ଓଁ ଐଁ ମହାନୀଳ ସରସ୍ଵତ୍ବେ ନମଃ
ଓଁ ଐଁ ମହାନୀଳ ସରସ୍ଵତ୍ବେ ନମଃ
ଓଁ କାର ଓ ଶ୍ରୀମନ୍ଦିର
———–
ରତ୍ନବେଦୀ, ସୁଦର୍ଶନ, ଜଗନ୍ନାଥ, ବଳଭଦ୍ର ସୁଭଦ୍ରା, ସମସ୍ତେ ଓଁ କାର ଯନ୍ତ୍ର ମଧ୍ୟେ ଆବଦ୍ଧ।
ଏହି ପାଞ୍ଚଟି ମାତ୍ରାର ସମାହାର ।
ଓ ଵେଦର ସର୍ବୋଚ୍ଚ ମନ୍ତ୍ର ପ୍ରଣବ ର ପ୍ରକାର।
ନାଦ, ବିନ୍ଦୁ, ଦଣ୍ଡକ, ତାରକା, କୁଣ୍ଡଳୀ
ଅସଜଡା ମାତ୍ରା କୁ ଯୋଡ
ଏହି ମାତ୍ରାକୁ ଯୋଡ଼ିଲେ ଓଁ କାର ର ପ୍ରକାର।
ନାଦ ଅଟେ ରତ୍ନ ସିଂହାସନ ମୂଳ ପ୍ରକୃତିର ସ୍ଵରୁପ।
ଏହା’ ପ୍ଲିମ’ ବୀଜ ମନ୍ତ୍ରରେ ହୁଅନ୍ତି ପୂଜିତ।
ବିନ୍ଦୁ ଅଟେ ମୂଳ ବ୍ରହ୍ମ, ସୁଦର୍ଶନ ଏହାର ସ୍ଵରୁପ,
‘ଧ୍ଲୀମ’ ବୀଜ ମନ୍ତ୍ର ଦ୍ବାରା ସାଧକ କରନ୍ତି ସିଦ୍ଧ।
ଦଣ୍ଡକ ହେଉଛନ୍ତି ବିଷ୍ଣୁ ସ୍ବୟଂ ଜଗନ୍ନାଥ, ତାଙ୍କୁ ‘କ୍ଲୀମ’ ବୀଜ ମନ୍ତ୍ର ଦ୍ବାରା କରାଯାଇପାରେ ସିଦ୍ଧ।
ତାରକା ହେଉଛନ୍ତି ବ୍ରହ୍ମା, ସୁଭଦ୍ରା ବ୍ରହ୍ମ ରୂପରେ ବିଦ୍ୟମାନ,
ସେ ‘ଶ୍ଲୀମ୍’ ବିଜ ମନ୍ତ୍ରୀରେ ହୁଅନ୍ତି ପୂଜାର୍ଚ୍ଚନ।
କୁଣ୍ଡଳୀ ନୈସର୍ଗିକ ସୁତ୍ର ଶିବ, ଶିବ ବଳଭଦ୍ର ରୂପେ ବିଦ୍ୟମାନ,
ତାଙ୍କୁ’ ହ୍ଲୀମ୍’ ବୀଜ ମନ୍ତ୍ରରେ କରାଯାଏ ପୂଜନ।
ତେଣୁ ସମ୍ପୂର୍ଣ୍ଣ ଓଁ କାରର ପରିପ୍ରକାଶ ହେଉଛନ୍ତି,
ରତ୍ନବେଦୀ, ସୁଦର୍ଶନ , ସୁଭଦ୍ରା, ବଳଭଦ୍ର, ଜଗନ୍ନାଥ।
କେ. ତ୍ରିମୁଲା ଆଚାରୀ
ହିଞ୍ଜିଳିକାଟୁ, ଗଞ୍ଜାମ ଓଡ଼ିଶା।
