ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଅନ୍ନପ୍ରସାଦ ବିତରଣ ଓ ପୁସ୍ତକ ଉନ୍ମୋଚନ
ଅନ୍ନପ୍ରସାଦ ବିତରଣ ଓ ପୁସ୍ତକ ଉନ୍ମୋଚନ ।ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଶ୍ରୀଜଗନ୍ନାଥ ଭକ୍ତ ସମାଜ ତରଫରୁ ଜଗନ୍ନାଥ ବଲ୍ଲଭ ମଠ ଠାରେ ଭକ୍ତମାନଙ୍କୁ ଅନ୍ନ ପ୍ରସାଦ ବିତରଣ କରାଯାଇଛି । ଅନୁଷ୍ଠାନର ସଭାପତି ଶ୍ରୀ ଶଙ୍କର୍ଷଣ ମଙ୍ଗରାଜ, ବାନା ବ୍ରଜବନ୍ଧୁ ଦାସ, ଢେଙ୍କାନାଳର ପୂର୍ବତନ ବିଧାୟକ ଶ୍ରୀ ସୁଧିର କୁମାର ସାମଲ ସହ ଧର୍ମିଣୀ ଶ୍ରୀମତୀ ଅବନ୍ତୀ ସାମଲ ଓ ସମାଜସେବୀ ଡ. ମନୋଜ ରଥ ପ୍ରମୁଖଙ୍କ ଉପସ୍ଥିତିରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟର ପ୍ରଦୀପ ପ୍ରଜ୍ଜ୍ବୋଳନ ପୂର୍ବକ ଅନ୍ନଦାନ କାର୍ଯ୍ୟ ଆରମ୍ଭ କରିଥିଲେ ।

ଇତ୍ୟବସରରେ ବଦୟିତ୍ରୀ ଉର୍ମିଳା ରଥଙ୍କ ଦ୍ୱାରା ରଚିତ ଭଜନସୌରଭ କର ପୁସ୍ତକ ଅତିଥି ମାନଙ୍କ ଦ୍ୱାରା ଲୋକାର୍ପିତ କରାଯାଇଥିଲା । ପନ୍ଦର ହଜାରରୁ ଉର୍ଦ୍ଧ୍ବ ଭକ୍ତ ପ୍ରସାଦ ସେବନ କରି ଆନନ୍ଦିତ ହୋଇଥିଲେ । ଏଥିରେ ଅନୁଷ୍ଠାନର ଉପଦେଷ୍ଠା ଶ୍ରୀଯୁକ୍ତ ବିଜୟ କୁମାର ସାହୁ, ଡ. ବଳରାମ ଦାଶ, ଡ. ଅଜୟାନନ୍ଦ ସାହୁ, ଭଜ କିଶୋର ଦାସ, ବୀର ଅନନ୍ତ ପଣ୍ଡା ଓ ଅନୁଷ୍ଠାନର ୨୦୦ ରୁ ଅଧିକ ସ୍ଵଛ।ସେବୀ ଭକ୍ତ କାର୍ଯ୍ୟରେ ସହାୟତା କରିଥିଲେ । ସଂପାଦକ ଡ. ଶଶିକାନ୍ତ ରଥ ଧନ୍ୟବାଦ ଅର୍ପଣ କରିଥିଲେ ।
