ରବି ଋତୁରେ ସଂଗ୍ରହ ହେଲା ୮,୭୫,୫୯୦.୨୯ କ୍ୟୁଣ୍ଟାଲ ଧାନ

ରବି ଋତୁରେ ସଂଗ୍ରହ ହେଲା ୮,୭୫,୫୯୦.୨୯ କ୍ୟୁଣ୍ଟାଲ ଧାନପୁରୀ ୪/୭ ପୁରୀ ଜିଲ୍ଲା ରେ ୨୦୨୫-୨୬ ପାଇଁ ରବି ଋତୁ ଧାନ ସଂଗ୍ରହ ଅତ୍ୟନ୍ତ ଶୃଙ୍ଖଳିତ ଭାବେ ସଂଗ୍ରହ ହୋଇଛି।ଚଳିତ ରବି ଋତୁରେ୧୪୬ ଟି ପ୍ୟାକସ ମାଧ୍ୟମରେ ୨୧୨୮୯ ଜଣ ଚାଷୀଙ୍କଠାରୁ ମୋଟ ୮,୭୫,୫୯୦.୨୯ କ୍ୟୁଣ୍ଟାଲ ଧାନ ସଫଳତାର ସହିତ ସଂଗ୍ରହ କରାଯାଇଛି। ଆଜି ପର୍ଯ୍ୟନ୍ତ ଧାନ ବିକ୍ରି କରିଥିବା ଚାଷୀମାନଙ୍କ ଆକାଉଣ୍ଟ କୁ ୧୮୪,୯୨,୯୦,୨୬୫ ଟଙ୍କା ପ୍ରଦାନ ହୋଇଅଛି ବୋଲି ଜିଲ୍ଲା ଯୋଗାଣ ଅଧିକାରୀ ସୂଚନା ଦେଇଛନ୍ତି।।ପ୍ରାରମ୍ଭିକ ପର୍ଯ୍ୟାୟରେ ଧାନ ସଂଗ୍ରହ କୁ ସୁଚାରୁ ରୁପେ ପରିଚାଳନା ଓ କୌଣସି ଚାଷୀ ଯେପରି ଅସୁବିଧା ର ସମ୍ମୁଖୀନ ନ ହୁଏ ସେଥିପ୍ରତି ଯତ୍ନବାନ ହେବାକୁ ଜିଲ୍ଲାପାଳ ଦିବ୍ଯ ଜ୍ୟୋତି ପରିଡା ନିର୍ଦ୍ଦେଶ ଦେଇଥିଲେ।ସେହି ଆଧାର ରେ ଜିଲ୍ଲା ଯୋଗାଣ ବିଭାଗ, ସମବାୟ ବିଭାଗ, ନିୟନ୍ତ୍ରିତ ବଜାର କମିଟି ଓ ପ୍ୟାକ୍ସ ଗୁଡିକ ମଧ୍ୟରେ ସୁ ସମନ୍ୱୟ ରଖି କାର୍ଯ୍ୟ କରିଥିଲେ।ତେଣୁ ଧାନ ସଂଗ୍ରହ ପ୍ରକ୍ରିୟା ସମୟରେ ଚାଷୀମାନେ କୌଣସି ପ୍ରକାର ର ଅସୁବିଧାର ସମ୍ମୁଖୀନ ହୋଇ ନ ଥିଲେ।ଜିଲ୍ଲାପାଳ ଶ୍ରୀ ପରିଡାଙ୍କ ପରାମର୍ଶ ଓ ମାର୍ଗଦର୍ଶନ ରେ ଯୋଗାଣ ବିଭାଗ, ସମବାୟ ବିଭାଗ, ଅନ୍ୟାନ୍ୟ ବ୍ଲକ ସ୍ତରୀୟ ଅଧିକାରୀ ଏବଂ କ୍ରୟ ପ୍ରକ୍ରିୟାରେ ସାମିଲ ସମସ୍ତ କର୍ମଚାରୀ ଏହାକୁ ସଫଳ ଭାବରେ ପରିଚାଳନା କରିଥିବାରୁ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ସଞ୍ଜୀବ କୁମାର ସାହୁ ଜିଲ୍ଲାପାଳ ଙ୍କ ସମେତ ସମସ୍ତଙ୍କୁ କୃତଜ୍ଞତା ଅର୍ପଣ କରିଛନ୍ତି।

Leave a Reply

Your email address will not be published. Required fields are marked *