ନିମାପଡ଼ା ସାମ୍ବାଦିକ ସଂଘର ପ୍ରୟାସ ନିମାପଡ଼ାର ବିକାଶ ଉପମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା।
ନିମାପଡ଼ା ( ) ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସହ ନିମାପଡ଼ା ସମ୍ବାଦିକ ସଂଘର କର୍ମକର୍ତ୍ତାଙ୍କ ସୌଜନ୍ୟମୂଳକ ସାକ୍ଷାତ ଓ ଆଲୋଚନା। ନିମାପଡ଼ାରେ ବିକାଶର ଧାରା ଜାରୀ ରହିଥିବା ବେଳେ ଉପ ମୁଖ୍ୟମନ୍ତ୍ରୀ ୬୪ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଯାଉଥିବା ମହିଳା ଦକ୍ଷତା କେନ୍ଦ୍ର ଓ ୩୪ ଲକ୍ଷ ଟଙ୍କା ବ୍ୟୟରେ ମହିଳାମାନଙ୍କୁ ଆତ୍ମ ନିର୍ଭରଶୀଳ କରିବାପାଇଁ ସିଲେଇ ତାଲିମ କେନ୍ଦ୍ର ଉଦଘାଟିତ ହେବାକୁ ଯାଉଛି ବୋଲି ଅାଲୋଚନା ବେଳେ ସୁଚନା ଦେଇଥିଲେ। ନିମାପଡ଼ାରେ ଡ଼୍ରେନେଜ ସମାସ୍ୟାର ସମାଧାନ ଶେଷ ପର୍ଯ୍ୟାୟରେ ରହିଛି ମୁଖ୍ୟ ଡ଼୍ରେନଗୁଡ଼ିକର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ପ୍ରଥମ ମୈାସୁମୀ ବର୍ଷାରେ ଏନ.ଏ.ସି ଅଞ୍ଚଳରେ କେତେକ ସ୍ଥାନରେ ବର୍ଷା ଜଳ ଜମା ରହିଥିବା ବିଷୟରେ ଅବଗତ ଥିବା କହିଛନ୍ତି । ବିଭିନ୍ନ ୱାର୍ଡ଼ରୁ ବାହାରିଥିବା ଡ଼୍ରେନ ଗୁଡ଼ିକ ମୁଖ୍ୟ ଡ଼୍ରେନ ସହ ସଂଯୋଗ ବା ଯୋଡ଼ା ହେବା କାର୍ଯ୍ୟ ଶେଷ ହେଲେ ବର୍ଷାଜଳ ନିଷ୍କାସନର ସମାସ୍ୟା ଆଉ ରହିବ ନାହିଁ। ଏହି କାର୍ଯ୍ୟ ବର୍ଷାରୁତୁ ମଧ୍ୟରେ ଶେଷ କରାଯିବବୋଲି ନିର୍ଦ୍ଦେଶ ଦିଆଯାଇଛି । ସମ୍ବାଦିକମାନେ ନିମାପଡ଼ାର ଗଠନମୂଳକ ଓ ଲୋକମାନଙ୍କ ସମାସ୍ୟା ଥିବା ସମ୍ବାଦ ପରିବେଷଣ କରିବାକୁ ଉପମୁଖ୍ୟମନ୍ତ୍ରୀ ଉପଦେଶ ଦେଇଥିଲେ। ନିମାପଡ଼ା ସାମ୍ବାଦିକ ସଂଘ ପକ୍ଷରୁ ଉପ ମୁଖ୍ୟମନ୍ତ୍ରୀଙ୍କ କିଛି ସ୍ମୁତିର ଫୋଟୋ ଫ୍ରେମ ପ୍ରଦାନ କରାଯାଇଥିଲା । ପ୍ରାୟ ଏକ ଘଣ୍ଟା ସମୟ ଦେଇ ସଂଘର ଭୁମି ପ୍ରଦାନ ଏବଂ ଘର ନିର୍ମାଣ ସଂପର୍କରେ ଖୁବଶିଘ୍ର ସମାସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହି ଆଲୋଚନା ସମୟରେ ଉପମୁଖ୍ୟ ମନ୍ତ୍ରୀ ପରିଡ଼ାଙ୍କ ସହିତ ନିମାପଡ଼ା ସାମ୍ବାଦିକ ସଂଘର ସଭାପତି ଅକ୍ଷୟ ନାୟକ,ଉପସଭାପତି ଅରୁଣ ପ୍ରସାଦ ମହାପାତ୍ର, ସଂପାଦକ ଅଶୋକ ବେହେରା ସହ ସଂପାଦକ ଅଜିତ ସାହୁ କୋଷାଧ୍ୟକ୍ଷ ଯୋସେଫ ଲେଙ୍କା ଏବଂ ସଙ୍ଗଠନ ସଂପାଦିକା ନିବେଦିତା ମିଶ୍ର ଏବଂ ଉପମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ପ୍ରଶାସନିକ ଅଧିକାରୀ ଏବଂ ଫୋଟୋ ଗ୍ରାଫର ସହିତ ସମ୍ବାଦିକ ସଂଘର ସମସ୍ତ ସଭ୍ୟମାନେ ଉପସ୍ଥିତ ଥିଲେ।
