ପ୍ରଭୁ ଅଲାରନାଥ ପୀଠରେ ଦୟାନିଧି ସଙ୍ଗୀତ ସୁଧା ପକ୍ଷରୁ ଭକ୍ତି ସଙ୍ଗୀତ ପରିବେଷଣ
ଦେବସ୍ନାନ ପରେ ଶ୍ରମନ୍ଦିର ରେ ଶ୍ରୀଜଗନ୍ନାଥଙ୍କ ଅନବସର ନୀତି ଚାଲିଥିବା ବେଳେ ମହାପ୍ରଭୁ ବ୍ରହ୍ମଗିରି ରେ ଅଲାରନାଥ ଦେବ ଙ୍କ ସ୍ୱରୂପରେ ଦର୍ଶନ ଦେଉଛନ୍ତି। ଏହି ଅବସରରେ ଶ୍ରୀ ଶ୍ରୀ ଅଲାରନାଥ ଦେବ ଦେବୋତ୍ତର ପରିଚାଳନା କମିଟି ଙ୍କ ଦ୍ୱାରା ମନ୍ଦିର ସନ୍ନିକଟରେ ଆୟୋଜିତ ହେଉଛି ଅଣସର ମହୋତ୍ସବ ୨୦୨୬। ଏଠାରେ ହେଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ରେ ୩ ଜୁଲାଇ ୨୦୨୬ ଶୁକ୍ରବାର ସନ୍ଧ୍ୟାରେ ପୁରୀର ସଙ୍ଗୀତ ଅନୁଷ୍ଠାନ “ଦୟାନିଧି ସଙ୍ଗୀତ ସୁଧା “କଳାକାର ମାନଙ୍କୁ ନେଇ ପ୍ରଭୁଙ୍କର ଉଦ୍ଦେଶ୍ୟରେ ଚିତ୍ତାକର୍ଷକ ଭକ୍ତିସଙ୍ଗୀତ ପରିବେଷଣ କରିଥିଲେ। ଗୁରୁ ପ୍ରକାଶ କୁମାର ରଥଙ୍କ ନିର୍ଦ୍ଦେଶନାରେ କଣ୍ଠଶିଳ୍ପୀ କଲ୍ୟାଣମୟୀ ନାୟକ, ବନ୍ଦନା ଦାଶ, ଡ଼ଃ ଇପ୍ସିତା ଦାଶ, ଡ଼ଃ ନିହାର ରଞ୍ଜନ ତ୍ରିପାଠୀ, ରଞ୍ଜନ କୁମାର ମୁଦୁଲି, ସମ୍ପ୍ରିତା ପାତ୍ର, ଦିବ୍ୟଜ୍ୟୋତି ଦାଶ, ପ୍ରିତମ ବରାଡ଼, ଅସିତ କୁମାର ସାହୁ ମହାପ୍ରଭୁ ଙ୍କ ଶ୍ରୀଚରଣରେ ଭକ୍ତି ନୈବେଦ୍ୟ ସମର୍ପଣ କରି ପରିବେଶ କୁ ଭକ୍ତିରସମୟ କରିଥିଲେ , ବାଦ୍ୟଯନ୍ତ୍ରରେ ସହଯୋଗୀତା କରିଥିଲେ କାଳୁ ଚରଣ ସାହୁ, ଗୁରୁ ସୁଶୀଲ କୁମାର ଦାଶ, ମନୋଜ ମହାପାତ୍ର, ପ୍ରଶାନ୍ତ ରାଉତ, ଅର୍ଜୁନ ମହାରଣା, ଏବଂ ନୃସିଂହ ମହାରଣା । ଅନୁଷ୍ଠାନ ତରଫରୁ ପରିଚାଳନା କମିଟି ଏବଂ ଜିଲ୍ଲା ସଂସ୍କୃତି ବିଭାଗ ତଥା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ଙ୍କୁ ଅଶେଷ ଧନ୍ୟବାଦ ପ୍ରଦାନ କରାଯାଇଥିଲା l
