟକ ଆଞ୍ଚଳିକ କାର୍ଯ୍ୟାଳୟ ତରଫ ରୁ ବ୍ୟାଙ୍କର ଡିସ୍ପେନ୍ସରୀ ପରିସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି । ବ୍ୟାଙ୍କର ସାମାଜିକ ଦାୟିତ୍ୱବୋଧ ଏବଂ ମାନବସେବା ଅଭିଯାନର ଏକ ଅଂଶସ୍ୱରୂପ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।ଏହି ଶିବିରରେ ଏସବିଆଇର କର୍ମଚାରୀ ମାନେ ରକ୍ତଦାନ କରିଥିଲେ । ଗ୍ରୀଷ୍ମ ଋତୁରେ ରକ୍ତ ବ୍ୟାଙ୍କଗୁଡ଼ିକରେ ସୃଷ୍ଟି ହେଉଥିବା ରକ୍ତର ଅଭାବକୁ ଦୂର କରିବା ଏବଂ ମୂଲ୍ୟବାନ ଜୀବନ ରକ୍ଷା କରିବା ପାଇଁ ଏହି ମହତ ପ୍ରୟାସ କରାଯାଇଛି।

ଶିବିରରେ ସମସ୍ତ ରକ୍ତଦାତାଙ୍କ ପାଇଁ ଉପଯୁକ୍ତ ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ମଧ୍ୟ କରାଯାଇଥିଲା | ରକ୍ତଦାନ ଶିବିରରେ ଅବ୍ୟବହିତ ପୂର୍ବରୁ ଏକ ସଫେଇ କାର୍ଯ୍ୟକର୍ମର ଆୟୋଜନ କରାଯାଇଥିଲା | ବ୍ୟାଙ୍କ ର କର୍ମଚାରୀ ମାନେ ବ୍ୟାଙ୍କ ର ପରିପାର୍ଶ୍ଵରେ ଥିବା ରାସ୍ତା ଗୁଡିକୁ ସଫାଇ କରିଥିଲେ।

Leave a Reply

Your email address will not be published. Required fields are marked *