ଅଦିନିଆ ବର୍ଷା ବଜ୍ରାଘାତ ରେ ଚାଲିଗଲା ଜଣେ ଚାଷୀ ଜୀବନ
ପାଟଣାଗଡ଼କାଳ ହେଲା ବଜ୍ରାଘାତ ଅଦିନିଆ ବର୍ଷା ରେ ନିଜ ଅମଳ କରିଥିବା ଧାନ ଖରି କୁ କ୍ଷୟକ୍ଷତି ରୁ ବଞ୍ଚାଇ ରଖିବାକୁ ପାଳ ଘଉଡାଇ ବାକୁ ଯାଇ ଚାଲି ଗଲା ଜଣେ ଚାଷୀ ଙ୍କ ଜୀବନ…ସୂଚନା ମୁତାବକ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ଧାତୁକ ଗାଁ ରେ ଘଟି ଯାଇଛି ଏଭଳି ଅଭାବନୀୟ ଘଟଣା ତେବେ ଗତ ବିଳମ୍ବିତ ରାତ୍ରୀ ପ୍ରାୟ ଦୁଇଟା ସମୟ ପାଖା ପାଖି ରେ ବର୍ଷା ହେବାର ଆଶଙ୍କା କରି ଧାତୁକ ଗାଁ ର ମଙ୍ଗଳୁ ବାଗ ଓ ତାଙ୍କ ସହ ଚାରି ଜଣ ଚାଷୀ ମିଶି ଧାନ ଖରୀ କୁ ଜରି ପାଳ ଘୋଡାଇ ବାକୁ ଯାଇଥିଲେ ହେଲେ ବିଧିର ବିଧାନ ବର୍ଷା ଜୋର ରେ ପବନ ବହିବା ସାଙ୍ଗକୁ ଘଡ଼ ଘଡି ସହ ବିଜୁଳୀ ହେଳା ଏବଂ ସେହି ବିଜୁଳୀ ହେଲା ବେଳେ ଚାରି ଜଣ ଏକାଠି ରହିଥିଲେ । ଯେତେବେଳେ ଏକାଠି ଥିଲେ ସେହି ସମୟ ରେ ଚାରି ଜଣ ଙ୍କ ଉପରେ ବିଜୁଳୀ ପଡ଼ିଥିବା ବେଳେ ସମସ୍ତେ ମୂର୍ଚ୍ଛା ହୋଇ ପଡ଼ିଥିଲେ କିଛି ସମୟ ପରେ ଜଣେ ବ୍ୟକ୍ତି ଙ୍କ ଚେତା ଫେରି ଆସିବା ବେଳେ ସମସ୍ତ ଙ୍କୁ ଖୋଜି ଥିଲା ତେବେ ତିନି ଜଣ ମୂର୍ଚ୍ଛା ରୁ ଜୀବିତ ଥିବା ବେଳେ ମଙ୍ଗଳୁ ବାଗ ମୃତ ହୋଇଥିବା ଦେଖିବାକୁ ପାଇଥିଲେ ପରେ ମଙ୍ଗଳୁ ବାଗ ଙ୍କ ପରିବାର ଓ ପୋଲିସ କୁ ଖବର ଦେଇଥିଲେ ଆଜି ସକାଳୁ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଥିବା ବେଳେ ମଙ୍ଗଳୁ ବାଗ ଜଣେ ଭାଗ ଚାଷୀ ହୋଇ ଥିବା ବେଳେ ମୃତକ ଙ୍କ ପରିବାର କୁ ଉଚିତ କ୍ଷତି ପୂରଣ ପ୍ରଦାନ ପାଇଁ ଅଞ୍ଚଳ ବାସି ଦାବୀ ଜଣାଇଛନ୍ତି ।
