ବିରିଡି ବ୍ଲକ୍ ରେ ରାଜ୍ୟ ସରକାରଙ୍କ ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଉଦଯାପିତ

Date-26/06/26*ବିରିଡି ବ୍ଲକ ପରିସରରେ ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ “ବିକାଶ ଧାରା ଓଡ଼ିଶା ସାରା” କାର୍ଯ୍ୟକ୍ରମ ଉଦଯାପିତଆଙ୍କର- ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ପରିସରରେ ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ “ବିକାଶ ଧାରା ଓଡ଼ିଶା ସାରା” କାର୍ଯ୍ୟକ୍ରମ ଉଦଯାପିତ ହୋଇ ଯାଇଛି । ମୁଖ୍ୟ ଅତିଥି ଭାବରେ ତିର୍ତ୍ତୋଲ ବିଧାୟକ ଡ଼ଃ ରମାକାନ୍ତ ଭୋଇ, ବିଡିଓ ଆୟୁଷି ପତି, ବ୍ଲକ ଅଧ୍ୟକ୍ଷ। ମମତା ପାତ୍ର, ଓରମାସ ଜିଲ୍ଲା ଅଧିକାରୀ ମଧୁସ୍ମିତା ସାହୁ ପ୍ରମୁଖ ବହୁ ସରକାରୀ ଅଧିକାରୀ ମାନେ ଯୋଗଦେଇ ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ପାଳନ କରିବା ସହିତ ସରକାରୀ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମ ରେ ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା, ଅଙ୍ଗନବାଡି କର୍ମୀ ଓ ବହୁ ଜନସାଧାରଣ ମାନେ ଏହି କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ । ପରେ ପ୍ରଶାସନ ପକ୍ଷରୁ ହିତାଧିକାରୀ ମାନଙ୍କୁ ଆୟୁଷମାନ ସ୍ୱାସ୍ଥ୍ୟ କାର୍ଡ, ଅନ୍ତଡେ ଅନ୍ତଓଦୟ ଆବାସ କାର୍ଯ୍ୟାଦେଶ, ମଧୁବାବୁ ଭତ୍ତା, ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା କାର୍ଡ଼ ବଣ୍ଟନ ସହିତ ଅଙ୍ଗନବାଡି କର୍ମୀଙ୍କୁ ମୋବାଇଲ ଫୋନ ଓ ମହିଳା ଏସଏଚଜି ଗ୍ରୁପ ଗୁଡିକୁ ଋଣ ଓ ସୁଧ ଫେରସ୍ତ ଚେକ ପ୍ରଦାନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *