ଜାତୀୟ ବିଜ୍ଞାନ ଶିକ୍ଷା ଏବଂ ଗବେଷଣା ପ୍ରତିଷ୍ଠାନ (ନାଇଜର୍)ର ପଞ୍ଚଦଶ ଦୀକ୍ଷାନ୍ତ ସମାରୋହରେ ଯୋଗଦେଲେ ଉପରାଷ୍ଟ୍ରପତି
ଜାତୀୟ ବିଜ୍ଞାନ ଶିକ୍ଷା ଏବଂ ଗବେଷଣା ପ୍ରତିଷ୍ଠାନ (ନାଇଜର୍)ର ପଞ୍ଚଦଶ ଦୀକ୍ଷାନ୍ତ ସମାରୋହରେ ଯୋଗଦେଲେ ଉପରାଷ୍ଟ୍ରପତିଡକ୍ଟର ହୋମି ଭାଭାଙ୍କ ଦେହାନ୍ତ ଏକ ବଡ଼ ଧକ୍କା ଥିଲା, ଭାରତ ବର୍ତ୍ତମାନ ପରମାଣୁ ଗବେଷଣାରେ ଅଧିକ ଶକ୍ତିଶାଳୀ ରାଷ୍ଟ୍ର ରୂପେ ଉଭା ହୋଇଛି: ଉପରାଷ୍ଟ୍ରପତିବୈଜ୍ଞାନିକ କ୍ଷମତା କୌଣସି ବିକଳ୍ପ ନୁହେଁ; ଏହା ବିକଶିତ ଭାରତ ପାଇଁ ମୂଳଦୁଆ: ଉପରାଷ୍ଟ୍ରପତିବିଜ୍ଞାନ ନୀତି ପ୍ରଣୟନ ସହିତ ଦ୍ରୁତ ପରିବର୍ତ୍ତିତ ବିଶ୍ୱରେ ସ୍ଥାୟିତ୍ୱ ସୁନିଶ୍ଚିତ କରିବା ଉଚିତ: ଉପରାଷ୍ଟ୍ରପତିବିଜ୍ଞାନ ଏବଂ ଉଦ୍ଭାବନରେ ଭାରତ ବିଶ୍ୱସ୍ତରରେ ଅଗ୍ରଣୀ ରାଷ୍ଟ୍ର ଭାବରେ ଉଭା ହେଉଛି: ଉପରାଷ୍ଟ୍ରପତିଭୁବନେଶ୍ୱର, ୯ ଜୁଲାଇଉପରାଷ୍ଟ୍ରପତି ସି. ପି. ରାଧାକୃଷ୍ଣନ୍ ଆଜି ଭୁବନେଶ୍ୱରସ୍ଥିତ ଜାତୀୟ ବିଜ୍ଞାନ ଶିକ୍ଷା ଏବଂ ଗବେଷଣା ପ୍ରତିଷ୍ଠାନ (ନାଇଜର୍)ର ପଞ୍ଚଦଶ ଦୀକ୍ଷାନ୍ତ ସମାରୋହରେ ଉଦବୋଧନ ଦେଇଛନ୍ତି । ସେ ଯୁବ ବୈଜ୍ଞାନିକମାନଙ୍କୁ ବିଶ୍ୱସନୀୟତା ଏବଂ ସାମାଜିକ ଦାୟିତ୍ୱର ସର୍ବୋଚ୍ଚ ମାନଦଣ୍ଡକୁ ବଜାୟ ରଖିବା ସହିତ ରାଷ୍ଟ୍ର ନିର୍ମାଣ ପାଇଁ ବିଜ୍ଞାନ ଏବଂ ନୂତନ ଉଦ୍ଭାବନର ଉପଯୋଗ କରିବାକୁ ଆହ୍ୱାନ କରିଛନ୍ତି ।ଉପରାଷ୍ଟ୍ରପତି ନାଇଜରକୁ ବିଜ୍ଞାନ, ଉଦ୍ଭାବନ ଏବଂ ବୌଦ୍ଧିକ ନେତୃତ୍ୱ କ୍ଷେତ୍ରରେ ଭାରତର ଆକାଂକ୍ଷାକୁ ପ୍ରତିନିଧିତ୍ୱ କରୁଥିବା ଏକ ଅନୁଷ୍ଠାନ ରୂପେ ବର୍ଣ୍ଣନା କରିଥିଲେ । ସେ କହିଥିଲେ, ଜ୍ଞାନଭିତ୍ତିକ ଅର୍ଥବ୍ୟବସ୍ଥା, ବୈଷୟିକ ପ୍ରଗତି, ରାଷ୍ଟ୍ରୀୟ ସୁରକ୍ଷା ଏବଂ ଦୀର୍ଘସ୍ଥାୟୀ ବିକାଶକୁ ସୁଦୃଢ଼ କରିବା ଲାଗି ମୌଳିକ ବିଜ୍ଞାନ ପ୍ରତି ସମର୍ପିତ ଅନୁଷ୍ଠାନଗୁଡ଼ିକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ନାଇଜର ବୈଜ୍ଞାନିକ ଶିକ୍ଷା ଏବଂ ଗବେଷଣା ପାଇଁ ଏକ ପ୍ରମୁଖ କେନ୍ଦ୍ର ଭାବରେ ଉଭା ହୋଇଛି ଏବଂ ଦେଶ ପାଇଁ ଦକ୍ଷ ବୈଜ୍ଞାନିକ କର୍ମଶକ୍ତି ଗଠନରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଛି ବୋଲି ସେ ଉଲ୍ଲେଖ କରିଥିଲେ ।ଉପରାଷ୍ଟ୍ରପତି କହିଥିଲେ, ଆଜି ବିଶ୍ୱ ଅଭୂତପୂର୍ବ ସୁଯୋଗ ଏବଂ ଜଟିଳ ଆହ୍ୱାନର ସମ୍ମୁଖୀନ ହେଉଛି, ଯେଉଁଥିରେ ଜଳବାୟୁ ପରିବର୍ତ୍ତନ, ନୂଆ ନୂଆ ବ୍ୟାଧି, କୃତ୍ରିମ ବୁଦ୍ଧିମତ୍ତା (ଏଆଇ), କ୍ୱାଣ୍ଟମ୍ କମ୍ପ୍ୟୁଟିଂ ଏବଂ ଅତ୍ୟାଧୁନିକ ଧାତୁ କ୍ଷେତ୍ରରେ ଦ୍ରୁତ ଅଗ୍ରଗତି ଅନ୍ତର୍ଭୁକ୍ତ। ଏପରି ପରିସ୍ଥିତିରେ, ବିଜ୍ଞାନ କେବଳ ଜ୍ଞାନ ସୃଷ୍ଟି କରିବା ଉଚିତ ନୁହେଁ ବରଂ ନୀତି ପ୍ରଣୟନକୁ ମାର୍ଗଦର୍ଶନ କରିବା ଏବଂ ଦୀର୍ଘସ୍ଥାୟିତ୍ୱ ସୁନିଶ୍ଚିତ କରିବା ଉଚିତ। ଭାରତ ଭଳି ଦେଶ ପାଇଁ ଏହାର ଜନସଂଖ୍ୟାଗତ ଶକ୍ତି ଏବଂ ବିକାଶମୂଳକ ଆକାଂକ୍ଷା ସହିତ ବୈଜ୍ଞାନିକ କ୍ଷମତା କୌଣସି ବିକଳ୍ପ ନୁହେଁ ବରଂ ବିକଶିତ ଭାରତ ୨୦୪୭ର ଲକ୍ଷ୍ୟ ହାସଲର ଆଧାର ବୋଲି ସେ ଜୋର୍ ଦେଇ କହିଥିଲେ ।ଅଧିକ ଆନ୍ତଃବିଭାଗୀୟ ସହଯୋଗ ପାଇଁ ଆହ୍ୱାନ ଦେଇ ଉପରାଷ୍ଟ୍ରପତି କହିଥିଲେ ଯେ ସମସାମୟିକ ସମସ୍ୟାଗୁଡ଼ିକୁ ଗୋଟିଏ ଶୃଙ୍ଖଳାର ସୀମା ମଧ୍ୟରେ ସମାଧାନ କରାଯାଇପାରିବ ନାହିଁ। ସେ ସ୍ନାତକ ଛାତ୍ରଛାତ୍ରୀମାନଙ୍କୁ ଜିଜ୍ଞାସା ପୋଷଣ କରିବା, ବିଶ୍ୱସନୀୟତା ବଜାୟ ରଖିବା, ଆହ୍ୱାନକୁ ଗ୍ରହଣ କରିବା ଏବଂ ସମାଜର ବୃହତ୍ତର ମଙ୍ଗଳ ପାଇଁ ସେମାନଙ୍କର ଜ୍ଞାନ ବ୍ୟବହାର କରିବାକୁ ଆହ୍ୱାନ କରିଥିଲେ। ସେ କହିଥିଲେ, ବିଜ୍ଞାନ କେବଳ ଉତ୍ତର ଖୋଜିବା ନୁହେଁ ବରଂ ସଠିକ୍ ପ୍ରଶ୍ନ ପଚାରିବା ବିଷୟ ଉପରେ ମଧ୍ୟ ଆଧାରିତ ।ବିଜ୍ଞାନ ଏବଂ ଉଦ୍ଭାବନରେ ଭାରତର ବର୍ଦ୍ଧିତ ପ୍ରତିଷ୍ଠା ଉପରେ ଆଲୋକପାତ କରି ଉପରାଷ୍ଟ୍ରପତି କହିଥିଲେ, ମହାକାଶ ମିଶନ, ଟୀକା ବିକାଶ, ଡିଜିଟାଲ୍ ସାର୍ବଜନୀନ ଭିତ୍ତିଭୂମି ଏବଂ ଅକ୍ଷୟ ଶକ୍ତିରେ ଦେଶର ସଫଳତା ଏହାକୁ ବିଶ୍ୱସ୍ତରୀୟ ସ୍ୱୀକୃତି ପ୍ରଦାନ କରିଛି। ସେ ସ୍ନାତକମାନଙ୍କୁ ଦାୟିତ୍ୱ ସହିତ ମହତ୍ତ୍ୱାକାଂକ୍ଷା ଏବଂ କରୁଣା ସହିତ ପ୍ରଗତି ମଧ୍ୟରେ ସନ୍ତୁଳନ ରକ୍ଷା କରିବାକୁ ପରାମର୍ଶ ଦେଇଥିଲେ । ସେମାନଙ୍କର ଗବେଷଣା, ଉପାୟ ଏବଂ ଅଖଣ୍ଡତା ସମାଜର ଭବିଷ୍ୟତକୁ ଆକାର ଦେବ ବୋଲି ସେ କହିଥିଲେ ।ଡକ୍ଟର ହୋମି ଭାବାଙ୍କ ଜୀବନାଦର୍ଶ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଶ୍ରୀ ସି.ପି.ରାଧାକୃଷ୍ଣନ କହିଥିଲେ, ନାଇଜର୍ ଭଳି ପ୍ରତିଷ୍ଠାନଗୁଡ଼ିକ ମୌଳିକ ବିଜ୍ଞାନ, ପରମାଣୁ ଶକ୍ତି, ସ୍ୱାସ୍ଥ୍ୟସେବା ପଦାର୍ଥ ବିଜ୍ଞାନ ଏବଂ ଅନ୍ୟାନ୍ୟ ଉଦୀୟମାନ ଆନ୍ତଃଶାଖା କ୍ଷେତ୍ରରେ ଯୋଗଦାନ ଦେଉଥିବା ପ୍ରତିଭାଶାଳୀ ବୈଜ୍ଞାନିକମାନଙ୍କୁ ସୃଷ୍ଟି କରି ଭାରତର ସମୃଦ୍ଧ ବୈଜ୍ଞାନିକ ପରମ୍ପରାକୁ ଆଗକୁ ବଢ଼ାଉଛି। ସେ ଭାରତ ଏବଂ ବିଦେଶରେ ଗବେଷଣା ଓ ଶୈକ୍ଷିକ ଉତ୍କର୍ଷତା ମାଧ୍ୟମରେ ଭାରତର ବୈଜ୍ଞାନିକ ପ୍ରଭାବକୁ ବୃଦ୍ଧି କରିବା ପାଇଁ ଅନୁଷ୍ଠାନର ପୂର୍ବତନ ଛାତ୍ରଛାତ୍ରୀମାନଙ୍କୁ ପ୍ରଶଂସା କରିଥିଲେ।ଡକ୍ଟର ହୋମି ଭାବାଙ୍କ ପରଲୋକ ବିଷୟରେ ତାଙ୍କ ପିତା ତାଙ୍କୁ କହିଥିବା ଦିନକୁ ମନେ ପକାଇ ଉପରାଷ୍ଟ୍ରପତି କହିଥିଲେ, ଏହା ଦେଶର ପରମାଣୁ ଗବେଷଣା ପାଇଁ ଏକ ବଡ଼ ଧକ୍କା ଥିଲା। ତଥାପି, ଭାରତ ସେହି ଦୁଃଖଦ ଘଟଣାରୁ ଅଧିକ ଶକ୍ତିଶାଳୀ ହୋଇ ଉଭା ହୋଇଥିଲା। ଆଜି ଆମ ଦେଶ ପରମାଣୁ ଗବେଷଣା କ୍ଷେତ୍ରରେ ସବୁଠାରୁ ଶକ୍ତିଶାଳୀ ଏବଂ ସାହସୀ ରାଷ୍ଟ୍ରମାନଙ୍କ ମଧ୍ୟରୁ ଅନ୍ୟତମ ହୋଇପାରିଛି । ଉପରାଷ୍ଟ୍ରପତି ଆଶା ପ୍ରକାଶ କରିଥିଲେ ନାଇଜରରୁ ସ୍ନାତକ ଉତ୍ତୀର୍ଣ୍ଣ ହୋଇଥିବା ଅନେକ ଛାତ୍ରଛାତ୍ରୀ ଭବିଷ୍ୟତର ଡକ୍ଟର ହୋମି ଭାବା ହେବେ ଏବଂ ଭାରତର ବୈଜ୍ଞାନିକ ଓ ପ୍ରଯୁକ୍ତିବିଦ୍ୟା ପ୍ରଗତିରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବେ ।ଏହି ସମାରୋହରେ ରାଜ୍ୟପାଳ ହରିବାବୁ କମ୍ଭମପାଟି; ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ; କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ଭୂବିଜ୍ଞାନ; ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଡିଓପିଟି, ପରମାଣୁ ଶକ୍ତି, ମହାକାଶ ବିଜ୍ଞାନ ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ; ପରମାଣୁ ଶକ୍ତି ବିଭାଗ ସଚିବ ଏବଂ ନାଇଜରର ଅଧ୍ୟକ୍ଷ ଡକ୍ଟର ଅଜିତ କୁମାର ମହାନ୍ତି; ଏକାଡେମିକ୍ କାଉନସିଲର ନିର୍ଦ୍ଦେଶକ ଓ ଅଧ୍ୟକ୍ଷ ପ୍ରଫେସର ଏଚ୍.ଏନ୍. ଘୋଷ; ବରିଷ୍ଠ ଅଧିକାରୀ, ଅଧ୍ୟାପକ, ସ୍ନାତକୋତ୍ତର ଛାତ୍ରଛାତ୍ରୀ, ଅଭିଭାବକ ଏବଂ ମାନ୍ୟଗଣ୍ୟ ଅତିଥିମାନେ ଉପସ୍ଥିତ ଥିଲେ।
l
