ଜଗନ୍ନାଥ ଜଗତ ଠାକୁର

ଜଗନ୍ନାଥ ଜଗତ ଠାକୁର

ଜଗନ୍ନାଥ ତୁମେ ଜଗତର ନାଥ
ଦାରୁ ବ୍ରହ୍ମ l
ପରମ ବ୍ରହ୍ମ ତୁମେ ଅବ୍ୟକ୍ତ ଅଚିନ୍ତ୍ୟ
ଅବର୍ଣ୍ଣନୀୟ l
ନାଭିରେ କମଳ ଦାରୁ ବ୍ରହ୍ମ
ମହୋଦଧି ତୀରେ କରିଛ ନିବାସ l

ନୀଳ ଶୈଳ ଶ୍ରୀ କ୍ଷେତ୍ର
ବଡ ଦେଉଳ ରେ
ରତ୍ନ ସିଂହାସନେ ବାମ ରେ ଶଙ୍କର
ମଝିରେ ସୁଭଦ୍ରl ଚାନ୍ଦ ମୁହିଁ

ସୁଦର୍ଶନ ଚକ୍ର ସାଥେ ସାଥେ ରୁହେ
ନିରାକାର ନିର୍ବିକାର ନିର୍ଗୁଣ
ପରମ ବ୍ରହ୍ମ ତୁମେ l

କେତେବେଳେ ପୁଣି
ସାକାର ଆକାର ଆକୃତି
ଚକା ନୟନ
ନାଲି ଅଧର କଳା ଶ୍ରୀମୁଖ
ପଦ୍ମ କମଳ ରେ ବିରାଜିତ l

ଶଙ୍ଖ ଚକ୍ର ଗଦା ହସ୍ତେ
ପିତାମ୍ବର ବେଶ ନାନା ବେଶେ
ଭୂଜ ରେ ବେଣୁ ଶିରରେ
ମୟୁର ଚନ୍ଦ୍ରିକା ଚୂଳ l

କଟୀରେ କିଂକିଣୀ ବଡ ସିଂଘlର
ବେଶେ ରଙ୍ଗlୟିତ l
ସେବlୟିତ ମାନେ ସେବାରତ
ନାନା ବ୍ୟଞ୍ଜନେ ରେ କରି
ଆପ୍ୟାୟିତ l

ଷାଠିଏ ପଉଟି ଭୋଗ
ଖାଇ ଥାଅ ନିଦ୍ରା ରେ ଶୋଇ

ପତିତପାବନ ବାନା
ପତିତ ଉଦ୍ଧାର ଲାଗି
ନୀଳ ଚକ୍ର ବାନା ଉଡେ
ଜଗତ ଉଦ୍ଧାର ଲାଗି l

ମହା ବାହୁ ମହା ମେରୁ
ମହା ପ୍ରସାଦ ମହାନ l

ଚକା ଡୋଳା ସବୁତ ଦେଖୁଛ
ଚକା ନୟନ ଚକ୍ର ରେ ନାଶୁଛ
ପାପ ରୋଗ ବ୍ୟାଧି
ଚକ୍ର ଘୁରି ବୁଲେ ନୟନେ ତୁମର l

ସାରା ବ୍ରହ୍ମାଣ୍ଡ ଆଖିରେ ଆଖିରେ
ସୂର୍ଯ୍ୟ ଚନ୍ଦ୍ର ତାରା ଗ୍ରହ ନକ୍ଷତ୍ର
ବୁଲୁଛନ୍ତି ଚକା ନୟନେ ତୁମର l

ନାଶିକା ରୁ ଜାତ ମାରୁତ
ଆଉ ହୃଦରୁ ଜାତ
ମହା ଲଷ୍ମୀ l
ପଦ୍ମାସନ ହୃଦ ରେ

ବିରାଜିତା ଲଷ୍ମୀ l
କଣ୍ଠ ରୁ ଜାତ ସରସ୍ବତୀ l

ଚନ୍ଦନ କାଠ ରୁ ନିର୍ମିତ
ଦାରୁ ବ୍ରହ୍ମ ତୁମେ l
ନାହିଁ ତୁମ ଆଦି ଅନ୍ତ
ବୈକୁଣ୍ଠ ଧାମ
ପୁରୀ ଧାମେ ବିରାଜିତ l

ଶହେ ପଦ୍ମ ମାଳ ରେ ଶୋଭିତ
ଚନ୍ଦନ ଚର୍ଚ୍ଚିତ ନୀଳ କଳେବର
କରିବାକୁ ଆଲିଙ୍ଗନ
ପ୍ରତୀକ୍ଷା ଦେବଦାସୀ ର l

ସାରା ରାତି ଉଜାଗରେ ଉଜାଗରେ
ମାନବୀୟ ଲୀଳା ଖେଳl କର
ଶାଶ୍ୱତ ପ୍ରେମରେ l
ଶହ ଶହ ଭକ୍ତ ହୃଦରେ
ପ୍ରେମ ଠାକୁର ବସ ତୁମେ l

କୃଷ୍ଣ ଅବତାରେ ଗୋପୀ ମନ
କରି ଚୋରୀ
ତୁମେ ଅନନ୍ତ ଅବ୍ୟକ୍ତ
ସାରା ସଂସାର ଭାସୁଛି
ଜଗନ୍ନାଥ ପ୍ରେମେ l

भुजे सव्ये वेणुं शिरसि शिखिपिच्छं कटितटे
दुकूलं नेत्रान्ते सहचर-कटाक्षं विदधते ।
सदा श्रीमद्‍-वृन्दावन-वसति-लीला-परिचयो
जगन्नाथः स्वामी नयन-पथ-गामी भवतु मे
( ଇନ୍ଦିରା ମିଶ୍ର, କେନ୍ଦ୍ରୀୟ ବିହାର, ତମlଣ୍ଡୋ, ଭୁବନେଶ୍ୱର )

Leave a Reply

Your email address will not be published. Required fields are marked *