ରାସ୍ତା କୁ ଭଗବାନ ଭରଷା

ରାହାମା (୧୬/୬)-ବିଭାଗ ବଦଳିଲା ହେଲେ ବଦଳିଲାନି ରାସ୍ତା ର ଭାଗ୍ୟ ! ହାତ ଟେକି ଦେଇଛି ଆର ଆଣ୍ଡ ଵି ବିଭାଗ ! ଫଳରେ ଯାତାୟାତ ପାଇଁ ଲୋକେ ହନ୍ତସନ୍ତ ହେଉଛନ୍ତି ! ମଣିଜଙ୍ଗା ଜଳସେଚନ ବିଭାଗୀୟ ୧୩ ସି କେନାଲ ବନ୍ଧ ରାସ୍ତା କୁ ଏବେ ଭଗବାନ ଭରସା ! ଏହି ରାସ୍ତା ରାହାମା ରୁ ବାହାରି ଭାୟା ବାଇଲୋ ଦେଇ ଏରସମା ଚଟୁଆ ରାସ୍ତା କୁ ଇରିବିଣା ପୋଲ ନିକଟରେ ମିଶିଛି ! କୁଜଙ୍ଗ ଓ ଏରସମା ବ୍ଲକ ର ହଜାର ହଜାର ଜନସାଧାରଣ ଏହି ରାସ୍ତା ଉପରେ ପ୍ରତ୍ୟେକ ଦିନ ନିର୍ଭର କରନ୍ତି ! ରାସ୍ତା ରେ ଅନେକ ଖାଲ ଖମା ସୃଷ୍ଟି ହେତୁ ପ୍ରତେକ ଦିନ ପଥଚାରୀ, ବାଇକ, ଟ୍ରକ, ବସ ଏବଂ ଆମ୍ବୁଲାନ୍ସ ଯିବା ଆସିବା ରେ ଅସୁବିଧା ଭୋଗ କରୁଛନ୍ତି ! ଅଦିନିଆ ବର୍ଷା ରେ ଖାଲ ଖମା ରେ ପାଣି ଭର୍ତ୍ତି ଯୋଗୁ ଲୋକେ ପଡି ଖଣ୍ଡିଆ ଖାବରା ହେଉଛନ୍ତି !ରାସ୍ତା ଟି ପ୍ରଥମେ ଆରଡ଼ି, ପରେ ଜଳସେଚନ ଏବଂ ଏବେ ଆର ଆଣ୍ଡ ଵି ଅଧୀନ ରେ ଅଛି ! ବିଭାଗ ବଦଳୁଛି ସିନା ହେଲେ ରାସ୍ତା ବଦଳୁନାହିଁ ! ଫଳରେ ଅଞ୍ଚଳ ବାସି ହତୋତ୍ସାହ ହୋଇପଡିଛନ୍ତି ! ପ୍ରତ୍ୟେକ ଦିନ ଛୋଟ ବଡ଼ ଦୁର୍ଘଟଣା ଘଟୁଛି ! ଆଗକୁ ବର୍ଷା ଦିନ ଆସିଲେ ଅବସ୍ଥା ଶୋଚନୀୟ ହୋଇ ପଡିବ ! ତେଣୁ ଅଞ୍ଚଳ ବାସୀ , ସ୍ଥାନୀୟ ବୁଦ୍ଧିଜୀବୀ ଏବଂ ଓଡିଶା ରାସ୍ତା ସୁରକ୍ଷା ମଞ୍ଚ ର ଜିଲ୍ଲା ସଭାପତି ଅଧିକାରୀ ସୁଧାଂଶୁ ଶେଖର ଦାଶ , ଏରସମା ବ୍ଲକ ସଂଯୋଜକ ରାକେଶ ସୁତାର ପ୍ରମୁଖ ଦାବି ରଖିଛନ୍ତି ତୁରନ୍ତ ରାସ୍ତା ର ସ୍ଥାୟୀ ସମାଧାନ କରିବା ପାଇଁ !

Leave a Reply

Your email address will not be published. Required fields are marked *