ପୁରୀ ଜିଲ୍ଲା ଯୁବ କଂଗ୍ରେସ କମିଟିର ଯୁବ କଂଗ୍ରେସ ନେତା ଅବିନାଶ ମିଶ୍ରଙ୍କୁ ଅଗଣତାନ୍ତ୍ରିକ ଭାବେ ବିଭିନ୍ନ କଠୋର ଦଫା
ପୁରୀ ଜିଲ୍ଲା ଯୁବ କଂଗ୍ରେସ କମିଟିର ଯୁବ କଂଗ୍ରେସ ନେତା ଅବିନାଶ ମିଶ୍ରଙ୍କୁ ଅଗଣତାନ୍ତ୍ରିକ ଭାବେ ବିଭିନ୍ନ କଠୋର ଦଫା ଲଗାଇ ଗିରଫ ଓ ପରେ କୋର୍ଟ ଚାଲାଣ ପ୍ରତିବାଦରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ କଚେରୀ ଛଜରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଗତ ୬ ତାରିଖ ଦିନ ବିଶ୍ଵପ୍ରସିଦ୍ଧ ରଥଯାତ୍ରାର ସ୍ବତନ୍ତ୍ର ସମୀକ୍ଷା ବୈଠକ ପାଇଁ ମୁଖ୍ୟମନ୍ତ୍ରୀ ଆସୁଥିବାବେଳେ ପୁରୀ – ଭୁବନେଶ୍ୱର ଜାତୀୟ ରାଜପଥର ବୀର ହରେକୃଷ୍ଣପୁର ଛକରେ ଯୁବ କଂଗ୍ରେସ ନେତା ଅବିନାଶ ମିଶ୍ରଙ୍କ ସହ ଅନ୍ୟ କିଛି ଯୁବ କଂଗ୍ରେସ ନେତା କଳା ପତାକା ଦେଖାଇଥିଲେ । ପରେ ପୋଲିସ ଆକ୍ରୋଶ ମୂଳକ ମନୋଭାବ ରଖି ହତ୍ୟା ଉଦ୍ୟମ ସହ ଅନେକ ସଙ୍ଗୀନ ଦଫା ଲଗାଇ ଅବିନାଶଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ପୋଲିସର ଏହି ମିଥ୍ୟା ଓ ଉଦ୍ଦେଶ୍ୟମୂଳକ ସଙ୍ଗୀନ ଦଫା ଓ ଗିରଫ ଦାରି ପ୍ରତିବାଦରେ ଆଜି କଚେରୀ ଛକରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଶତାଧିକ ନେତା ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।ଏସପି ପ୍ରତୀକ ସିଂହଙ୍କ ନିର୍ଦ୍ଧେଶ କ୍ରମେ ଅତିରିକ୍ତ ଏସପି ଓ ସିଟି ଡିଏସପି ଘଟଣାସ୍ଥଳକୁ ଆସି ପୋଲିସ ଖୁବ୍ ଶୀଘ୍ର କେସ ଡାଏରୀ ପ୍ରଦାନ କରିବା ସହ ସଙ୍ଗୀନ ଦଫା ପ୍ରତ୍ୟାହାର କରିବେ ବୋଲି ଆଲୋଚନା କରି ପ୍ରତିଶ୍ରୁତି ଦେଇଛନ୍ତି।
