ମରୁଝର ‘କବିତା ସଂକଳନ ର ଲୋକାର୍ପଣ ସମାରୋହ
ମରୁଝର ‘କବିତା ସଂକଳନ ର ଲୋକାର୍ପଣ ସମାରୋହlମରୁଝର ‘କବିତା ସଂକଳନ ର ଲୋକାର୍ପଣ ସମାରୋହ ମରୁଝର ‘କବିତା ସଂକଳନ ର ଲୋକାର୍ପଣ ସମାରୋହ ସୁଲେଖା ସାହିତ୍ୟ ସଂସ୍କୃତି ପରିଷଦ, ପୁରୀ ଦ୍ୱାରା ଆୟୋଜିତ ଅବସର ପ୍ରାପ୍ତ ପ୍ରଫେସର ଡ଼କ୍ଟର ପ୍ରମୋଦ ଚନ୍ଦ୍ର ରଥ ଙ୍କ ପ୍ରଥମ କବିତା jସଂକଳନ ମରୁଝର ‘ର ଲୋକାର୍ପଣ ସମାରୋହ ହୋଟେଲ ନାୟକ ବିଚ ରିସର୍ଟ ସଭାକକ୍ଷ ରେ ଅନୁଷ୍ଠିତ ହୋଇ ଯାଇଛି ।ସଂକଳନ ର କଵି ପ୍ରମୋଦ ଚନ୍ଦ୍ର ରଥ ନିଜ ବକ୍ତବ୍ୟରେ ‘ମରୁଝର’ର ସୃଷ୍ଟି ସମ୍ପର୍କରେ ନିଜର ଅନୁଭୂତି ବର୍ଣ୍ଣନା କରିଥିବା ବେଳେ ପ୍ରକାଶିକା ପଦ୍ମାବତୀ ରଥ ଅତିଥି ଓ ସଭାସଦ ମାନଙ୍କୁ ସ୍ୱାଗତ ଜଣାଇ ସଂକଳନର ଆଭିମୁଖ୍ୟ ପ୍ରକାଶ କରିଥିଲେ । ଅତିଥି ଭାବରେ ଯୋଗ ଦେଇଥିଲେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ତଥା ସାହିତ୍ୟିକ ଡ଼କ୍ଟର ସିଦ୍ଧେଶ୍ବର ମହାପାତ୍ର, ଶିଳ୍ପପତି ଓ ସମାଜସେବୀ ଗିରୀଶ ଚନ୍ଦ୍ର ନାୟକ, ପ୍ରାଧ୍ୟାପକ ନିହାର ରଞ୍ଜନ ପଟ୍ଟନାୟକ, ସ୍ତମ୍ଭକାର ତେଜେଶ୍ୱର ପଟ୍ଟନାୟକ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ସାହିତ୍ୟିକ ରଘୁନାଥ ମହାପାତ୍ର ଓ କାଶୀନାଥ ଖୁଣ୍ଟିଆ,ପ୍ରଭାତ ଚନ୍ଦ୍ର ରଥ, ସୁରେଶ ଚନ୍ଦ୍ର ପଣ୍ଡା ପ୍ରମୁଖ କଵି ଲେଖକଙ୍କ ଚିନ୍ତା ଓ ଚେତନା କୁ ଆନ୍ଦୋଳିତ କରି ପ୍ରକାଶ ଲାଭ କରିଥିବା କବିତାର ପଦଟିଏ, ଗପ ର ଧାଡିଟିଏ କିମ୍ବା ନାଟକର ସଂଳାପ ବ୍ୟକ୍ତି ସତ୍ତା ତଥା ସମାଜକୁ ପ୍ରଭା ବିତ କରି ସମାଜରେ ପରିବର୍ତ୍ତନ ଆଣିଥାଏ, ତେଣୁ ସାହିତ୍ୟ ହେଉଛି ସମାଜ ର ନିଚ୍ଛକ ଚିତ୍ର ଓ ସମାଜକୁ ବାଟ ଦେଖେଇବାର ଦିଗବାରେଣୀ ବୋଲି ଅତିଥି ମାନେ ମତ ଦେଇଥିଲେ । ରଥଙ୍କ କବିତା ସଂକଳନରୁ କବିତା ପାଠ କରିଥିଲେ ସଞ୍ଜୟ ମିଶ୍ର, ସୀମାଚଳ ପଣ୍ଡା, କୃଷ୍ଣ ଚନ୍ଦ୍ର ରଥ, ସୁରେଶ କୁମାର ପଟ୍ଟନାୟକ, କ୍ରିଷ୍ଣା ମହାପାତ୍ର, ଅନ୍ନପୂର୍ଣ୍ଣା ଦେବୀ, ରବୀନ୍ଦ୍ର ନାଥ ପଟ୍ଟନାୟକ ଏବଂ ଶିବସୁନ୍ଦର ମିଶ୍ର ।ଏଥିରେ ଅନେକ କଵି ଲେଖକ,ରଥ ଙ୍କ ସହପାଠୀ ଓ ବନ୍ଧୁ ଯୋଗ ଦେଇ ଥିଲେ । ସଦାଶିବ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାରୋହ ଶେଷରେ ଲେଖକ ପ୍ରମୋଦ ଚନ୍ଦ୍ର ରଥ ଧନ୍ୟବାଦ ଦେଇଥିଲେ ।
