ପଞ୍ଚଭୂତ ରେ ବିଲୀନ ହେଲା ବରିଷ୍ଠ ସାମ୍ବାଦିକ ପୂର୍ଣ୍ଣେଦୁ ଙ୍କ ମର ଶରୀର
ପଞ୍ଚଭୂତରେ ବିଲୀନ ହେଲା ବରିଷ୍ଠ ସାମ୍ୱାଦିକ ପୂର୍ନେନ୍ଦୁ ପଟ୍ଟନାୟକଙ୍କ ମର ଶରୀର ।ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି।ତାଙ୍କ ପୁଅ ଆଦି ବିନାୟକ ତାଙ୍କୁ ମୂଖାଗ୍ନୀ ଦେଇଥିଲେ ।ସହକର୍ମୀ,ଶୁଭେଚ୍ଛୁ ଓ ପରିବାର ଲୋକଙ୍କ ଉପସ୍ଥିତିରେ ଶୋକାକୁଳ ପରିବେଶରେ ପୂର୍ନେନ୍ଦୁଙ୍କର ଅନ୍ତିମ ସଂସ୍କାର କରାଯାଇଛି ।ତେବେ ବରିଷ୍ଠ ସାମ୍ବାଦିକ ପୂର୍ଣ୍ଣନ୍ଦୁ ପଟ୍ଟନାୟକ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଭୁବନେଶ୍ୱରରେ ଚିକିତ୍ସିତ ହେଉଥିଲେ।ତେବେ ଆଜି ସକାଳେ ତାଙ୍କର ବିୟୋଗ ହୋଇଥିବା ନେଇ ଡାକ୍ତର ଘୋଷଣା କରିଛନ୍ତି।ପୁର୍ନେନ୍ଦୁ ଟେଲିଭିଜନ ଦୁନିଆରେ ଜଣେ ଭଲ ସ୍କ୍ରିପ୍ଟ ରାଇଟର ଭାବେ ଜଣା ଶୁଣା। ପୁରୀର ଏଫଏମ୍ ରେଡ଼ିଓ ସେଣ୍ଟରରୁ ଘୋଷାକ ଭାବେ କାର୍ଯ୍ୟ ଆରମ୍ଭ କରିଥିବା ପୁର୍ନେନ୍ଦୁ। ପରବର୍ତୀ ସମୟରେ ଇ ଟିଭି, ନକ୍ଷେତ୍ର ନିୟୁଜ,ଏସ ଟିଭି, ଫୋକସ ଟିଭି, ନିୟୁଜ ୱାର୍ଲଡ ଓଡିଶା ଭଳି ଚାନେଲରେ କାର୍ଯ୍ୟ କରିଅଛନ୍ତି। ସେ ମଧ୍ୟ ଦୂରଦର୍ଶନର ଅନେକ କାର୍ଯ୍ୟକ୍ରମରେ ଉଦଘୋଷକ ଭାବେ କାର୍ଯ୍ୟ କରିଥବା ବେଳେ ଗତ କିଛିବର୍ଷ ହେବ ମିଡ଼ ଡେ ଓଡିଶା ପାଇଁ ପୁରୀ ରେ ସାମ୍ବାଦିକତା କରୁଥିଲେ। ଜଗନ୍ନାଥ ସଂସ୍କୃତିକୁ ନେଇ ସେ ଅନେକ ଫିଚର ଲେଖିଥିବା ବେଳେ ତାହା ବିଭିନ୍ନ ଟେଲିଭିଜନରେ ସ୍ଥାନିତ ହୋଇଥିଲା।ନକ୍ଷତ୍ର ନ୍ୟୁଜ ରେ କାର୍ଯ୍ୟ ସମୟରେ ଆସ ବୁଲିଯିବା କାର୍ଯ୍ୟକ୍ରମ ମାଧ୍ୟମରେ ରେ ସେ ବେଶ ପରିଚିତ ହୋଇ ପାରିଥିଲେ। 2015ମସିହାରେ ମହାପ୍ରଭୁଙ୍କ ନବକଳେବର ପର୍ବକୁ ନେଇ ଫୋକସ ଟିଭିରେ ତାଙ୍କର ପରିକଳ୍ପନାରେ ସମ୍ପାଦିତ କରାଯାଇଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମ ବେଶ ଆଦୃତ ହୋଇଥିଲା। ତେବେ ତାଙ୍କର ଏହି ଅକାଳ ବିୟୋଗ ସାମ୍ବାଦିକତା କ୍ଷେତ୍ରରେ ଅପୂରଣୀୟ କ୍ଷତି ଆଣିଅଛି।ଆଜି ପୁରୀ ସ୍ୱର୍ଗଦ୍ୱାର ଠାରେ ତାଙ୍କର ଅନ୍ତିମ ସତ୍କାର କରାଯାଇଥିଲା। ତାଙ୍କର ଏକ ମାତ୍ର ପୁଅ ଆଦି ବିନାୟକ ମୁଖାଗ୍ନି ପ୍ରଦାନ କରିଥିବା ବେଳେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।ତାଙ୍କର ଅନ୍ତିମ ଯାତ୍ରାରେ ବହୁ ସାମ୍ବାଦିକ,ବୁଦ୍ଧିଜୀବୀଙ୍କ ସମେତ ବିଶିଷ୍ଟ ବ୍ୟକ୍ତି ଓ ପରିବାର ଆତ୍ମୀୟ ସ୍ୱଜନ ମାନେ ଯୋଗଦାନ କରିଥିଲେ।
