ଅଘଟଣ ଶୂନ୍ୟ ରଥଯାତ୍ରା 2026 ପାଇଁ ମୁଖ୍ୟମନ୍ତ୍ରୀ ଦେଲେ 10 ସୂତ୍ରୀ ନିର୍ଦ୍ଦେଶ।
ଅଘଟଣ ଶୂନ୍ୟ ରଥଯାତ୍ରା 2026 ପାଇଁ ମୁଖ୍ୟମନ୍ତ୍ରୀ ଦେଲେ 10 ସୂତ୍ରୀ ନିର୍ଦ୍ଦେଶ। *ଚଳିତ ବର୍ଷ ବର୍ଷ ଛୋଟ ମୋଟ ଘଟଣା ସତ୍ତ୍ୱେ,ନୀତିକାନ୍ତି ସଠିକ୍ ସମୟରେ ହୋଇଛି। ସେହିପରି ରଥଯାତ୍ରା ସମୟରେ ନୀତିକାନ୍ତି ଠିକ୍ ସମୟରେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।*ଭକ୍ତଙ୍କ ସୁରକ୍ଷା ଉପରେ ଫୋକସ ଦେବା ସହ ଇନର୍ କର୍ଡନ୍ ଭିତରକୁ ଅନଧିକୃତ ଲୋକଙ୍କୁ ସମ୍ପୂର୍ଣ୍ଣ ବାରଣ କରିବାକୁ ନିର୍ଦ୍ଦେଶ। କେବଳ ନୀତିକାନ୍ତି ସମ୍ପୃକ୍ତ ସେବକ ଓ ଅଧିକାରୀ ଙ୍କୁ ଇନର୍ କର୍ଡନ ପାସ୍ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦେଶ ।*ଅନୁକୂଳ ପାଗ ଯୋଗୁଁ ରେକର୍ଡ ଭକ୍ତ ଆସି ପାରନ୍ତି ।ତେଣୁ ଭିଡ ନିୟନ୍ତ୍ରଣ ପାଇଁ ବ୍ୟାପକ AI ଓ DRONE ବ୍ୟବହାର କୁ ଗୁରୁତ୍ଵ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।*ମହିଳା ଯାତ୍ରୀଙ୍କ ସୁରକ୍ଷା ସହିତ ରିଅଲ ଟାଇମ୍ ମ୍ୟାନେଜମେଣ୍ଟ ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।*ଧର୍ମୀୟ ସ୍ଥଳୀକୁ ସବୁବେଳେ ଟାର୍ଗେଟ ଥିବାରୁ ସମ୍ଭାବ୍ୟ ଆତଙ୍କବାଦୀ କାର୍ଯ୍ୟକଳାପ ପ୍ରତିହତ ପାଇଁ ପ୍ରସ୍ତୁତ ରହିବାକୁ ପୋଲିସ ଡିଜିଙ୍କୁ ନିର୍ଦେଶ ଦେଇଛନ୍ତି ।*ଦୁର୍ଘଟଣା ବା ଅଘଟଣ ହେଲେ ପ୍ରତ୍ୟେକ ଜୀବନ ବଞ୍ଚାଇବାକୁ ପ୍ରସ୍ତୁତ ରହିବାକୁ ଅଗ୍ନିଶମ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।

*ଯାନବାହନ ଟ୍ରାଫିକ ସୁପରିଚାଳନା ,ଖାଦ୍ୟର ମାନ ଯାଞ୍ଚ ପାନୀୟ ଜଳ ଯୋଗାଣ ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।*ପାଣିପାଗର ଅନୁମାନ ଦେଖି ବର୍ଷା କିମ୍ବା ଗୁଳୁଗୁଳି ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।*ଜାତୀୟ ରାଜପଥ ଦୁର୍ଘଟଣା ରୋକିବାକୁ ଆମ୍ବୁଲାନ୍ସ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।*ନୀତିକାନ୍ତି ସମ୍ପର୍କରେ ଭକ୍ତଙ୍କୁ ଆଗୁଆ ସୂଚନା ଦେବାକୁ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।*ସୋସିଆଲ ମିଡିଆରେ ଗୁଜବ ସୃଷ୍ଟିକାରୀ ଙ୍କ ବିରୋଧରେ ଦୃଢ଼ କର୍ଯ୍ୟାନୁଷ୍ଠାନ ପାଇଁ ସାଇବର୍ ଟିମ୍ ସୋସିଆଲ ମିଡିଆ ଉପରେ ସ୍ୱତନ୍ତ୍ର ନଜର ରଖିବାକୁ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
