ଲଘୁଚାପ ବର୍ଷାରେ ଭଙ୍ଗା ଘରେ ବିତୁଛି ଜୀବନ.. କେବଳ ଭଗବାନ ହିଁ ଭରଷା !
ଚଳିତ ଲଘୁଚାପ ବର୍ଷା ରେ ଭଙ୍ଗା ଘରେ ବିତୁଛି ଜୀବନ।ଫୁଲବାଣୀ, ତା୦୫/୦୭/୨୯୨୬ ଗତଜୁନ ମାସ ୩୦ ତାରିଖରୁ ଜୁଲାଇ ୫ ତାରିଖ ଯାଏଁ ଫୁଲବାଣୀ ସହରରେ ଲଗାତାର ଲଘୁଚାପ ବର୍ଷା ଦିନକୁ ଦିନ ବର୍ଷାର ମାତ୍ର। ବଡ଼ିବାରେ ଲାଗିରହିଛି । ବର୍ଷା ଛାଡିବାରେ ନା ନେଉ ନାହିଁ ।ଏହି ପରିପ୍ରେକ୍ଷୀରେ ଫୁଲବାଣୀ ସହର ୱାର୍ଡ ନ ୮ ଅନ୍ତର୍ଗତ କାଚର। ସାହିରେ ଦେଖିବାକୁ ମିଳିଛି ଏକ କରୁଣ ଦୃଶ୍ୟ । ଏହି ଠାରେ ଦୀର୍ଘ ଦିନ ହେବ ରଗାଗ୍ରସ୍ଥ ହୋଇ ପଡି ରହିଥିବା ନିରୀହ। ଗରିବ ବୃଦ୍ଧା ଶ୍ରୀ ଶଙ୍କର ମୁଖି ଙ୍କ ଘର ଚଳିତ ଲଘୁଚାପ ବର୍ଷରେ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି । ଘରର ଚାରି କାନ୍ଥ ବର୍ଷାରେ ଭାଙ୍ଗି ଯାଇଛି । ସେ ଦୀର୍ଘ ଏକ ବର୍ଷରୁ ଉର୍ଦ୍ଧ୍ବ ହେବ ରୋଗରେ ପଡି ରହିଛନ୍ତି ।ଗୋଟିଏ ମାତ୍ର ପୁଅ ଯିଏକି ଅର୍ଦ୍ଧପାଗଳ ସ୍ତ୍ରୀ ମଧ୍ୟ ପଗେଳି ଅଟନ୍ତି ।ଘରେ କେହି ମଧ୍ୟ ରୋଜଗାର କ୍ଷମ ଲୋକ ନାହାନ୍ତି ।ଦୀର୍ଘ ଦିନ ହେଲା ଭକ ଉପାସରେ ଦିନ କାଟୁଛନ୍ତି ।ସାହି ପଡିଶା କେହି କେହି ସେମାନ ଙ୍କୁ ଖାଇବାରେ ସହଯୋଗ କରନ୍ତି ।ସରକାରଙ୍କ ତରଫରୁ ଦୀର୍ଘ ଦିନ ହେବ ଆବାସ ଘର ପାଇଁ କାର୍ଯ୍ୟଦେଶ ମିଲିଛି,କିନ୍ତୁ ଅର୍ଥ ଅଭାବରୁ ଆବାସ ଘର ମଧ୍ୟ ହୋଇପାରୁନାହିଁ । ଚଳିତ ଲଘୁଚାପ ବର୍ଷା ଯୋଗୁ ତାଙ୍କ ଖାଇବା ପିବାରେ ବହୁତ ଅସୁବିଧା ହେଉଅଛି ।ଦେଖିବାକୁ ବାକି ରହିଲା ଏହି ଗରିବ ନିରୀହ ଲୋକଙ୍କୁ କେବେ ସରକାରଙ୍କ ତରଫରୁ ସମସ୍ତ ସୁବିଧା ମିଳୁଛି ।
