ପରିବେଶ ସୁରକ୍ଷା ପାଇଁ ଆମ୍ବ ଟାକୁଆ ରୋପଣ

କୋଣାର୍କ – ପରିବେଶ ସୁରକ୍ଷା ପାଇଁ ମୌସୁମୀ ବର୍ଷାରେ ଆମ୍ବ ଟାକୁଆ ରୋପଣ କରିଛନ୍ତି ପରିବେଶକର୍ମୀ ଜ୍ଞାନ ରଞ୍ଜନ ବିଶ୍ଵାଳ। ଗତ କିଛି ଦିନ ପୂର୍ବରୁ ନିଜ ବାଡିରୁ ସଂଗ୍ରହ କରି ରଖିଥିବା ୨ ବକେଟ ତଥା ୪୦୦ ରୁ ଅଧିକ ଆମ୍ବ ଟାକୁଆ କୋଣାର୍କ – କାକଟପୁର ରାସ୍ତା କଡ଼ରେ ମଙ୍ଗଳବାର ପ୍ରବଳ ବର୍ଷାରେ ବୁଣି ଥିଲେ। ଚଳିତ ମୌସୁମୀ ଋତୁରେ ଏଥିରୁ କିଛି ଚାରା ସୃଷ୍ଟି ହୋଇ ବୃକ୍ଷରେ ପରିଣତ ହୋଇ ଜନ ସାଧାରଣ ପଶୁ ପକ୍ଷୀ ମାନଙ୍କ ଫଳ ଓ ଛାଇର ଆବଶ୍ୟକତା ସହ ଏହା ପରିବେଶ ସୁରକ୍ଷା, ଅମ୍ଳଜାନ ପ୍ରଦାନ ଓ ଜଳବାୟୁ ପରିବର୍ତ୍ତନ ପାଇଁ କାମ କରିବ ବୋଲି ଆଶା ରଖିଛନ୍ତି ପ୍ରକୃତି ବନ୍ଧୁ ପୁରସ୍କାର ପାଇଥିବା ଶ୍ରୀ ବିଶ୍ଵାଳ। ଆଗାମୀ ଋତୁରେ ତାଙ୍କ ଦ୍ଵାରା ପରିଚାଳିତ ପ୍ରକୃତି ମିତ୍ର ପୁରସ୍କାର ପାଇଥିବା ଅନୁଷ୍ଠାନ ଶୋଭା ଫାଉଣ୍ଡେସନ ପକ୍ଷରୁ ବ୍ୟାପକ ମଞ୍ଜି, ଚାରା ଓ ବୃକ୍ଷ ରୋପଣ କାର୍ଯ୍ୟ ଜାରି ରହିବ ବୋଲି ମତବ୍ୟକ୍ତ କରିଛନ୍ତି।

Leave a Reply

Your email address will not be published. Required fields are marked *