କାକଟପୁର ରେ ଚାଞ୍ଚଲ୍ୟ : ମାଉସୀଙ୍କୁ ହତ୍ୟା କଲା ପୁତୁରା

ଅସ୍ତରଙ୍ଗ,ତା-୧୬ : ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଞ୍ଚଳରେ ଘଟିଥିବା ଏକ ନୃଶଂସ ହତ୍ୟାକାଣ୍ଡ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ମାଉସୀଙ୍କୁ ଧାରୁଆ ଛୁରୀରେ ହତ୍ୟା କରିଥିବା ଅଭିଯୋଗ ତାଙ୍କ ପୁତୁରାଙ୍କ ବିରୋଧରେ ଆସିଛି ।ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ଯୁବକ ଦୀର୍ଘ ଦିନ ଧରି ମାମୁଁଙ୍କ ଘରେ ରହୁଥିଲେ ଏବଂ ମାମୁଁଙ୍କ କଲ୍ୟାଣ ମଣ୍ଡପରେ କାମ କରୁଥିଲେ । କିଛି ଦିନ ତଳେ କାମ ସଠିକ ଭାବେ କରିପାରୁ ନଥିବାରୁ ମାମୁଁ ତାଙ୍କୁ ଘରୁ ବାହାର କରିଦେଇଥିବା ଜଣାପଡିଛି ।ଗତକାଲି ବିଳମ୍ବିତ ରାତି ପ୍ରାୟ ୧ଟା ୫୦ ମିନିଟ ସମୟରେ ଅଭିଯୁକ୍ତ ଏକ ଧାରୁଆ ଛୁରୀରେ ମାମୁଁଙ୍କ ଶାଳୀଙ୍କ ତଣ୍ଟି କାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏଥିସହ ମୃତକଙ୍କ ଶରୀରର ବିଭିନ୍ନ ସ୍ଥାନରେ ଛୁରୀରେ ଆଘାତ କରାଯାଇଥିବା ଜଣାପଡିଛି ।ଅଭିଯୁକ୍ତଙ୍କ ଘର ଅସ୍ତରଙ୍ଗ ଥାନା ଅନ୍ତର୍ଗତ ବେଗୁଆନିଆବସ୍ତ ଅଞ୍ଚଳରେ ହୋଇଥିବା ସୂଚନା ମିଳିଛି । ତେବେ ହତ୍ୟାକାଣ୍ଡର ପ୍ରକୃତ କାରଣ ଏଯାଏଁ ଅସ୍ପଷ୍ଟ ରହିଛି ।ଘଟଣାର ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି । ହତ୍ୟା ଘଟିଥିବା ସ୍ଥାନରୁ ପ୍ରାୟ ୨୦ ମିଟର ଦୂରରେ ଅଭିଯୁକ୍ତ ନିଶାସକ୍ତ ଅବସ୍ଥାରେ ପଡିଥିବା ଦେଖିବାକୁ ମିଳିଥିଲା । ପୋଲିସ ତାଙ୍କୁ ଉଦ୍ଧାର କରି ବାଙ୍ଗୁରୀଗାଁ ମେଡିକାଲକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରିଛି ।ପୋଲିସ ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *