ଦେବସ୍ନାନ ପୂର୍ଣ୍ଣିମାରେ ଚର୍ମ ଚକ୍ଷୁର ଦିବ୍ୟ ଚକ୍ଷୁ ସହ ମିଳନ

ଦେବସ୍ନାନ ପୂର୍ଣ୍ଣିମାରେ ଚର୍ମ ଚକ୍ଷୁର ଦିବ୍ୟ ଚକ୍ଷୁ ସହ ମିଳନ। ମହାପ୍ରଭୁଙ୍କର ଆଜି ଦେବସ୍ନାନ ମଣ୍ଡପରେ ପ୍ରତ୍ୟକ୍ଷ ୧୦୮ଗରା ସୁବାସିତ ଜଳରେ ସ୍ନାନ କଲେ ଚତୁର୍ଦ୍ଧାବିଗ୍ରହ।ସେପଟେ ସାଧାରଣ ଭକ୍ତ ଭଳି ମୁଖ୍ୟମନ୍ତ୍ରୀ,କେନ୍ଦ୍ରମନ୍ତ୍ରୀ ଓ ଆଇନମନ୍ତ୍ରୀ ଦର୍ଶନ କରି ସାନିଧ୍ୟ ନେବା ସହ ରଥଯାତ୍ରା ଶୃଙ୍ଖଳିତ ପାଇଁ ସେବାୟତଙ୍କ ସହ ଆଲୋଚନା କରିଛନ୍ତି।ସେପଟେ ନୀତି ନିର୍ଘଣ୍ଟ ଅନୁଶାରେ ଶୃଙ୍ଖଳିତ ହୋଇଥିବା ବେଳେ ଜଳ ବିଜେ ଓ ଗଜାନନ ବେଶ ସଠିକ ସମୟରେ ହୋଇଥିବାରୁ ଭକ୍ତ ଆଜି ଖୁସିରେ ଦର୍ଶନ କରିଛନ୍ତି । ସେପଟେ ମହାପ୍ରଭୁଙ୍କୁ ସ୍ନାନମଣ୍ଡପରେ ଦର୍ଶନ କରିବା ପରେ ରଥଖଳା ଯାଇ ରଥନିର୍ମାଣ ଅନୁଧ୍ୟାନ ଓ ଗଜପତି ମହାରାଜାଙ୍କ ସହ ଶୃଙ୍ଖଳିତ ରଥଯାତ୍ରା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି। ଅନ୍ୟପଟେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ବାସଭବନକୁ ମୁଖ୍ୟମନ୍ତ୍ରୀ ଗସ୍ତ କରିଥିବା ବେଳେ ଆଜି ସ୍ନାନଯାତ୍ରାରେ ୫ଲକ୍ଷରୁ ଅଧିକ ଭକ୍ତ ମହାପ୍ରଭୁଙ୍କର ଦର୍ଶନ କରିଛନ୍ତି।ଜ୍ୟୋଷ୍ଠ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥିରେ ମହାପ୍ରଭୁ ସ୍ନାନବେଦୀରେ କରିଛନ୍ତି ଜ୍ୟୋଷ୍ଠା ସ୍ନାନ।୧୦୮ଗରା ସୁବାଶିତ ଜଳରେ ସ୍ନାନ କରିଛନ୍ତି ମହାପ୍ରଭୁ। ଆଜି ସ୍ନାନ ବେଦିରେ ଚର୍ମ ଚକ୍ଷୁ ସହ ଦିବ୍ୟ ଚକ୍ଷୁର ମିଳନ ହୋଇଛି।ପୂର୍ବ ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁଯାୟୀ ସକାଳ ୫ ଟା ୫ ମିନିଟରେ ପ୍ରଥମେ ମଙ୍ଗଳାର୍ପଣ, ୫ ଟା ୧୦ ରେ ଡୋର ଲାଗି ଓ ପୁଷ୍ପାଞ୍ଜଳୀ, ୫ ଟା ୧୫ ରେ ପହଣ୍ଡି ଆରମ୍ଭ ହୋଇ ୭ ଟା ୨୫ ମିନିଟ୍ ରେ ପହଣ୍ଡି ଶେଷ ହୋଇଥିଲା। ଏହାପରେ ମହାପ୍ରଭୁଙ୍କ ମଙ୍ଗଳ ଆଳତି ସହିତ ଅନ୍ୟାନ୍ୟ ନୀତି କାନ୍ତି କରାଯାଇ ୧୦୮ ଗରା ଜଳରେ ସ୍ନାନ କରିଥିଲେ ଚତୁର୍ଦ୍ଧାବିଗ୍ରହ। ଜଗନ୍ନାଥ ମହାପ୍ରଭୁ ୩୫ଗରା, ବଳଭଦ୍ର ୩୩ଗରା, ସୁଭଦ୍ରା ୨୨ଗରା ଓ ସୁଦର୍ଶନ ୧୮ଗରା ଜଳରେ ସ୍ନାନ କରିଥିଲେ। ଆଉ ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଛେରା ପହଁରା ନୀତି ସମ୍ପାଦନ କରିବା ପରେ ହାତୀବେଶ ତଥା ଗଜାନନ ବେଶ ଅନୁଷ୍ଠିତ ହୋଇଥିଲା। ଏହି ଦୁର୍ଲଭ ବେଶକୁ ଦର୍ଶନ କରିବା ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ଆଜି ଶ୍ରୀକ୍ଷେତ୍ରରେ ହୋଇଛି। ସ୍ନାନବେଦୀରେ ମହାପ୍ରଭୁଙ୍କ ଦର୍ଶନ ପାଇ ଭକ୍ତ ମାନେ ଭାବ ବିହ୍ୱଳ ହୋଇ ପଡ଼ିଥିଲେ।

ତେବେ ନୀତି କାନ୍ତି ଅନୁଯାୟୀ ସନ୍ଧ୍ୟା ୭ ଟା ରୁ ୯ ଟା ୩୦ ଯାଏଁ ମହାପ୍ରଭୁଙ୍କ ସାହାଣମେଲା, ରାତି ୧୦ ଟା ରେ ହାତୀବେଶ ମଇଲମ ଏବଂ ରାତି ୧୧ ଟା ରୁ ୨ ଟା ମଧ୍ୟରେ ବାହୁଡା ପହଣ୍ଡି, ରାତି ୨ ଟା ୩୦ ରେ ସୁନା ଚିତା ଏବଂ ରାହୁରେଖା ମଇଲମ ନୀତି ଅନୁଷ୍ଠିତ ହେବ। ସେପଟେ ଆଜି ବି ମାନଷିକ ବେଶ ଧାରୀ ଭକ୍ତ ମହାପ୍ରଭୁଙ୍କୁ ନିଜକୁ ସମ୍ପର୍ପିତ କରିଛନ୍ତି। ତେବେ ୫ଲକ୍ଷରୁ ଅଧିକ ଭକ୍ତ ଆଜି ମହାପ୍ରଭୁଙ୍କର ଦର୍ଶନ କରିଛନ୍ତି। ସେପଟେ ଶୃଙ୍ଖଳିତ ରଥଯାତ୍ରାକୁ ନେଇ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ। ବାଇଟ୍1/2/3-ଭକ୍ତ,( 3ଟି ଭକ୍ତ ବାଇଟ୍ ହ୍ୱଟସପରେ ଯାଇଛି )ବାଇଟ୍1- ପଣ୍ଡିତ ସୂର୍ଯ୍ୟ ନାରାୟଣ ରଥଶର୍ମା, ଗବେଷକ ବାଇଟ୍2- ମଧୁସୂଦନ ସିଂହାରୀ, ସଦସ୍ୟ, ଶ୍ରୀମନ୍ଦିର ପରିଚାଳନା କମିଟି ବାଇଟ୍3-ସମ୍ବିତ ପାତ୍ର,, ସାଂସଦ,,,( ଗଜପତି ମହାରାଜାଙ୍କ ସହ ଆଲୋଚନା PART ଲଗାଇବେ )ବାଇଟ୍4- ଅରବିନ୍ଦ ପାଢ଼ୀ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭିଓ-ଶ୍ରୀକ୍ଷେତ୍ରରେ ଆଜି ଅନୁଷ୍ଠିତ ହେଉଛି ମହାପ୍ରଭୁଙ୍କର ସ୍ନାନଯାତ୍ରା।‌ ଏଥିସହ ମହାପ୍ରଭୁଙ୍କ ଗଜାନନ ବେଶ ମଧ୍ୟ ଅନୁଷ୍ଠିତ ହୋଇଛି। ଲକ୍ଷାଧିକ ଭକ୍ତ, ଶ୍ରଦ୍ଧାଳୁ ମହାପ୍ରଭୁଙ୍କର ସ୍ନାନଯାତ୍ରା ସହିତ ଗଜାନନ ବେଶ ଦର୍ଶନ କରିଛନ୍ତି। ତେବେ ଶାନ୍ତିଶୃଙ୍ଖଳା‌ ପାଇଁ ପୁରୀରେ ୭୯ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି।ଶ୍ରୀମନ୍ଦିରରେ ସିଂହଦ୍ୱାର ଦେଇ ଏକମୁଖୀ ଦର୍ଶନ ସହ ସ୍ନାନ ବେଦୀ ପାଖ ଦେଇ ଉତ୍ତର ଦ୍ୱାର ପଟେ ପ୍ରସ୍ଥାନ କରିଛନ୍ତି। କଡା ସୁରକ୍ଷା ବଳୟ ମଧ୍ୟରେ ପୁରୀ ସହର ରହିଥିବା ବେଳେ ୪୦୦ସିସିଟିଭି ଲଗାଯାଇଛି। ଆଉ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଶ୍ରୀଜିଉଙ୍କୁ ସ୍ନାନ ମଣ୍ଡପରେ ଦର୍ଶନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ପୁରୀ ସାଂସଦ ସମ୍ବିତ ପାତ୍ରଙ୍କ ସମେତ ବହୁ ମାନ୍ୟଗଣ୍ୟ ନେତା ଏବଂ ମନ୍ତ୍ରୀ ଶ୍ରୀଜିଉଙ୍କୁ ସ୍ନାନବେଦୀରେ ଦର୍ଶନ କରି ନିଜକୁ ଧନ୍ୟ ମନେ କରିଛନ୍ତି। ସାରା ଓଡ଼ିଶାର ସୁଖ ସମୃଦ୍ଧି ଏବଂ ମଙ୍ଗଳ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେପଟେ ମହାପ୍ରଭୁଙ୍କ ଦର୍ଶନ କରିବା ଭାଗ୍ୟରେ ଥିଲେ ମିଳେ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିବା ବେଳେ ସମୃଦ୍ଧ ଓଡିଶା ଗଠନ ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାଥନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି।ସ୍ନାନଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ସମାପନ କରିବା ପାଇଁ ପୁରୀରେ ୭୯ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବା ସହିତ ସମ୍ପୂର୍ଣ୍ଣ ପୁରୀ ସହରକୁ ସିସିଟିଭି ବଳୟ ମଧ୍ୟରେ ରଖାଯାଇଛି। ଜରୁରୀକାଳୀନ ସେବା ପାଇଁ ଶ୍ରୀମନ୍ଦିର ଚାରି ଦ୍ଵାରରେ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଛି।

ମାର୍କେଟ ଛକ ଠାରୁ ବ୍ୟାରିକେଡ଼ ଯୋଗେ ଭକ୍ତଙ୍କ ପ୍ରବେଶ ବ୍ୟବସ୍ଥା କରାଯାଇଛି। ପ୍ରବଳ ଖରା ଓ ଗୁଳୁଗୁଳି କୁ ଦୃଷ୍ଟିରେ ରଖାଯାଇ ବ୍ୟାରିକେଡ଼ ଉପରେ ଛାମୁଣ୍ଡିଆ ବ୍ୟବସ୍ଥା ସହିତ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି। ପୁରୀ ପୋଲିସ ପକ୍ଷରୁ ଦିବ୍ୟାଙ୍ଗ ଏବଂ ବରିଷ୍ଠ ନାଗରିକଙ୍କୁ ସ୍ବତନ୍ତ୍ର ଭାବେ ନିଆଯାଇ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥା କରାଯାଇଛି। ସେପଟେ ମହାପ୍ରଭୁଙ୍କୁ ସ୍ନାନମଣ୍ଡପରେ ଦର୍ଶନ କରିବା ପରେ ରଥଖଳା ଯାଇ ରଥନିର୍ମାଣ ଅନୁଧ୍ୟାନ ଓ ଗଜପତି ମହାରାଜାଙ୍କ ସହ ଶୃଙ୍ଖଳିତ ରଥଯାତ୍ରା ଉପରେ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ।ବାଇଟ5- ମୋହନ ଚରଣ ମାଝୀ, ମୁଖ୍ୟମନ୍ତ୍ରୀ ବାଇଟ6- ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ବାଇଟ7- ୱଇବି ଖୁରାନିଆ, ପୋଲିସ ଡିଜି ଫାଭିଓ- ଅତ୍ୟଧିକ ସ୍ନାନ କରି ଅଣସର ଘରେ ଜ୍ୱରରେ ପିଡୀତ ଜଗତର ନାଥ ଜଗନ୍ନାଥ। ଆସନ୍ତାକାଲି ଠାରୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ଜାଗାରେ ପୁଜା ପାଇବେ ଅନନ୍ତ ନାରାୟଣ, ଅନନ୍ତ ବାସୁଦେବ ଓ ମା ଭୁବନେଶ୍ବରୀ। ତେଵେ ଆସନ୍ତାକାଲି ଠାରୁ ବ୍ରହ୍ମଗିରି ସ୍ଥିତ ଅଲାରନାଥ ମନ୍ଦିର ହୋଇପଡିବ ଚଳଚଞ୍ଚଳ। ବିଷ୍ନୂରୂପୀ ପ୍ରଭୁ ଅଲାରନାଥଙ୍କ ଦରକାର ପାଇଁ ବ୍ରହ୍ମଗିରି ମୁହାଁ ହେବେ ଶ୍ରଦ୍ଧାଳୁ l

Leave a Reply

Your email address will not be published. Required fields are marked *