ମୁଣ୍ଡୋମହୁଲ ଓ ମନାଇ‍ଁପାଦ ,ଖୁର୍ସେଲ କୁତୁର୍ଲା ଗାଁ ରେ ୧୩ ତମ ଆର୍ଟ ଅଫ ଗିଭିଂ ଡେ କାର୍ଯ୍ୟକ୍ରମ ଅନୁଷ୍ଠିତ।

ପାଟଣାଗଡ଼ ଆର୍ଟ ଅଫ ଗିଭିଂ ( Art of giving -AOG) ହେଉଛି ଏକ ବିଶ୍ଵ ସ୍ତରୀୟ ସମାଜ ସେବା କାର୍ଯ୍ୟକ୍ରମ । ଯାହାକୁ ୨୦୨୩ ମସିହାରେ ପ୍ରସିଦ୍ଧ ଶିକ୍ଷାବିତ, ସମାଜ ସେବୀ, ତଥା କିସ୍ ବିଶ୍ଵବିଦ୍ୟାଳୟ ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତା ସାମନ୍ତ ଆରମ୍ଭ କରିଥିଲେ। ଏହାର ମୂଖ୍ୟ ଉଦ୍ଧେଶ୍ୟ ହେଉଛି ଲୋକଙ୍କ ମନରେ ପରୋପକାର, ସ୍ନେହ ଏବଂ ସହାନୁଭୂତି ଭାବନା ଜାଗ୍ରତ କରିବା। ଏହି କାର୍ଯ୍ୟକ୍ରମ ପ୍ରତିବର୍ଷ ବର୍ଷ ମେ ୧୭ ତାରିଖକୁ ବିଶ୍ଵବ୍ୟାପୀ ” ଅନ୍ତର୍ଜାତୀୟ ଆର୍ଟ ଅଫ ଗିଭିଂ ଦୀବସ ଭାବରେ ପାଳନ କରାଯାଉଛି। କିସ୍ ପ୍ରତିଷ୍ଠାତା ଡ଼କ୍ଟର ଶ୍ରୀ ସାମନ୍ତ ଙ୍କ ନିର୍ଦ୍ଦେଶ କ୍ରମେ ଏହି କାର୍ଯ୍ୟକ୍ରମ ୧୯୦ ଟି ଦେଶରେ ପାଳିତ ହେଉଥିବା ବେଳେ ଏହାର ମୂଳ ମନ୍ତ୍ର ହେଉଛି ବାଣ୍ଟିବାରେ ଅଛି ସତ୍ୟ ସଫଳତା ଓ ଆନନ୍ଦ “” ( share to shine) ଏହା ମାଧ୍ୟମରେ ଲୋକେ ନିଜର ସମୟ,ସମ୍ପଦ, ଏବଂ ଜ୍ଞାନ ଅନ୍ୟ ସହିତ ବାଣ୍ଟିବାକୁ ପ୍ରେରିତ ହୋଇଥାନ୍ତି। ଏହି ଦୀବସରେ ଡ଼କ୍ଟର ସାମନ୍ତଖାଦ୍ୟ ଓ ବସ୍ତ୍ର ଦାନ, ଶିକ୍ଷାସହାୟତା, ରକ୍ତଦାନ ଶିବିର ଆର୍ଥିକ ସହାୟତା, ପଶୁପକ୍ଷୀ ଙ୍କୁ ଦାନ ଓ ପାଣି ବ୍ୟବସ୍ଥା,କ୍ରିଡା ପ୍ରତିଯୋଗିତା ଏବଂ ପରିବେଶ ସୁରକ୍ଷା ଭଲି ବିଭିନ୍ନ ଲୋକ କଲ୍ୟାଣୀ କାରୀ କାର୍ଯ୍ୟକ୍ରମମାନ ଆୟୋଜନ କରିବା ପାଇଁ ପରାମର୍ଶ ଦେଇଛନ୍ତି ।। ଏହି ପରିପ୍ରେକ୍ଷୀରେ ଆଜି ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ମୁଣ୍ଡୋମହୁଲ ପଞ୍ଚାୟତ ମୁଣ୍ଡାମୁହୁଲ ମନାଇଁପାଦ ,ଗାଁ ରେ ୧୩ ତମ ଆର୍ଟ ଅଫ ଗିଭିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କିସ୍ ଛାତ୍ରୀ ବିଦେଶ ଚେସ ଖେଳାଳୀ ହୁମେଶ୍ଵରୀ ମଲ୍ଲିକ ଙ୍କ ଅଭିଭାବକ ଭୀମରାଜ ମଲ୍ଳିକ,ଓ କିସ୍ ଛାତ୍ର ସ୍ବରାଜ ଭୂଏ ଙ୍କ ପିତା ତଥା ସ୍କୋର କମିଟି ର ସଦସ୍ୟ ଘନ ଭୋଇ ଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଛାତ୍ରଛାତ୍ରୀ ମାନଙ୍କୁ ଖାତା,କଲମ ଆଦି ଲିଖନ ସାମଗ୍ରୀ ପ୍ରଦାନ କରିଥିବାବେଳେ ବୃଦ୍ଧବୃଦ୍ଧା ମାନଙ୍କୁ ଅନ୍ନ ଭୋଜନ ର ବ୍ୟବସ୍ଥା କରାଯାଇଥିଲା। ସେହିପରି ଲଲିତ ମଲ୍ଳିକ ଙ୍କ ତତ୍ତ୍ଵାବଧାନରେ ମନାଇପାଦ ବିଦ୍ୟାଳୟ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ୫୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ମାନଙ୍କୁ ଖାତା କଲମ ଓ ଖାଇବାର ବ୍ୟବସ୍ଥା କରାଯାଇଥିଲା । ,ଖୁର୍ସେଲ ଦେବାର୍ଚ୍ଚନ ଭୋକେସନାଲ ହାଇସ୍କୁଲ ଓ କୁତୁର୍ଲା ଗାଁ ର ଶିବ ମନ୍ଦିର ଠାରେ ରେ ମଧ୍ୟ ଉକ୍ତ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ମୂଖ୍ୟ ଅତିଥି ଭାବେ ପୂର୍ବତନ ରାଜ୍ୟ ସଭା ସାଂସଦ ଡ଼ଃ ନିରଞ୍ଜନ ବିଶି ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ପଠନ ଲିଖନ ସାମଗ୍ରୀ ବଣ୍ଟନ କରିଥିଲେ। ଭୌତିକ ସାମଗ୍ରୀ ଏବଂ ନିଜ ସାମର୍ଥ୍ୟ ଅନୁସାରେ ଗରିବ ଲୋକମାନଙ୍କୁ ପ୍ରଦାନ କରିବାକୁ ମତପୋଷଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଶିକ୍ଷକ କିଶୋରି ବରିହା, ଶିକ୍ଷୟିତ୍ରୀ ଶୋଭାସିନୀ ମହାପାତ୍ର,ଭାଲୁଦର୍ହ ପ୍ରଧାନ ଶିକ୍ଷକ ଚନ୍ଦ୍ରଶେଖର ମିଶ୍ର ଙ୍କ ସହ ଶଙ୍କର ଭୂଏ, ଭକ୍ତ ଧରୁଆ, ଦୂର୍ଯ୍ୟୋଧନ ବର୍ଗେ,ଚମ୍ପେଶ୍ଵର ବରିହା ପ୍ରମୁଖ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *