କି ଦେଇ ତୋଷିବି ପ୍ରଭୁ
କି ଦେଇ ତୋଷିବି ପ୍ରଭୁ
ସନ୍ଧ୍ୟାରାଣୀ ମେଣ୍ଡୀଲି
କି ଦେଇ ତୋଷିବି ପ୍ରଭୁ ହେ ତୁମକୁ କିଛି ବି ଜାଣି ପାରେନା
ଖୋଜିଖୋଜି ମୁହିଁ ତୁମରି ସଂସାରେ କିଛିବି ପାଇପାରେନା
ହେ ପ୍ରଭୁ ହୃଦରମଣା ।
ଯେବେ ଯାଏ ମୁହିଁ ଫୁଲ ବଗିଚାକୁ ତୋଳିବା ପାଇଁକି ଫୁଲ
ପ୍ରଜାପତି ଉଡ଼ି ବୁଲୁଥାନ୍ତି ସେଠି ଭ୍ରମର ଯେ ଦଳଦଳ
ଭାବେ ମୁଁ ଏ ଫୁଲ ସୁନ୍ଦର ସର୍ଜନା କିଏ ଗଢିଅଛି ତାକୁ
ସମ୍ଭବ ତ ନୁହେଁ କାହାରି ପକ୍ଷରେ ଠିଆ କରିବ ଗଛକୁ
ତଥାପି ତୋଳିକି ଡାଲାରେ ଆଣଇ ଫୁଲ ଡ଼ାଲା ଧରି ଗୁନ୍ଥି ମୁଁ ବସଇ
ଏ ମନ କଲେବି ମନା
ହେ ପ୍ରଭୁ ହୃଦରମଣା ।
ଧୂପ ଦୀପ ଆଣି ସଜାଇ ରଖେ ମୁଁ ଦେବି ଜାଳି ସମ୍ମୁଖରେ
ତୁମରି ଜ୍ୟୋତିକୁ କଳନା କରିକି ବସି ରହେ ମୁଁ ତଳରେ
ଫଳମୂଳ ତୋଳି ଭୋଗଥାଳି ଧରି ଆଗରେ ମୁଁ ରଖେ ଆଣି
ଯିଏ ଦାନା ଦିଏ ସବୁରି ତୁଣ୍ଡରେ କି ଦେବି ମୁଁ ଜାଣିଜାଣି
ମଥା ନତ କରେ ତୁମ ପାଦ ତଳେ
ଜାଣିଛି ଦୁନିଆଁ ତୁମ ଦୟା ବଳେ
ଗାଏ ମୁଁ ତବ ବନ୍ଦନା
ହେ ପ୍ରଭୁ ହୃଦରମଣା ।
ପ୍ରଧାନ ଶିକ୍ଷୟିତ୍ରୀ
ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ
ଜଉଁରାଭଉଁରା
ସୁବର୍ଣ୍ଣପୁର
ମୋବାଇଲ – ୯୪୩୭୭୦୫୭୩୯
