ବିଶ୍ବ ସମ୍ବାଦ କେନ୍ଦ୍ର ପାଳିଲା ନାରଦ ଜୟନ୍ତୀ

ବିଶ୍ବ ସମ୍ବାଦ କେନ୍ଦ୍ର ପାଳିଲା ନାରଦ ଜୟନ୍ତୀ । ଯଥାସାଧ୍ୟ ନିରପେକ୍ଷ, ସତ୍ୟନିଷ୍ଠା, ଅନିସନ୍ଧିତ୍ସୁ ଧ୍ୟେୟ ହେଉବିଶ୍ବ ସମ୍ବାଦ କେନ୍ଦ୍ର ଭଦ୍ରକ ଶାଖା ତରଫରୁ ସଂସ୍କୃତି ଭବନରେ ଦେବର୍ଷି ନାରଦ ଜୟନ୍ତୀ ପାଳିତ ହୋଇଛି। ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ତଥା ୪୦ରୁ ଉର୍ଦ୍ଧ୍ବ ପୁସ୍ତକ ଲେଖି ରାଜ୍ୟସ୍ତରୀୟ ପୁରସ୍କାର ପ୍ରାପ୍ତ ଶ୍ରୀଯୁକ୍ତ ପବିତ୍ର ପାଣିଗ୍ରାହୀ ଏବଂ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସହ-ପ୍ରାନ୍ତ ପ୍ରଚାର ପ୍ରମୁଖ ଶ୍ରୀ ମନୀନ୍ଦ୍ର ସୁନ୍ଦର ଦାସ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଜ୍ୱଳନ ହୋଇଥିଲା ଏବଂ ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ଦେବାଶିଷ ମିଶ୍ରଙ୍କ ମଞ୍ଚ ପରିଚାଳନା କରିଥିଲେ । ସଂସ୍କୃତି ଆଧାରିତ ଶିକ୍ଷା ଦ୍ବାରା ରାଷ୍ଟ୍ର ଜାଗରଣ ସମ୍ଭବ ବୋଲି ମତ ରଖି ସାମ୍ବାଦିକମାନେ ସ୍ପଷ୍ଟବାଦୀ ହେବାକୁ ଅତିଥି ମାନେ ପରାମର୍ଶ ଦେଇଥିଲେ। ମୁଖ୍ୟ ଅତିଥି ସାମ୍ପ୍ରତିକ ସମୟରେ ଗଣମାଧ୍ୟମ କ୍ଷେତ୍ରର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ।ସମ୍ବାଦ ଏବଂ ସାହିତ୍ୟ ସମ୍ବନ୍ଧୀୟ ବିଭିନ୍ନ ତଥ୍ୟ ସମ୍ବନ୍ଧରେ ଆଲୋକପାତ କରିଥିଲେ।

ଯାବତୀୟ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଯଥାସାଧ୍ୟ ନିରପେକ୍ଷ, ସତ୍ୟନିଷ୍ଠା, ନିର୍ଭିକତା, ଅନିସନ୍ଧିତ୍ସୁ ସାମ୍ବାଦିକଙ୍କ ଧ୍ୟେୟ ହେଉ ବୋଲି ମତବ୍ୟକ୍ତ କରିଥିଲେ। ମୁଖ୍ୟବକ୍ତା ଦେବର୍ଷି ନାରଦଙ୍କ ଦ୍ବାରା ପ୍ରଚଳିତ ବିଭିନ୍ନ ଭକ୍ତି ସୂତ୍ରର ବାଖ୍ୟା କରି ବର୍ତ୍ତମାନର ସମୟରେ ଗଣମାଧ୍ୟମ ଜଗତରେ ତାହାର ଉପଯୋଗୀତା ବର୍ଣ୍ଣନା କରିଥିଲେ।ବରିଷ୍ଠ ସାମ୍ବାଦିକ ତଥା ପ୍ରମେୟ ବାଲେଶ୍ଵର ସଂସ୍କରଣର ଭଦ୍ରକ ପ୍ରତିନିଧି ଶ୍ରୀଯୁକ୍ତ ପ୍ରଭାତ କୁମାର ଦାଶ ଏବଂ ଭଦ୍ରକ ଜିଲ୍ଲାର ଜଣେ ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ଜ୍ଞାନ ପ୍ରକାଶ ପାଣି ସ୍ପଷ୍ଟ ଏବଂ ସ୍ଵଚ୍ଛ ସାମ୍ବାଦିକତା ପ୍ରସାରଣ ପାଇଁ ସାମ୍ବାଦିକମାନଙ୍କ ପାଖରେ ଆଗ୍ରହ ରଖିଥିଲେ। ତତ୍ ସହିତ ରାଷ୍ଟ୍ରହିତରେ ସମ୍ବାଦ ପ୍ରସାରଣ କରିବା ପାଇଁ ମଧ୍ୟ ମୁଖ୍ୟବକ୍ତା ଆଲୋକପାତ କରିଥିଲେ। ରବି ନାରାୟଣ ସାହୁ,ରଶ୍ମି ରଂଜନ ରାଉତ,ଧର୍ମେନ୍ଦ୍ର ଦାସ,ରତିକାନ୍ତ ଆଚାର୍ଯ୍ୟ,ସଞ୍ଜୟ ବାରିକ୍,ପ୍ରଦୀପ ପାତ୍ର,ସୁଦର୍ଶନ ଲାହା ପ୍ରମୁଖ ଉପସ୍ଥିତ ରହି ସଂପୂର୍ଣ୍ଣ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *