ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଙ୍କୁ ପତ୍ର ଲେଖିଲେ ବିଧାୟକ
ଆସିକା ୧୦/୦୭/୨୬ ଦୀର୍ଘ ଦିନରୁ ରହି ଆସୁଛି ବ୍ରହ୍ମପୁର ଠାରୁ ସମ୍ବଲପୁର ଭାୟା ଆସିକା ଭଞ୍ଜନଗର ଦେଇ ଗୋଟିଏ ରେଳପଥ । କିନ୍ତୁ କୌଣସି ନା କୌଣସି କାରଣରୁ ଅବହେଳିତ ଅବସ୍ଥାରେ ଗତି କରୁଛି ଏହି ରେଳପଥ । ଗଞ୍ଜାମ ଓ ପଶ୍ଚିମଓଡିଶା ଅଞ୍ଚଳରବାସୀଙ୍କ ଗୋଟିଏ ସ୍ବପ୍ନ ଯାହାକି ଦୀର୍ଘ ୨୫ବର୍ଷରୁ ଉର୍ଦ୍ଧ୍ବ ଦିନ ଧରି ଲାଗିରହିଛି ଏହି ରେଳପଥ ପାଇଁ ସଂଘର୍ଷ । କିନ୍ତୁ ଗଞ୍ଜାମ ଜିଲ୍ଲା ଏବଂ ପଶ୍ଚିମ ଓଡ଼ିଶା ଅଧିକ ଅଞ୍ଚଳର ଜନତା ଏହି ରେଳସେବାରୁ ବଞ୍ଚିତ ରହିବା ନେଇ ଆଜି ଡ଼ବଲ ଇଞ୍ଜିନି ସରକାରଙ୍କ ଉପରେ ଆସ୍ଥା ଓ ବିଶ୍ୱାସ କରିଛନ୍ତି ଆସିକା ବିଧାୟକ ସରୋଜ କୁମାର ପାଢ଼ୀ । ଗଞ୍ଜାମ ବାସୀ ଙ୍କ ପାଇଁ ସେ ସଂକଳ୍ପବଦ୍ଧ ହୋଇ କେନ୍ଦ୍ର ସରକାରଙ୍କ ନିକଟକୁ ଏକ ପତ୍ର ଲେଖିଛନ୍ତି । ବ୍ରହ୍ମପୁର ଠାରୁ ସମ୍ବଲପୁର ଭାୟା ଆସିକା ଭଞ୍ଜନଗର ,ଫୁଲବାଣୀ ,ବୌଦ୍ଧ ଦେଇ ରେଳପଥ ନିର୍ମାଣ ପାଇଁ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ନିକଟକୁ ଚଳିତ ମାସ ୬/୦୭/୨୭ତାରିଖ ସୋମବାର ଦିନ ଯାହାର ପତ୍ର ସଂଖ୍ୟା ୩୧୦ /୨୦୨୬ ରେ ଏକ ପତ୍ର ପ୍ରଦାନ କରିଛନ୍ତି ।ବିଧାୟକ ପାଢ଼ୀ ପତ୍ରରେ ଲେଖିଛନ୍ତି କି ଏହି ରେଳପଥ ନିର୍ମାଣ ହେଲେ ଯାତାୟାତ ସହ ଗଞ୍ଜାମ, କନ୍ଧମାଳ ,ବୌଦ୍ଧ ଓ ସୋନପୁର ଅଞ୍ଚଳର ବହୁ ଉନ୍ନତି ସହ ଓଡ଼ିଶାର ପ୍ରାୟ ୪୫ଲକ୍ଷ ଜନତା ଉପକୃତ ହେଇପାରିବେ ।ତେଣୁ ବିଚାର କରିବା ସହ ରେଳପଥ ନିର୍ମାଣ ନେଇ କେନ୍ଦ୍ର ସରକାରଙ୍କ ରେଳମନ୍ତ୍ରୀ ଗଞ୍ଜାମ ଜିଲ୍ଲା ପ୍ରତି ସଦୟ ହୁଅନ୍ତୁ ।
